ARTICLE AD BOX
ସାମାଜିକ ଗଣମାଧ୍ୟମ ଇନ୍ଫ୍ଲୁଏନ୍ସର୍ ନିହାରିକା ଏନ୍ଏମ୍ ବଲିଉଡ୍ ଅଭିନେତ୍ରୀ ଭାବେ ପଦାର୍ପଣ କରିଛନ୍ତି। ଗୁରୁବାର ଦିନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ‘ଭାଇ ତେରା ଷ୍ଟାର୍ ହୈ’ ଚଳଚ୍ଚିତ୍ରରେ ସେ ରାଘବ ଜୁୟାଲଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି। ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପୂର୍ବରୁ ‘ଆଁଖୋ ସେ ତୁନେ’ ଗୀତରେ ରାଘବ-ନିହାରିକା ଯୋଡ଼ି ଦର୍ଶକଙ୍କ ମନ ଛୁଇଁ ସାରିଛି। ତେବେ ଏ ଚଳଚ୍ଚିତ୍ର ପାଇଁ ନିହାରିକା ଯେତିକି ଚର୍ଚ୍ଚିତ ହୋଇ ନାହାନ୍ତି, ସମୟ ରୈନାଙ୍କ ରିଆଲିଟି ସୋ ‘ଇଣ୍ଡିଆସ୍ ଗଟ୍ ଲାଟେଣ୍ଟ ସିଜନ୍ ୨’ରେ ଅତିଥି ଭାବେ ଯୋଗ ଦେବା କାରଣରୁ ତତୋଽଧିକ ଧ୍ୟାନ ଆକର୍ଷଣ କରିଛନ୍ତି। ୨୯ ବର୍ଷୀୟା ନିହାରିକାଙ୍କ ଜନ୍ମ ଚେନ୍ନାଇରେ। ହେଲେ ସେ ବେଙ୍ଗାଲୁରୁରେ ବଡ଼ ହୋଇଛନ୍ତି ଏବଂ କମ୍ପ୍ୟୁଟର୍ ସାଇନ୍ସରେ ସ୍ନାତକ କରିବା ପରେ ଇଂଜିନିଅରିଂ ମଧ୍ୟ କରିଛନ୍ତି।
Blood Donation: ରକ୍ତ ନୁହେଁ, ଜଣେ ଯୁବକ ପାଇଁ ଦୌଡ଼ିଲା ମାନବିକତା!
ସେ ୨୦୧୬ରେ ସାମାଜିକ ଗଣମାଧ୍ୟମରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ବିଭିନ୍ନ ପ୍ରକାର ଭିଡିଓ ପ୍ରସ୍ତୁତ କରି ଦୁଇ ବର୍ଷ ମଧ୍ୟରେ ସେ ଜଣେ ସୁପରିଚିତ ଇନ୍ଫ୍ଲୁଏନ୍ସର୍ ଭାବେ ନାଁ କରିସାରିଥିଲେ। ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଅନୁଗାମୀ ସଂଖ୍ୟା ୩୦ ଲକ୍ଷରୁ ଅଧିକ। କାଲିଫର୍ନିଆର ଚାପ୍ମ୍ୟାନ୍ ବିଶ୍ବବିଦ୍ୟାଳୟରେ ସେ ଏମ୍ବିଏ କରିବା ପାଇଁ ନାମ ଲେଖାଇଥିଲେ, କିନ୍ତୁ ଅଭିନୟ କ୍ୟାରିଅର୍ ଗଢ଼ିବା ପାଇଁ ଅଧାରୁ ପଢ଼ା ଛାଡ଼ିଥିଲେ। ମଞ୍ଚ ନାଟକ କରିବା ପରେ ସେ ପାଖାପାଖି ତିନି ବର୍ଷ ଅଭିନୟର ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ଗତ ବର୍ଷ ସେ ଏକ ତାମିଲ ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ। ଏବେ ସେ ବଲିଉଡ୍ରେ ନିଜର ଛାପ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି।

3 days ago
1


