Odisha EV Sales: ଇଭି କିଣିବାରେ ଓଡ଼ିଶା ଆଗରେ

3 weeks ago 14
ARTICLE AD BOX

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ପେଟ୍ରୋଲ୍ ଓ ଡିଜେଲ୍‌ ଦର ମହଙ୍ଗା ହେବା ସହିତ ଗ୍ରାହକମାନେ ଇଲେକ୍ଟ୍ରିକ୍‌ ଯାନ (ଇଭି) ଓ ସିଏନ୍‌ଜି ଭଳି ବିକଳ୍ପ ଇନ୍ଧନରେ ଚାଲୁଥିବା ଗାଡ଼ି କିଣିବାକୁ ପସନ୍ଦ କରୁଛନ୍ତି। ସେଥିପାଇଁ ଗତ ଜୁନରେ ଦେଶରେ ଇଭି ବିକ୍ରିରେ ୪୦ ପ୍ରତିଶତର ବୃଦ୍ଧି ଘଟିଛି। ଏଭଳି ପରିବେଶ ମିତବ୍ୟୟୀ ଯାନର ଗ୍ରହଣୀୟତା ବଢ଼ାଇବାରେ ସାରା ଦେଶକୁ ବାଟ ଦେଖାଉଛି ଓଡ଼ିଶା। ଅର୍ଥାତ ଯେଉଁ କେତେକ ରାଜ୍ୟରେ ଇଭି ଗ୍ରହଣୀୟତା ଦ୍ରୁତ ଗତିରେ ବଢ଼ୁଛି, ସେମାନଙ୍କ ଭିତରେ ଓଡ଼ିଶା ଅଗ୍ରଣୀ ସ୍ଥାନରେ ରହିଛି। ଜାତୀୟ ସ୍ତରରେ ମୋଟ୍‌ ନୂଆ ଦୁଇଚକିଆ ଯାନରେ ଇଭିର ଭାଗ ୯.୪ ପ୍ରତିଶତ ଓ କାର୍‌ରେ ୫.୪ ପ୍ରତିଶତ ରହିଛି। ଉଭୟ ଗାଡ଼ି ବର୍ଗରେ ଓଡ଼ିଶାରେ ଅଧିକ ହାରରେ ଇଭି ବିକ୍ରି ହେଉଛି। ଇଲେକ୍ଟ୍ରିକ୍‌ ଦୁଇଚକିଆ ଯାନ ବିକ୍ରିରେ ଓଡ଼ିଶା ଯଥେଷ୍ଟ ଆଗରେ ରହିଛି। ଗତ ଜୁନ ମାସରେ ବିକ୍ରି ହୋଇଥିବା ମୋଟ୍‌ ନୂଆ ଦୁଇଚକିଆ ଯାନ ମଧ୍ୟରୁ ୧୭ ପ୍ରତିଶତ ଥିଲା ଇଭି। ଅର୍ଥାତ ରାଜ୍ୟରେ ବିକ୍ରି ହେଉଥିବା ପ୍ରତି ୧୦୦ଟି ନୂଆ ସ୍କୁଟର ଓ ମୋଟରସାଇକଲ୍‌ ମଧ୍ୟରୁ ୧୭ଟି ହେଉଛି ଇଭି। ଏହି ହାର ମାସକୁ ମାସ ବଢ଼ିବାରେ ଲାଗିଛି।

ମାର୍ଚ୍ଚରୁ ଜୁନ୍‌ ମଧ୍ୟରେ ୧୭ ପ୍ରତିଶତ ବୃଦ୍ଧି 

୨୦୨୫ରେ ମୋଟ୍‌ ବିକ୍ରିରେ ଇଭିର ଭାଗ ୯.୫ ପ୍ରତିଶତ ଥିଲା। ୨୦୨୬ର ଜାନୁଆରି-ଫେବ୍ରୁଆରି ସୁଦ୍ଧା ସେହି ହାର ୧୦.୩ ପ୍ରତିଶତକୁ ବଢ଼ିଥିଲା ଓ ମାର୍ଚ୍ଚରୁ ଜୁନ୍‌ ମଧ୍ୟରେ ୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିଭଳି, କାର୍‌ କ୍ଷେତ୍ରରେ ୨୦୨୫ରେ ମୋଟ୍‌ ନୂଆ କାର୍‌ ବିକ୍ରିରେ ଇଭି କାର୍‌ର ଭାଗ ଥିଲା ୪ ପ୍ରତିଶତ। ୨୦୨୬ର ଜାନୁଆରି-ଫେବ୍ରୁଆରିରେ ତାହା ୪.୩ ପ୍ରତିଶତ ଓ ମାର୍ଚ୍ଚ-ଜୁନ୍‌ରେ ୭.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଉଭୟ ଦୁଇଚକିଆ ଓ ଚାରିଚକିଆ ଗାଡ଼ି ବିକ୍ରି ଉପରେ ନଜର ପକାଇଲେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଇଭି ବିକ୍ରି ତ୍ବରାନ୍ବିତ ହୋଇଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷ ଫେବ୍ରୁଆରି ଶେଷ ଆଡ଼କୁ ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍‌ ଆକ୍ରମଣ କରିଥିଲେ। ତାହାର ପରବର୍ତ୍ତୀ ମାସଗୁଡ଼ିକରେ ଓଡ଼ିଶାରେ ଇଭି କାର୍‌ ବିକ୍ରିରେ ପ୍ରାୟ ଦୁଇ ଗୁଣା ବୃଦ୍ଧି ହୋଇଛି। ଦୁଇଚକିଆ ଇଭି ବିକ୍ରିରେ ମଧ୍ୟ ପ୍ରାୟ ଦୁଇ ଗୁଣା ପାଖାପାଖି ବୃଦ୍ଧି ଘଟିଛି।

Murder: ଆମେରିକାରେ ପତ୍ନୀକୁ ହତ୍ୟା କଲା ସଫ୍ଟୱେର୍‌ ଇଞ୍ଜିନିୟର

ଓଡ଼ିଶା ବ୍ୟତୀତ ଅନ୍ୟ ଯେଉଁ ରାଜ୍ୟଗୁଡ଼ିକ ଇଭି ଗ୍ରହଣୀୟତାରେ ଆଗରେ ରହିଛନ୍ତି, ସେଗୁଡ଼ିକ ହେଉଛି ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଦିଲ୍ଲୀ। ଇଭି କାର୍‌ ବିକ୍ରିରେ ଦିଲ୍ଲୀ ସବୁଠୁ ଆଗରେ ରହିଛି। ଏହା ପଛକୁ ତେଲେଙ୍ଗାନା, ଓଡ଼ିଶା, ଗୁଜରାଟ ଓ ଆନ୍ଧ୍ରପ୍ରଦେଶ ରହିଛନ୍ତି। ଚଳିତ ବର୍ଷର ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଦେଶରେ ୨,୮୨,୦୦୦ ଇଲେକ୍ଟ୍ରିକ୍‌ ଗାଡ଼ି ବିକ୍ରି ହୋଇଥିଲା। ଗତବର୍ଷର ସେହି ସମୟ ତୁଳନାରେ ଏଥର ୪୮ ପ୍ରତିଶତ ଅଧିକ ଇଭି ବିକ୍ରି ହୋଇଛି। ମୋଟ ନୂଆ ଦୁଇଚକିଆ ମଧ୍ୟରେ ସର୍ବାଧିକ ୧୯ ପ୍ରତିଶତ ଇଭି ଗୋଆରେ ବିକ୍ରି ହୋଇଛି। ସେହିପରି ତିନିଚକିଆ ନୂଆ ଗାଡ଼ି ବିକ୍ରିରେ ଆସାମ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଉତ୍ତରାଖଣ୍ଡ ଆଗରେ ରହିଛନ୍ତି। ଏହି ରାଜ୍ୟଗୁଡ଼ିକରେ ମୋଟ୍‌ ନୂଆ ତିନିଚକିଆ ଗାଡ଼ି ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ଗାଡ଼ି ବ୍ୟାଟେରିରେ ଚାଲୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.