ARTICLE AD BOX
ପୁରୀ: ଇସ୍କନ୍ ନିଜ ଜିଦ୍ରେ ଅଟଳ ରହିଛି। ଗଜପତିମହାରାଜ ଦିବ୍ୟସିଂହ ଦେବ ପଠାଇଥିବା ଚିଠିର ଅନୁରୋଧକୁ ପଶ୍ଚିମବଙ୍ଗ କୋଲକାତାସ୍ଥିତ ମାୟାପୁରର ଇସ୍କନ୍ ଗଭର୍ଣ୍ଣିଂ ବଡି କମିସନ୍ (ଜିବିସି) ଚେୟାରମ୍ୟାନ୍ ପ୍ରତ୍ୟାଖ୍ୟାନ କରିଛନ୍ତି। ଗଜପତି ମହାରାଜଙ୍କୁ ଚିଠି ଲେଖି ଉଲ୍ଲେଖ କରିଛନ୍ତି, ଏଣିକି ଏ ବିଷୟରେ କିଛି ବି କହିବୁ ନାହିଁ। ଏହି ଚର୍ଚ୍ଚାରୁ ସବୁଦିନ ପାଇଁ ସମ୍ମାନ ପୂର୍ବକ ଦୂରେଇ ରହିବେ ବୋଲି ଚେତାବନୀ ଶୁଣାଇଛନ୍ତି। ପ୍ରଥମତଃ ମୂଳପୀଠର ବିଧି, ପରମ୍ପରା, ଶାସ୍ତ୍ର ନିର୍ଦ୍ଦେଶକୁ ଜଳାଞ୍ଜଳି ଦେଇ ଇସ୍କନ୍ ବିଦେଶରେ ମନଇଚ୍ଛା ନିଜ ସୁବିଧାରେ ରଥଯାତ୍ରା ଆୟୋଜନ କଲା। ଏଥିରେ ରୋକ୍ ଲଗାଇ କେବଳ ଶାସ୍ତ୍ରୀୟ ବିଧିବିଧାନକୁ ଅନୁସରଣ କରିବାକୁ ଗଜପତି ମହାରାଜଙ୍କ ଅନୁରୋଧକୁ ବି ଶେଷରେ ପ୍ରତ୍ୟାଖ୍ୟାନ କରି ଅହମିକାର ପରିଚୟ ଦେଇଛନ୍ତି ଇସ୍କନ୍ କର୍ତ୍ତୃପକ୍ଷ। ବିଦେଶରେ ରହୁଥିବା ଓଡ଼ିଆ ଓ ଭାରତୀୟ ଜଗନ୍ନାଥପ୍ରେମୀ, ସମଗ୍ର ବିଶ୍ବରେ ଥିବା କୋଟିକୋଟି ଭକ୍ତଙ୍କ ଭାବାବେଗ ସହ ଖେଳୁଥିବାରୁ ଏହି ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ସମଗ୍ର ବିଶ୍ବରେ ଭକ୍ତମାନେ ସ୍ବର ଉଠାଉଛନ୍ତି। ତଥାପି ନିଜର ଅହମିକା ଓ ଜିଦ୍ରେ ଅଟଳ ରହି ଇସ୍କନ୍ ଭୁଲ୍କୁ ବାରମ୍ବାର ଦୋହରାଇ ଚାଲିଛି। ପୁଣି ଏହି ଆଲୋଚନାକୁ ଏଇଠି ବନ୍ଦ କରିବାକୁ ଚିଠିରେ ଦର୍ଶାଇ ପରୋକ୍ଷରେ ମନଇଚ୍ଛା ନିଜ ହିସାବରେ ଅ-ତିଥିରେ ରଥଯାତ୍ରା ଆୟୋଜନ କରିବ ବୋଲି ଇଙ୍ଗିତ ଦେଇଛି।
GDP: ଆଇଏମ୍ଏଫ୍ ପରେ ଏଡିବି କମାଇଲା ଅଭିବୃଦ୍ଧି ଆକଳନ
ଇସ୍କନ୍ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ ନେଇ କ୍ଷୋଭ ଝାଡ଼ିଛନ୍ତି ଜଗନ୍ନାଥପ୍ରେମୀ। ଶ୍ରୀମନ୍ଦିର ପ୍ରଶାସନ, ଗଜପତି ମହାରାଜ ଦିବ୍ୟସିଂହ ଦେବ ଇସ୍କନ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଥିବାରୁ ଶାସ୍ତ୍ରକୁ ସମ୍ମାନ ଦେଇ ଇସ୍କନ୍ ଅ-ତିଥି ରଥଯାତ୍ରାରେ ରୋକ୍ ଲଗାଇବ ବୋଲି ସମସ୍ତେ ବିଶ୍ବାସ କରୁଥିଲେ। ଏବେ କିନ୍ତୁ ଗଜପତି ମହାରାଜଙ୍କ ଚିଠିର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ପରେ ସେବାୟତ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ କୋଟିକୋଟି ଭକ୍ତ କ୍ଷୋଭ ଝାଡ଼ିଛନ୍ତି। ଏସବୁ ସତ୍ତ୍ବେ ଏହି ମାମଲାରେ ଭାରତ ସରକାର ଓ ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ନିରବତା ଯନ୍ତ୍ରଣା ଦେଉଛି।
Gajapati:ପ୍ରବଳ ବର୍ଷାରେ ଉପୁଡ଼ିଲା ବିରାଟ ତେନ୍ତୁଳି ଗଛ, ଦୁଇ ପରିବାରର ଘର କ୍ଷତିଗ୍ରସ୍ତ
ଗତବର୍ଷ ଅକ୍ଟୋବର ୧୯ରେ ତତ୍କାଳୀନ ଇସ୍କନ୍ ମୁଖ୍ୟାଳୟ ସମସ୍ତ ବିଚାରବିମର୍ଶ ପରେ ନିଜେ କିଛି ଯୁକ୍ତି ରଖିଥିଲେ। ଦେଶ ଭିତରେ ରଥଯାତ୍ରା ନିର୍ଦ୍ଦିଷ୍ଟ ତିଥିରେ ପାଳନ କରାଯିବ। ବିଦେଶରେ ଏହାକୁ ମାନିପାରିବେ ନାହିଁ ବୋଲି ଉଲ୍ଲେଖ କରିଥିଲେ। ପୁଣି ସ୍ନାନଯାତ୍ରା ବିଶ୍ବବ୍ୟାପୀ ଶାସ୍ତ୍ର ନିର୍ଦ୍ଧାରିତ ତିଥିରେ ପାଳନ ହେବ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ। ମାତ୍ର କୌଣସି ଗୋଟିଏ କଥା ବି ପାଳନ କରାଗଲା ନାହିଁ। ଏପରିକି ଦେଶ ଭିତରେ ମଧ୍ୟ ଅଦିନିଆ ରଥଯାତ୍ରା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଦେଶରେ ଅ-ତିଥିରେ ସ୍ନାନଯାତ୍ରା ଆୟୋଜନ ହୋଇ ଆସୁଥିଲା। ଏହାକୁ ଲକ୍ଷ୍ୟ କରି ଗଜପତି ମହାରାଜ ଜୁଲାଇ ୪ ତାରିଖରେ ଇସ୍କନ୍ ଜିବିସିର ନୂଆ ଚେୟାରମ୍ୟାନ୍ ମଧୁସେବିତ ଦାସଙ୍କୁ ଇ-ମେଲ୍ କରିଥିଲେ। ଜିବିସି ଚେୟାରମ୍ୟାନ୍ ପଦରେ ନୂଆ କରି ଅବସ୍ଥାପିତ ହୋଇଥିବାରୁ ଅନ୍ତତଃ ସେ ଶାସ୍ତ୍ରୀୟ ବିଧିବିଧାନ ଏବଂ କୋଟିକୋଟି ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ ଗତବର୍ଷ ୧୯ ତାରିଖରେ ତତ୍କାଳୀନ ଜିବିସି ଚେୟାରମ୍ୟାନ୍ ରଖିଥିବା ଜବାବ ଉପରେ ପୁନର୍ବିଚାର କରିବେ ବୋଲି ବିଶ୍ବାସ ଥିଲା। ସେଇ କଥା ହିଁ ଚିଠିରେ ଉଲ୍ଲେଖ କରି ଗଜପତି ମହାରାଜ ଉକ୍ତ ଫଇସଲା ଉପରେ ପୁନର୍ବିଚାର କରି ଶାସ୍ତ୍ର ଓ ମୂଳପୀଠର ରଥଯାତ୍ରା ପରମ୍ପରାକୁ ଅନୁକରଣ କରିବାକୁ ନିବେଦନ କରିଥିଲେ। ଶେଷରେ ସେ ବି ନିରାଶ କରିଛନ୍ତି।

2 months ago
21


