Non-fossil fuel: ଅଣଜୀବାଶ୍ମ ଇନ୍ଧନଭିତ୍ତିକ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୩୦୦ ଗିଗାୱାଟ୍‌ ଟପିଲା

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ସବୁଜ ଓ ସ୍ବଚ୍ଛ ଶକ୍ତି ଉତ୍ପାଦନ ‌କ୍ଷେତ୍ରରେ ଭାରତ ବିଶେଷ ଅଗ୍ରଗତି ହାସଲ କରିଛି। ଜୁଲାଇ ୩୧ ସୁଦ୍ଧା ଦେଶର ଅଣଜୀବାଶ୍ମ ଇନ୍ଧନଭିତ୍ତିକ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୩୦୦ ଗିଗାୱାଟ୍‌ ଟପି ୩୦୦.୫୦ ଗିଗାୱାଟ୍‌ରେ ପହଞ୍ଚିଛି। ୨୦୩୦ ମସିହା ସୁଦ୍ଧା ଭାରତ ମୋଟ ୫୦୦ ଗିଗାୱାଟ୍‌ର ଅଣଜୀବାଶ୍ମ ଇନ୍ଧନଭିତ୍ତିକ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ସୁଦ୍ଧା ସେହି ଲକ୍ଷ୍ୟର ୬୦ ପ୍ରତିଶତ ହାସଲ ହୋଇପାରିଛି। ଦେଶର ମୋଟ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ଏବେ ୫୫୨ ଗିଗାୱାଟରେ ରହିଥିବାବେଳେ ଅଣଜୀବାଶ୍ମ ଇନ୍ଧନ ଉତ୍ସରୁ ବିଦ୍ୟୁତ୍‌ ଉତ୍ପାଦନ ୫୪ ପ୍ରତିଶତରୁ ଅଧିକ ହୋଇଛି।

ଆହୁରି ପଢନ୍ତୁ: World Tribal Day ଘୁ.ଉଦୟଗିରିରେ କୁଇ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

ଦେଶର ସ୍ବଚ୍ଛ ଶକ୍ତି ସଂପ୍ରସାରଣ ଅଭିଯାନରେ ସୌର ଶକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଛି। ସୌରଶକ୍ତି ଉତ୍ପାଦନ କ୍ଷମତା ୧୬୪.୫୯ ଗିଗାୱାଟ୍‌ରେ ରହିଛି। ପବନ ଶକ୍ତି ଉତ୍ପାଦନ କ୍ଷମତା ୫୮.୧୪ ଗିଗାୱାଟ୍‌, ବୃହତ୍‌ ଓ କ୍ଷୁଦ୍ର ଜଳବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୫୭.୨୪ ଗିଗାୱାଟ୍‌, ଜୈବଶକ୍ତି ଉତ୍ପାଦନ କ୍ଷମତା ୧୧.୭୫ ଗିଗାୱାଟ୍‌ ଏବଂ ଆଣବିକ ଶକ୍ତି ଉତ୍ପାଦନ କ୍ଷମତା ୮.୭୮ ଗିଗାୱାଟ୍‌ରେ ରହିଛି।

୨୦୧୪ରେ ଭାରତର ସମୁଦାୟ ସୌର ଶକ୍ତି ଉତ୍ପାଦନ କ୍ଷମତା ୨.୮ ଗିଗାୱାଟ୍‌ ଥିଲା। ସଂପ୍ରତି ଏହା ପ୍ରାୟ ୧୬୫ ଗିଗାୱାଟ୍‌ରେ ପହଞ୍ଚିଛି। ସେହିଭଳି ୨୦୧୪‌ରେ ଦେଶରେ ପବନ ଶକ୍ତି ଉତ୍ପାଦନ କ୍ଷମତା ୨୧ ଗିଗାୱାଟ ଥିବାବେଳେ ସଂପ୍ରତି ଏହା ୫୮ ଗିଗାୱାଟ୍‌ରୁ ଅଧିକ ହୋଇଛି। ୨୦୨୫-୨୬ରେ ଭାରତରେ ୫୫.୨୯ ଗିଗାୱାଟ୍‌ର ଅଣଜୀବାଶ୍ମ ଇନ୍ଧନଭିତ୍ତିକ ବିଦ୍ୟୁତ୍‌ ଉତ୍ପାଦନ ହୋଇଛି। ସେଥିରେ ସୌର ଶକ୍ତିରୁ ୪୪.୬ ଗିଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରାଯାଇଥିବାବେଳେ ପବନରୁ ୬ ଗିଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ‌ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.