Newly Married Woman Dies : ନବବିବାହିତା ହାରିଲେ ଜୀବନ; ଚିଠିରେ ଉଲ୍ଲେଖ କରିଥି‌ଲେ, ‘ମା ମୋ ମୃତ୍ୟୁ ପାଇଁ ଦାୟୀ ଲୋକଙ୍କୁ ଛାଡ଼ିବୁ ନାହିଁ’

3 weeks ago 9
ARTICLE AD BOX

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ନବବିବାହିତା ମହିଳା ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ମହିଳାଙ୍କ ନାମ ଶ୍ୱେତା । ଶ୍ୱେତା ହାତରେ ଏକ ଚିଠି ଲେଖିବା ପ‌ରେ ସିଲିଂ ଫ୍ୟାନରେ ଦଉଡ଼ି ଦେଇ ନିଜ ଜୀବନ ହାରି ଦେଇଥିବା ଘଟଣ‌ା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଚିଠିରେ ୨୫ ବର୍ଷୀୟା ଶ୍ୱେତା ତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଏବଂ ନଣନ୍ଦଙ୍କୁ ଦାୟୀ କରିଛନ୍ତି।  ସୁଇସାଇଡ ନୋଟରେ ଶ୍ବେତା ତାଙ୍କ ମାଆଙ୍କୁ ସମ୍ବୋଧିତ କରି ଲେଖିଛନ୍ତି, "ମା’ ଯଦି ମୁଁ ମରିଯାଏ ଦୟାକରି ସେମାନଙ୍କୁ ଛାଡ଼ିବୁ ନାହିଁ। ମୋତେ କ୍ଷମା କରିଦେବୁ। ମୋ ଦ୍ବାରା ଭୁଲ ହୋଇଯାଇଛି।’

ରେଳ ପ୍ରକଳ୍ପ କ୍ଷତିପୂରଣ ଅନିୟମିତା: ଜୀବିତଙ୍କୁ ମୃତ ଦର୍ଶାଇଲେ, ଭୁତ ବେଶରେ କ୍ଷତିଗ୍ରସ୍ତ ଧାରଣା ଦେଲେ

ପ୍ରାପ୍ତ ସୂଚନା ଅନୁଯାୟୀ,  ଶ୍ୱେତା ପ୍ରାୟ ଚାରି ମାସ ପୂର୍ବରୁ ପ୍ରେମ ବିବାହ କରିଥିଲେ ଏବଂ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବରେ କାମ କରୁଥିଲେ। ବିବାହ ପରେ ଦମ୍ପତି ମଧ୍ୟ‌ରେ ପ୍ରାୟତଃ ଝଗଡା ଲାଗି ରହିଥିଲା। ଗତ ଶୁକ୍ରବାର ଦମ୍ପତିଙ୍କ ମଧ୍ୟରେ ଲାଗିଥିବା ଝଗଡ଼ା ତୀବ୍ର ରୂପ ନେଇଥିଲା। ଏହି ଝଗଡ଼ା ପରେ  ‌ଶ୍ବେତା ଜୀବନ ହାରି ଦେଇଥିଲେ।

ସୁଇସାଇଡନୋଟ ଜବତ

ଖବର ପାଇ କାମାକ୍ଷୀପାଲ୍ୟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ‌ଶ୍ବେତାଙ୍କ ମୃତ ଶରୀର ସହ ଏକ ସୁଇସାଇଡନୋଟ ଜବତ କରିଥିଲା।  ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତର ଏକ ଅଂଶ ଭାବରେ ନୋଟରେ ହୋଇଥିବା ଅଭିଯୋଗଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି।ପୁଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି । ପରିବାର ସଦସ୍ୟ ପହଞ୍ଚିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.