ARTICLE AD BOX
ପ୍ରେକ୍ଷାଳୟକୁ ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ‘ରାମାୟଣ: ପାର୍ଟ-୧’କୁ ମିଳିବାକୁ ଯାଉଛି ଆଉ ଏକ ବଡ଼ ଉପଲବ୍ଧି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଏବେ ଓସ୍କାର ଦୌଡ଼ରେ ସାମିଲ ହେବାକୁ ଯାଉଛି। ଏହାକୁ ନେଇ ୯୯ତମ ଏକାଡେମି ପୁରସ୍କାର ପାଇଁ ଚାଲିଥିବା ଦୌଡ଼ ଭାରତୀୟ ସିନେମା ପାଇଁ ଆହୁରି ରୋମାଞ୍ଚକର ହୋଇଉଠିଛି। ଏକ ରିପୋର୍ଟ ଅନୁଯାୟୀ, ନିର୍ମାତା ଏହି ଚଳଚ୍ଚିତ୍ରକୁ ଓସ୍କାର ପୁରସ୍କାର ପାଇଁ ବିଚାର ନିମନ୍ତେ ଦାଖଲ କରିଛନ୍ତି। ତେବେ ଚୂଡ଼ାନ୍ତ ମନୋନୟନ ପାଇଁ ଏହାକୁ ଆହୁରି କିଛି ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ।
Health: ୬ମାସରେ ଉଚ୍ଚରକ୍ତଚାପରେ ୮୧,୪୨୩, ମଧୁମେହରେ ୪୩,୭୮୪ରୋଗୀ ଚିକିତ୍ସାଧୀନ
ମରାଠୀ ଚଳଚ୍ଚିତ୍ର ‘ଗୋନ୍ଧଲ’କୁ ଆନ୍ତର୍ଜାତିକ ଫିଚର୍ ଫିଲ୍ମ ବର୍ଗରେ ଭାରତର ଆଧିକାରିକ ମନୋନୟନ ଭାବେ ଘୋଷଣା କରାଯିବା ପରେ ଏହି ଖବର ସାମ୍ନାକୁ ଆସିଛି। ତେବେ ଭାରତର ଆଧିକାରିକ ଓସ୍କାର ପ୍ରବେଶ ଅନ୍ୟ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକୁ ସ୍ୱାଧୀନ ଭାବେ ବିଚାର ପାଇଁ ଦାଖଲ ହେବାରୁ ବାଧା ଦିଏ ନାହିଁ। ଏକାଡେମିର ନିର୍ଦ୍ଧାରିତ ଯୋଗ୍ୟତା ନିୟମ ପୂରଣ କରୁଥିବା ଚଳଚ୍ଚିତ୍ର ଏହି ଦୌଡ଼ରେ ସାମିଲ ହୋଇପାରିବ। ବିଚାର ପାଇଁ ଦାଖଲ ହେବା ଓ ଚୂଡ଼ାନ୍ତ ମନୋନୟନ ମଧ୍ୟରେ କିନ୍ତୁ ପାର୍ଥକ୍ୟ ରହିଛି। ଉଲ୍ଲେଖଯୋଗ୍ୟ, ନଭେମ୍ବର ୫ ତାରିଖରେ ‘ରାମାୟଣ’ର ପ୍ରଥମ ଭାଗ ପ୍ରେକ୍ଷାଳୟରେ ରିଲିଜ୍ ହୋଇଯାଇଛି। ଦର୍ଶକଙ୍କ ଦୃଷ୍ଟିରୁ ଦେଖିଲେ, ମୋଟାମୋଟି ଭାବେ ସିନେମାକୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି, କିନ୍ତୁ ସବୁ ଦିଗକୁ ନେଇ ଦର୍ଶକ ସନ୍ତୁଷ୍ଟ ନୁହନ୍ତି। ସିନେମାରେ କିଛି କଳାକାର ଦର୍ଶକଙ୍କ ମନ ଜିତିଥିବା ବେଳେ ସଙ୍ଗୀତ ଓ ଭାବପ୍ରବଣତା ଦିଗରେ ମତଭେଦ ରହିଛି।
High Court judge: ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ କର୍ଣ୍ଣନଙ୍କ ପରଲୋକ

17 minutes ago
2


