ARTICLE AD BOX
ଭୁବନେଶ୍ବର: ଅନେକ ଦିନ ଧରି ଅଟକି ରହିଥିବା ରାଜ୍ୟର ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ଏନେଇ ଗଠିତ ହୋଇଥିବା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅଶୋକ ତ୍ରିପାଠୀ କମିଟିର ସୁପାରିସର କାର୍ଯ୍ୟକାରିତାକୁ ନେଇ ଆଜି (ଶୁକ୍ରବାର) ରାତିରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜୁନାଗଡ଼ ବ୍ଲକ୍ରେ ଶିକ୍ଷକ ସମସ୍ୟା : ସହରରେ ଅଧିକ, ଗାଁରେ ଅଭାବ
ଖବର ଲେଖାଯିବା ବେଳକୁ ବୈଠକର ନିର୍ଯାସ ସମ୍ପର୍କରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ। ତେବେ ନିକଟତମ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଶିକ୍ଷକଙ୍କ ପଦୋନ୍ନତି, ଶିକ୍ଷକ ଓ ଅଣଶିକ୍ଷକଙ୍କ ଗ୍ରେଡ୍ ପେ, ସେବା ସ୍ଥିତି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହ ମାର୍ଚ୍ଚରୁ ଆରମ୍ଭ ହେଉଥିବା ୧୦ଶ୍ରେଣୀ ପରୀକ୍ଷା ପରିଚାଳନା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବ ଓ ନିର୍ଦ୍ଦେଶକଙ୍କୁ ପଚାରି ବୁଝିଥିଲେ।
Teaching Vacancies in Colleges ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଖୁବ୍ଶୀଘ୍ର ପୂରଣ ହେବ ୧୮୧୯ଟି ଶିକ୍ଷକ ପଦବି
ସୂଚନାଯୋଗ୍ୟ, ଶିକ୍ଷକଙ୍କ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ୬ ଡିସେମ୍ବର ୨୦୨୫ରେ ଅଶୋକ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟର ସହ ଅଧ୍ୟକ୍ଷ ଭାବେ ସୁଦର୍ଶନ ନାୟକ, ସଦସ୍ୟ ଭାବେ ଶାନ୍ତନୁ କୁମାର ସାହୁ, ମନୋରଞ୍ଜନ ମିଶ୍ର, ସଦସ୍ୟ ଆବାହକ ସନାତନ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି କମିଟି ବର୍ତ୍ତମାନ ସୁଦ୍ଧା ୧୦୪ଟି ଶିକ୍ଷକ ସଂଗଠନର ପ୍ରତିନିଧିଙ୍କ ସହ ପ୍ରାୟ ୯୦ଟି ବୈଠକ କରିଥିବା ବେଳେ ୭୯ଟି ଆବେଦନ ଗ୍ରହଣ କରିଥିଲେ। ନିଜର ରିପୋର୍ଟକୁ ୨୨ ସେପ୍ଟମ୍ବର ୨୦୨୬ରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

1 hour ago
2


