Nuakhai Celebration ମହୁଲଗାଁ ହେଣ୍ଡୁଆଶୁଖା ଗ୍ରାମରେ ନୂଆଁଖାଇ ପାଇଁ ବୃକ୍ଷରୋପଣ

1 day ago 2
ARTICLE AD BOX

ବାଲିଶଙ୍କରା:  ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସୁନ୍ଦରଗଡ଼ଜିଲ୍ଲା ବାଲିଶଙ୍କରା ବ୍ଲକ ବାଲିଶଙ୍କରା ପଂଚାୟତ ମହୁଲଗାଁ ହେଣ୍ଡୁଆଶୁଖା ଗ୍ରାମରେ ବୃକ୍ଷରୋପଣ, ଫୁଟବଲ, ମ୍ୟାଜିକ ଚେୟାର ଓ ବେଲୁନ ଫୁଟା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Nuakhai: ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତିଙ୍କ ସମେତ ବିଶିଷ୍ଟ ବ୍ୟକ୍ତି

ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଅତାବିରା ୟୁନିୟନ ବ୍ୟାଙ୍କ ମ୍ୟାନେଜର ବିନୟ ରୋଶନ ଲାକଡା ଯୋଗଦେଇଥିଲେ।  ହେଣ୍ଡୁଆଶୁଖା ଗ୍ରାମର ଯୁବ ସମାଜସେବୀ ବିନୟ ବାରାଙ୍କ ନେତୃତ୍ୱରେ ଚାଲିଥିବା କାର୍ଯ୍ୟକ୍ରମରେ ବୃକ୍ଷ ଚାରାରୋପଣ କାର୍ଯ୍ୟକ୍ରମରେ ଅଁଳା, କାଜୁ, ନିମ୍ବ, କରଞ୍ଜ, ଆତ ଭଳି ସର୍ବମୋଟ ୧୦୦ଟି ବୃକ୍ଷ ରୋପଣ କରାଯାଇଥିଲା।

Nuakhai 2026: ‘ନୂଆଁଖାଇରୁ ପାରିବାରିକ ମୂଲ୍ୟର ଶିକ୍ଷା ମିଳିଥାଏ’

ସିନିଅର ଓ ଜୁନିଅର ଫୁଟବଲ ଟିମ, ମ୍ୟାଜିକ ଚେୟାରରେ ବାଳିକା ଓ ମହିଳା ଓ ବେଲୁନ ଫୁଟାରେ ମହିଳା ଗ୍ରୁପ ସଦସ୍ୟମାନେ ଭାଗ ନେଇ ଆନନ୍ଦ ନେଇଥିଲେ। କୃତୀ ‌ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ମହୁଲଗାଁ ହେଣ୍ଡୁଆଶୁଖା ଗଣେଶ ପୂଜା କମିଟିର ସମ୍ପାଦକ ସୁରେଶ ଚନ୍ଦ୍ର କିସାନ, କୋଷାଧ୍ୟକ୍ଷ ଆଶାଲତା କିସାନ, ସଂଜୁ ତନ୍ତୀ, ଲିଳିମା ମାଝୀ, ରଶ୍ମିତା କମାର, ନିର୍ମଳା କିସାନ, ରାଜେନ୍ଦ୍ର କିସାନ, ପ୍ରେମ ଚାନ୍ଦ ତନ୍ତୀ, କରଣ କିସାନ, ରାହୁଲ ତନ୍ତୀ, ମଞ୍ଜୁ କିସାନ ଏହିପରି କମିଟିର ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଳେ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.