Nitin Gadkari : ଅଧିକ ଟଙ୍କା ଦିଅ, ଖାଲି ପେଟ୍ରୋଲ ନିଅ: ଗଡ଼କରୀ

2 weeks ago 10
ARTICLE AD BOX

ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା ୨୦ ପ୍ରତିଶତ ଇଥାନଲ ମିଶା ‌ପେଟ୍ରୋଲ ଇ୨୦କୁ ବ୍ୟାପକ ବିରୋଧ କରାଯାଉଥିବା ଭଳି ଏକ ଗମ୍ଭୀର ସମୟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଯେଉଁମାନେ ଇଥାନଲ ମିଶା ପେଟ୍ରୋଲ କିଣିବାକୁ ଚାହୁନାହାନ୍ତି ସେମା‌ନେ ବିଶୁଦ୍ଧ ପେଟ୍ରୋଲ କିଣିପାରିବେ। କିନ୍ତୁ ସେଥିପାଇଁ ସେମାନଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ‘ଟାଇମ୍‌ସ ଅଫ୍‌ ଇଣ୍ଡିଆ’ ସହ ଏକ ସାକ୍ଷାତକାରରେ ଗଡ଼କରୀ ଇ୨୦ ପେଟ୍ରୋଲର ଗଡ଼ି ଇଞ୍ଜିନ ଉପରେ ପଡ଼ୁଥିବା ପ୍ରଭାବକୁ ଖଣ୍ଡନ କରିଛନ୍ତି। ଏହି ତେଲକୁ ନେଇ ସରକାରଙ୍କ ପାଖରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ପହଞ୍ଚିନଥିବା ସେ କହିଛନ୍ତି। ‌

କେବଳ ପେଟ୍ରୋଲ କିଣିବାକୁ ଚାହୁଥିବା ‌ଲୋକମାନଙ୍କ ପାଇଁ କଣ ବ୍ୟବସ୍ଥା ରହିଥିବା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଆମେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ହାସଲ କରିସାରିଛୁ। ଦେଶର ସବୁ ପେଟ୍ରୋଲ ପମ୍ପରେ ସେହି ତେଲ ବିକ୍ରି ହେଉଛି। ତେଣୁ ଯେଉଁମାନେ ସେହି ତେଲ ବଦଳରେ ବିଶୁଦ୍ଧ ପେଟ୍ରୋଲ କିଣିବାକୁ ଚାହୁଛନ୍ତି ସେଥିପାଇଁ ସେମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଅଲଗା ତେଲ ପାଇଁ ପେଟ୍ରୋଲ ପମ୍ପରେ ପୃଥକ ପୃଥକ ଡିସ୍‌ପେନ୍‌ସର୍‌ ରହିବ କି ନାହିଁ ବୋଲି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ତାହା ପେଟ୍ରୋଲିୟମ ମନ୍ତ୍ରଣାଳୟର ବିଷୟ। ‌ତେଣୁ ସେ କିଛି ମତ ଦେଇନଥିଲେ। କିଛି ପେଟ୍ରୋଲ ପମ୍ପରେ ଫ୍ଳେକ୍ସ ଫୁଏଲ୍‌ ଇଞ୍ଜିନ ଥିବା ଗାଡ଼ି ପାଇଁ ଇ୮୫ ପେଟ୍ରୋଲ ବିକ୍ରି ଆରମ୍ଭ ହୋଇଥିବା ଗଡ଼କରୀ କହିଛନ୍ତି। ଇ୨୦ ପେଟ୍ରୋଲ ତୁଳନାରେ ତାହା ଶସ୍ତାରେ ମିଳୁଛି।

ଇ୨୦ ପେଟ୍ରୋଲକୁ ନେଇ ଦେଶବ୍ୟାପୀ ଚାଲିଥିବା ସମାଲୋଚନା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଥିବା ଗଡ଼କରୀ କହିଛନ୍ତି। ସେ କହିଲେ, ଇ୨୦କୁ ନେଇ ମିଥ୍ୟା ପ୍ରଚାର ହେଉଛି। ଇ୧୦ରେ ଚାଲୁଥିବା ପ୍ରତିଟି ଗାଡ଼ି ଇ୨୦ ପେଟ୍ରୋଲ ପାଇଁ ମଧ୍ୟ ଉପଯୁକ୍ତ। ଇ୨୦ରେ ଇଞ୍ଜିନ ଖରାପ ହେଉଥିବାର ଗୋଟିଏ ବି ଅଭିଯୋଗ ଆସିନାହିଁ। ମାରୁତି ସୁଜୁକି ସର୍ବସାଧାରଣରେ ତାହା ଘୋଷଣା କରିଛି। ଗାଡ଼ି ନିର୍ମାତାମାନେ ଗ୍ୟାରେଣ୍ଟି ମଧ୍ୟ ଦେଉଛନ୍ତି। ଯେଉଁମାନଙ୍କ ଗାଡ଼ିରେ ଅସୁବିଧା ହେଉଛି ମୋତେ ଲିଖିତ ଭାବେ ଜଣାଇବାକୁ ମୁଁ ଆହ୍ବାନ ଦେଇଥିଲି। ମୋ କାର୍ଯ୍ୟାଳୟରେ ଏପର୍ଯ୍ୟନ୍ତ ଗୋଟିଏ ବି ଅଭିଯୋଗ ଆସିନି ବୋଲି ସେ କହିଛନ୍ତି।

ମମତା ବାନାର୍ଜୀଙ୍କୁ ଲାଗିଛି ପୁଣି ଏକ ବଡ଼ ଝଟକା

ଇଥାନଲ ମିଶ୍ରଣ ଦ୍ବାରା ତାଙ୍କ ପରିବାର ଲୋକ ଲାଭବାନ ହେଉଥିବା ବିତର୍କ ଉପରେ ମତ ରଖି ସେ କହିଛନ୍ତି ଯେ ଅଟଳ ବିହାରୀ ବାଜପାୟୀଙ୍କ ସରକାର ଅମଳରୁ ଇଥାନଲ କାର୍ଯ୍ୟକ୍ରମ ଚାଲିଛି। ମୋ ପୁଅର ଏକ ଚିନି କଳ ଥିବାରୁ ଇଥାନଲକୁ ନେଇ ଏତେ ସବୁ ପ୍ରଚାର ହେଉଛି। ସେହି କାରଖାନା ଉପରେ ୧୬୦୦ କୋଟି ଟଙ୍କାର ଋଣ ଅଛି। ଇଥାନଲ କାର୍ଯ୍ୟକ୍ରମରେ ଉକ୍ତ କମ୍ପାନିର ଭାଗ ହେଉଛି ମାତ୍ର ୦.୫ ପ୍ରତିଶତ। ଇଥାନଲ କାର୍ଯ୍ୟକ୍ରମ ପେଟ୍ରୋଲିୟମ ମନ୍ତ୍ରଣାଳୟର। ଇଥାନଲ ଦର କ୍ୟାବିନେଟ୍‌ ନିର୍ଦ୍ଧାରଣ କରୁଛି। ସେଥିରେ ମୋର କୌଣସି ଭୂମିକା ନାହିଁ ବୋଲି ଗଡ଼କରୀ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.