Odisha CM Assures Support ବାତ୍ୟା ଅର୍ଣ୍ଣବ ଥଇଥାନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲାର ବିଧାୟକଗଣ

1 week ago 3
ARTICLE AD BOX

ଭୁବନେଶ୍ୱର:  ବାତ୍ୟା ଅର୍ଣ୍ଣବ ଓ ତା ପରବର୍ତ୍ତୀ ବନ୍ୟା ପରିସ୍ଥିତି ଯୋଗୁଁ ଗଞ୍ଜାମଜିଲ୍ଲା ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି । ଆଜି (ଗୁରୁବାର) ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ  ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଗଞ୍ଜାମ ଜିଲ୍ଲାର ଅନ୍ୟ ବିଧାୟକମାନଙ୍କ ସହିତ  ଆଲୋଚନା କରିଛନ୍ତି। 

Situation in Ganjam Improving: ଗଞ୍ଜାମ ସ୍ଥିତି ସୁଧୁରୁଛି: ୭୨ ଘଣ୍ଟାରେ ବଦଳିଲା ଚିତ୍ର, ୩ ଗାଁରେ ସୀମିତ ଜଳବନ୍ଦି ସମସ୍ୟା
ଏହି ଆଲୋଚନାରେ ବିଧାୟକମାନେ ଜିଲ୍ଲାର କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗଞ୍ଜାମ ଜିଲ୍ଲାର ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଗଞ୍ଜାମ ଜିଲ୍ଲାର ଜନସାଧାରଣଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ଦିଆଯିବନାହିଁ । ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ରୀୟ ଟିମ୍‌ ସହିତ ମଧ୍ୟ ସାରା ରାଜ୍ୟର ପରିସ୍ଥିତି ସହିତ ଗଞ୍ଜାମ ଜିଲ୍ଲାର କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି।

Ganjam: ଗଞ୍ଜାମରେ ବନ୍ୟା ସ୍ଥିତି: ଏୟାରଡ୍ରପ୍ ପାଇଁ ପ୍ରସ୍ତୁତି, ୪୫ ଓଡ୍ରାଫ୍ ଓ ୫୦ରୁ ଅଧିକ ଅଗ୍ନିଶମ ଟିମ୍ ମୁତୟନ

ଗଞ୍ଜାମ ଜିଲ୍ଲାର କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ରିଲିଫ୍ ଯୋଗାଇଦେବା ସହିତ ବିଭିନ୍ନ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ତୁରନ୍ତ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜସ୍ୱ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.