Nirmal Purja: ପାକିସ୍ତାନରେ ନିର୍ମଳ ପୁର୍ଜାଙ୍କ ସମେତ ୧୦ ପର୍ବତାରୋହୀ ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି

3 days ago 1
ARTICLE AD BOX

ଇସଲାମାବାଦ: ପାକିସ୍ତାନର କାରାକୋରମ ପର୍ବତମାଳାରେ ଅବସ୍ଥିତ ବିଶ୍ୱର ୧୨ତମ ଉଚ୍ଚ ଶୃଙ୍ଗ ''ବ୍ରୋଡ୍ ପିକ୍''ରେ ଏକ ଭୟଙ୍କର ତୁଷାରପାତ ଯୋଗୁଁ ନେପାଳର ପ୍ରସିଦ୍ଧ ପର୍ବତାରୋହୀ ନିର୍ମଳ ପୁର୍ଜାଙ୍କ ସମେତ ୧୦ ଜଣ ପର୍ବତାରୋହୀ ନିଖୋଜ ହୋଇଯାଇଛନ୍ତି। ଗୁରୁବାର ସକାଳ ପ୍ରାୟ ୯ଟା ସମୟରେ ୭,୦୦୦ ମିଟର ଉଚ୍ଚତାରେ ଏହି ଦୁର୍ଘଟଣା ଘଟିଥିବା ନେପାଳ ପର୍ବତାରୋହଣ ସଂଘର ସାଧାରଣ ସମ୍ପାଦକ ରାଜ ବାହାଦୁର ଲାମା ସୂଚନା ଦେଇଛନ୍ତି। ନିଖୋଜଙ୍କ ମଧ୍ୟରେ ୫ ଜଣ ନେପାଳୀ ଏବଂ ଆମେରିକା, ଚୀନ୍, ଓମାନ ଓ ପାକିସ୍ତାନର ପର୍ବତାରୋହୀ ଶାମିଲ ଅଛନ୍ତି। ପ୍ରତିକୂଳ ପାଣିପାଗ ଯୋଗୁଁ ହେଲିକପ୍ଟର ଅବତରଣ କରିପାରୁ ନଥିବାରୁ ଉଦ୍ଧାର କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ସୋନମ୍ ୱାଙ୍ଗଚୁକ୍‌ଙ୍କ ଅବଦାନକୁ ଭୁଲିପାରିବି ନାହିଁ: ଅଭିଜିତ୍ ଦୀପକେ

ନିର୍ମଳ ପୁର୍ଜା ପୂର୍ବରୁ ଗୋର୍ଖା ଓ ବ୍ରିଟିଶ୍ ସ୍ପେଶାଲ ଫୋର୍ସର ସୈନିକ ଥିଲେ ଏବଂ ୨୦୧୯ରେ ମାତ୍ର ୬ ମାସ ମଧ୍ୟରେ ବିଶ୍ୱର ସମସ୍ତ ୧୪ଟି ୮,୦୦୦ ମିଟରରୁ ଉଚ୍ଚ ଶୃଙ୍ଗ ଆରୋହଣ କରି ବିଶ୍ୱରେକର୍ଡ ସୃଷ୍ଟି କରିଥିଲେ। ଏହି ଘଟଣାକୁ ନେଇ ନେପାଳର ପର୍ଯ୍ୟଟନ ମନ୍ତ୍ରୀ ଖଡଗ ପ୍ରସାଦ ପୌଡେଲ ଗଭୀର ଚିନ୍ତା ପ୍ରକଟ କରିବା ସହ ପାକିସ୍ତାନ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଥିବା ପ୍ରକାଶ କରିଛନ୍ତି। ଆଲପାଇନ୍ କ୍ଲବ୍ ଅଫ୍ ପାକିସ୍ତାନ ମଧ୍ୟ ତୁରନ୍ତ ସନ୍ଧାନ ଓ ଉଦ୍ଧାର ଅଭିଯାନ ପାଇଁ ସମସ୍ତ ଉଦ୍ଧାରବଳ ପ୍ରୟୋଗ କରାଯାଉଥିବା ଜଣାଇଛି। ପ୍ରତିକୂଳ ପାଣିପାଗ ସତ୍ତ୍ୱେ ସେନା ଓ ଉଦ୍ଧାରକାରୀ ଦଳ ନିଖୋଜ ପର୍ବତାରୋହୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଆଫଗାନ୍‌ ସୀମାରେ ପାକିସ୍ତାନ ପୁଲିସ ପୋଷ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ : ୧୧ ସୁରକ୍ଷାକର୍ମୀ ମୃତ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.