Odisha flood alert ରାଜ୍ୟରେ ବନ୍ୟାସ୍ଥିତିର ମୁକାବିଲା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

6 days ago 3
ARTICLE AD BOX

ଭୁବନେଶ୍ୱର: ରାଜ୍ୟରେ ବିଶେଷତଃ ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ତିନି ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କୁ ନିରୀକ୍ଷଣ ଦାୟିତ୍ବ ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲା ନିମନ୍ତେ ସୁଧାଂଶୁ ମୋହନ ସାମଲ, ବାଲେଶ୍ବର ଜିଲ୍ଲା ନିମନ୍ତେ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଯାଜପୁର ଜିଲ୍ଲା ନିମନ୍ତେ ପି. ଅନ୍ୱେଷା ରେଡ୍ଡୀଙ୍କୁ ସ୍ଵତନ୍ତ୍ର ଭାବେ ଦାୟିତ୍ଵ ଦିଆଯାଇଛି l ଏହା ବ୍ୟତୀତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ନିରୀକ୍ଷଣ କକ୍ଷ ସ୍ଥାପନ କରାଯାଇଛି। 

ଆଜି (ମଙ୍ଗଳବାର) ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଜିଲ୍ଲାପ୍ରଶାସନ ଏବଂ ଅନ୍ୟାନ୍ୟ ବିଭାଗମାନଙ୍କୁ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ସମନ୍ଵିତ ହୋଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l

Bhadrak Flood: ସାଳନ୍ଦୀ ନଦୀର ପ୍ରଥମ ବନ୍ୟା, ଧସିଲା ୬୦ ଫୁଟର ନଦୀବନ୍ଧ

ବୈଠକରୁ ମିଳିଥିବା ସୂଚନାନୁସାରେ, ଆନନ୍ଦପୁର ଏବଂ ଆଖୁଆପଦାଠାରେ ବୈତରଣୀ ଏବଂ ଜଳକା ନଦୀରେ ଜଳପତ୍ତନସ୍ତର ବୃଦ୍ଧି ପାଇ ବିପଦସ୍ତରଠାରୁ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। କେତେକ ସ୍ଥାନରେ ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖା ନଦୀର ଜଳପତ୍ତନସ୍ତର ଚିନ୍ତାଜନକ ରହିଛି l ଆସନ୍ତା ୧୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହି ସବୁ ଜିଲ୍ଲାରେ ଜଳସ୍ତର ବୃଦ୍ଧି ଉପରେ ନଜର ରଖିବା ପାଇଁ ରାତିସାରା ଏସଆରସି କାର୍ଯ୍ୟାଳୟ ଖୋଲା ରଖିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି l ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ଥିବାବେଳେ ସମସ୍ତ ଜିଲ୍ଲାପାଳ ଓ ବିଡିଓଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Flood In Odisha: ଖରସ୍ରୋତା: ଯାଜପୁରରେ ବଡ଼ ବନ୍ୟା ଆଶଙ୍କା!
ସେହିପରି ପୁଲିସ୍ ବିଭାଗ ପକ୍ଷରୁ ରାତ୍ରିକାଳୀନ ପେଟ୍ରୋଲିଂ ସହ ଶିଶୁ ଏବଂ ମହିଳାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ମହିଳା ପୁଲିସ୍ ମଧ୍ୟ ନିୟୋଜିତ ହୋଇଛନ୍ତି। ଆଶ୍ରୟସ୍ଥଳୀ ମାନଙ୍କରେ ସାଧରଣଲୋକଙ୍କୁ ରନ୍ଧାଖାଦ୍ୟ ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯାଉଛି l ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହେଲେ ସେମାନଙ୍କ ବାସଗୃହ ଏବଂ ଧନସମ୍ପତ୍ତିର ସୁରକ୍ଷା ନିମନ୍ତେ ପୁଲିସ୍ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l ସ୍ୱାସ୍ଥ୍ୟ ବିଭାଗ, ପଶୁସମ୍ପଦ ବିଭାଗ ଓ ଅନ୍ୟ ସମସ୍ତ ବିଭାଗକୁ ପ୍ରସ୍ତୁତ ରଖାଯାଇଥିବାବେଳେ ଗୃହପାଳିତ ପଶୁମାନଙ୍କ ସୁରକ୍ଷା ବ୍ୟବସ୍ଥା ସହ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଗୋଖାଦ୍ୟ ମହଜୁଦ ରଖାଯାଇଛି l ସର୍ପାଘାତକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ଔଷଧ ଏବଂ ଇଞ୍ଜେକସନ୍ ମହଜୁଦ ରହିଛି। ଏହି ପରିପ୍ରେକ୍ଷୀରେ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସହ ଲୋକମାନେ ଭୟଭୀତ ନହୋଇ ସତର୍କ ଓ ସୁରକ୍ଷିତ ରହିବାକୁ ନିବେଦନ କରାଯାଇଛି। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ବାସଗୃହ ଅଥବା ଚାଷଜମି ନିମନ୍ତେ ଜନସାଧାରଣଙ୍କୁ ତ୍ଵରିତ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷ ୨୪ × ୭ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ନିୟମିତ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗରେ ରହିଛି l ବନ୍ୟା ମୁକାବିଲା, ପ୍ରସ୍ତୁତି, ସ୍ଥାନାନ୍ତରଣ, ଜନସାଧାରଣଙ୍କ ସୁରକ୍ଷା ଏବଂ ସାମଗ୍ରିକ ସୁବ୍ୟବସ୍ଥିତ ପରିଚାଳନା ସୁନିଶ୍ଚିତ କରିବା ନିମନ୍ତେ ତିନି ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି l 

Flash flood risk: ଅକସ୍ମାତ୍‌ ବନ୍ୟା ଆଶଙ୍କା: ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ନିର୍ଦ୍ଦେଶ
ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ୍ ଡିଜି ୱାଇ ବି ଖୁରାନିଆ, ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡ଼ଙ୍ଗୀ, ସ୍ୱତନ୍ତ୍ର ରିଲିଫ କମିସନର ରାଜେଶ ପ୍ରଭାକର ପାଟିଲ୍, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.