ARTICLE AD BOX
ନୂଆଦିଲ୍ଲୀ: ଗୋଟିଏ ପଟେ ଚାକିରି ଗଲା, ଅନ୍ୟପଟେ ନୂଆ ଚାକିରିର ଅଫର୍! ନିଜ ହାତରେ ଗଢ଼ିଥିବା କମ୍ପାନୀରୁ ବିଦା ହୋଇଛନ୍ତି ମାଲିକ । ଏପଟେ ତାଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ଦେବାକୁ ପ୍ରସ୍ତୁତ ଅଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ! ଆମେ କହୁଛୁ ଏନଭିଡିଆର ସହ-ପ୍ରତିଷ୍ଠାତା ତଥା ସିଇଓ ଜେନସନ୍ ହୁଆଙ୍ଗଙ୍କ କଥା। ଦୁଇ ଦୁଇଟି କଥିତ ଏକ୍ସଟ୍ରା ମାରିଟାଲ୍ ଆଫେୟାର୍କୁ ନେଇ ଏବେ ଚର୍ଚ୍ଚାରେ ଜେନସନ୍। ଆଉ ଏହାରି ଭିତରେ ଏଲନ୍ ମସ୍କଙ୍କ ଏକ ଜବାବ ଇଣ୍ଟରନେଟ୍ରେ ନିଆଁ ଲଗାଇଛି। ପୂରା ଘଟଣାର ଆରମ୍ଭ ହୋଇଛି ଜେନସନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆସିଥିବା ଖୁଲାସାରୁ।
Drone attack: ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ ୭ ମୃତ, ଜବାବ ଦେଇ ୨ଜଣଙ୍କ ଜୀବନ ନେଲା ରୁଷ
ପ୍ରଥମେ ଚୀନ୍ର ଗୁପ୍ତଚର ସଂସ୍ଥା ସହ ସମ୍ପର୍କ ଥିବା ସନ୍ଦେହ କରାଯାଉଥିବା ଜଣେ ବ୍ୟବସାୟୀ ମହିଳାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଖବର ଆସିଥିଲା। ଏହା ପରେ ଏନଭିଡିଆର ହେଲଥକେୟାର ଭାଇସ୍ ପ୍ରେସିଡେଣ୍ଟ କିମ୍ବର୍ଲି ପାୱେଲଙ୍କ ସହ ମଧ୍ୟ ତାଙ୍କର କଥିତ ସମ୍ପର୍କ ଥିବା ନେଇ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଥିଲା। କିମ୍ବର୍ଲି ସିଧାସଳଖ ଜେନସନଙ୍କୁ ରିପୋର୍ଟ କରୁଥିଲେ। ଏହାକୁ ନେଇ କମ୍ପାନୀର କାର୍ଯ୍ୟସ୍ଥଳୀ ନିୟମ ଓ ସ୍ୱାର୍ଥ ସଂଘାତକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏବେ ଏହି ବିବାଦ ଏନଭିଡିଆର ବୋର୍ଡରୁମ୍ ପର୍ଯ୍ୟନ୍ତ ପହଞ୍ଚିଥିବା ଚର୍ଚ୍ଚା ହେଉଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, ଜେନସନଙ୍କ ଭବିଷ୍ୟତକୁ ନେଇ କମ୍ପାନୀର ବୋର୍ଡ ବୈଠକ କରିପାରେ।
ଏପରିକି ତାଙ୍କୁ ସିଇଓ ପଦରୁ ହଟାଇବା ନେଇ ମଧ୍ୟ ଆଲୋଚନା ହେଉଥିବା ଦାବି କରାଯାଉଥିଲା। ଏହି ସମୟରେ ଏକ୍ସରେ ଜଣେ ୟୁଜର୍ ଏଲନ୍ ମସ୍କଙ୍କୁ ଟ୍ୟାଗ୍ କରି ଲେଖିଥିଲେ, ଏଲନ୍ ପ୍ଲିଜ୍, ଜେନସନଙ୍କୁ ଚାକିରିରେ ରଖିଦିଅନ୍ତୁ। ଏହାର ଜବାବରେ ମସ୍କ କହିଥିଲେ, ତାଙ୍କୁ ନିଯୁକ୍ତି ଦେବା ମୋ ପାଇଁ ସମ୍ମାନର କଥା ହେବ। ମସ୍କଙ୍କ ଏହି ଗୋଟିଏ ଜବାବ ପରେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା। ଜେନସନ୍ କ'ଣ ଏନଭିଡିଆ ଛାଡ଼ି ମସ୍କଙ୍କ ଟିମ୍ରେ ସାମିଲ ହେବେ? ତେବେ ଏନଭିଡିଆର ନେତୃତ୍ୱ ନେଉଥିବା ଜେନସନ୍ ହୁଆଙ୍ଗ ଏଆଇ ଚିପ୍ ଦୁନିଆର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ। ତାଙ୍କ ନେତୃତ୍ୱରେ କମ୍ପାନୀ ଆଜି ବିଶ୍ୱର ସବୁଠୁ ବଡ଼ ଏଆଇ ଚିପ୍ ନିର୍ମାତା ଭାବେ ପରିଚିତ। ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବିବାଦ ଓ କମ୍ପାନୀରେ ତାଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା। ତେବେ ଏହା କେବଳ ସୋସିଆଲ ମିଡିଆରେ ମସ୍କଙ୍କ ମଜାଳିଆ ଜବାବ ନା ଜେନସନଙ୍କ ପାଇଁ ସତରେ ଖୋଲିବ ନୂଆ ଚାକିରିର ରାସ୍ତା? ତାହା ଦେଖିବାକୁ ବାକି ରହିଲା।

19 minutes ago
1


