ARTICLE AD BOX
୧୯୫୭ରେ ସୋଭିଏତ୍ ରୁଷ୍ ‘ସ୍ପଟ୍ନିକ୍’ ନାମକ କୃତ୍ରିମ ଉପଗ୍ରହଟିଏ ପୃଥିବୀ ଚାରିପଟେ ପରିକ୍ରମା କରାଇଥିଲା। ପ୍ରତିକ୍ରିୟାରେ ଆମେରିକା ନିଜର ପରାକ୍ରମ ଓ ପ୍ରତିପତ୍ତି ପ୍ରଦର୍ଶନ କରିବା ଲାଗି ‘ପ୍ରୋଜେକ୍ଟ ଏ୧୧୯’ ଯୋଜନାରେ ଚନ୍ଦ୍ରରେ ପରମାଣୁ ବୋମା ବିସ୍ଫୋରଣ କରିବାକୁ ସ୍ଥିର କରିଥିଲା। ଏହି ଅଭିଯାନର ନେତୃତ୍ବ ନେଇଥିଲେ ପଦାର୍ଥବିଜ୍ଞାନୀ ଲିଓନାର୍ଡ ରିଫେଲ୍। ବିସ୍ଫୋରଣ ପରିଣତି ସଂକ୍ରାନ୍ତରେ ମଡେଲିଙ୍ଗ୍ କରିଥିଲେ କାର୍ଲ ସେଗନ୍। ଏହି ଯୋଜନା ଉପରେ କରାଯାଇଥିବା ଫାଇଲ୍ଟି ଚାରି ଦଶନ୍ଧିରୁ ଅଧିକ କାଳ ଗୋପନୀୟ ଆର୍କାଇଭ୍ରେ ରହିଥିଲା। ପରେ ଜଣେ ଲେଖକ ଗବେଷଣା ସମୟରେ ଏହି ଫାଇଲ୍ ଆବିଷ୍କାର କରିଥିଲେ। ହିରୋସିମାରେ ଯେତେ ପରିମାଣର ବିସ୍ଫୋରକ ଭରା ପରମାଣୁ ବୋମା ପକାଯାଇଥିଲାର ତା’ର ଏକ-ଦଶମାଂଶ ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ କରାଯାଇଥାଆନ୍ତା।
High Court: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ସଞ୍ଜୟ ଅଗ୍ରୱାଲ
ଏହି ବୋମାଟିକୁ ଗୋଟାଏ ଇଣ୍ଟର୍କଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ ଯୋଗେ ଚନ୍ଦ୍ରରେ ବିସ୍ଫୋରଣ କରାଇବାକୁ ଆମେରିକା ଯୋଜନା କରିଥିଲା। କିନ୍ତୁ, କେତେକ ଅସୁବିଧା ଯୋଗୁଁ ଏହି ଯୋଜନା ସ୍ଥଗିତ ରଖାଗଲା। ପରମାଣୁ ବୋମାବାହୀ ସେ ମିସାଇଲ୍ ଯଦି ଲକ୍ଷ୍ୟଭ୍ରଷ୍ଟ ହୋଇ ପୃଥିବୀ ପୃଷ୍ଠକୁ ଖସିପଡ଼େ ପରିସ୍ଥିତି କ’ଣ ହେବ? ତା’ଛଡ଼ା, ଚନ୍ଦ୍ରପୃଷ୍ଠରେ ବୋମା ବିସ୍ଫୋରଣ ହେତୁ ବିଚ୍ଛୁରିତ ତେଜଷ୍କ୍ରିୟ ବିକିରଣ ପରିବେଶରେ ଖେଳିଯାଇଥାଆନ୍ତା। ପରବର୍ତ୍ତୀ ଚନ୍ଦ୍ର ଅଭିଯାନ ଲାଗି ତାହା ହୁଏତ ଅସୁବିଧା ସୃଷ୍ଟି କରିଥାଆନ୍ତା। ସୋଭିଏତ୍ ରୁଷ୍ ମଧ୍ୟ ଚନ୍ଦ୍ରପୃଷ୍ଠରେ ବୋମା ବିସ୍ଫୋରଣ କରାଇବା ପାଇଁ ‘ଇ-୪’ କୋଡ୍ନେମ୍ରେ ଯୋଜନା କରିଥିଲା। ଉତ୍କ୍ଷେପଣ ବିଫଳ ହେବା ଏବଂ ଜନ ସମାଲୋଚନା ଆଶଙ୍କା କରି ସେ ମଧ୍ୟ ଏଥିରୁ ନିବୃତ୍ତ ରହିଥିଲା। ଚନ୍ଦ୍ରପୃଷ୍ଠରେ ପରମାଣୁ ବିସ୍ଫୋରଣ ଘଟାଇ ନିଜର ଯେତେ ପ୍ରଚାର ପ୍ରସାର କରି ହେବ ତା’ ଅପେକ୍ଷା ଚନ୍ଦ୍ର ଅଭିଯାନରେ ଗଲେ ଅଧିକ ସୁନାମ ଅର୍ଜନ କରିହେବ ବୋଲି ଦୁଇ ଦେଶ ପରେ ବିଚାର କରିଥିେଲ।
Competition: ଜିଲ୍ଲାରେ ୨୯୯୬ ପ୍ରତିଯୋଗୀ: ନବରଙ୍ଗପୁରରେ ସର୍ବାଧିକ ୭୪୪ ପ୍ରତିଯୋଗୀ

1 week ago
7


