New launch: ମାରୁତି ସୁଜୁକିର ନୂଆ ବାଲେନୋ

1 week ago 8
ARTICLE AD BOX

ବେଙ୍ଗାଲୁରୁ: ଯୁବ ଓ ସହରାଞ୍ଚଳ ଗ୍ରାହକଙ୍କୁ ଦୃଷ୍ଟିରେ ରଖି ମାରୁତି ସୁଜୁକି ପକ୍ଷରୁ ନୂଆ ବାଲେନୋ ଉନ୍ମୋଚନ କରାଯାଇଛି। ଏହି ପ୍ରିମିୟମ ହାଚ୍‌ବ୍ୟାକ୍‌ର ବୁକିଂ ଆରମ୍ଭ ହୋଇଛି। ୧୧ ହଜାର ଟଙ୍କା ଦେଇ ଗାଡ଼ିର ବୁକିଂ କରିହେଉଛି। ନୂଆ ବାଲେନୋର ଏକ୍ସ ସୋରୁମ୍‌ ମୂଲ୍ୟ ୬,୦୯,୯୦୦ ଟଙ୍କା ରହିଛି। 

କମ୍ପାନିର କାର୍ଯ୍ୟନିର୍ବାହୀ ଅଧିକାରୀ (ପ୍ରଡକ୍ଟ ପ୍ଲାନିଂ) ସନ୍ଦୀପ ରାଇନା, କାର୍ଯ୍ୟନିର୍ବାହୀ ଅଧିକାରୀ (ମାର୍କେଟିଂ) ଭୁବନ ଧୀର, ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ (ମାର୍କେଟିଂ ଓ ସେଲ୍‌ସ) ପାର୍ଥ ବାନାର୍ଜୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ (ମାର୍କେଟିଂ ଓ ସେଲ୍‌ସ) ସୁ‌ୟୋସି ଟାକେସିଟା ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ବାନାର୍ଜୀ କହିଥିଲେ, ବାଲେନୋ ହେଉଛି ନେକ୍ସାର ଏକ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ। ଏଥିରେ ଲେଭଲ୍‌ ୨ ଏଡିଏଏସ୍‌ ବ୍ୟବହାର କରାଯାଇଛି।

 ‘ଡେୟାର ଟୁ ଗ୍ଲାମ’ ଦର୍ଶନ ଅନୁସାରେ ନିୟମକୁ ଆହ୍ବାନ ଦେଉଥିବା ଓ ନିଜ ବ୍ୟକ୍ତିକୁ ପରିପ୍ରକାଶ କରିବାକୁ ପଛାଉ ନଥିବା ଯୁବ ଗ୍ରାହକଙ୍କ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି। ୭ଟି ରଙ୍ଗର ବିକଳ୍ପରେ ଏହା ଉପଲବ୍ଧ ହୋଇଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ‌ରେ ଏଥିରେ ଅତ୍ୟାଧୁନିକ ଜରୁରୀକାଳୀନ ବ୍ରେକ୍‌, ଲେନ୍‌ରେ ରହିବା ପାଇଁ ସହାୟତା, ଲେନ୍‌ରୁ ବାହାରିଯିବା ସମୟରେ ସତର୍କ ସୂଚନା, କ୍ରୁଜ କଣ୍ଟ୍ରୋଲ, ହାଇବିମ୍‌ ଆସିଷ୍ଟ୍‌, ୬ଟି ଏୟାରବ୍ୟାଗ୍‌, ଇବିଡି ସହିତ ଏବିଏସ୍‌, ପଛ ପାର୍କିଂ ସେନ୍‌ସର୍‌, ହିଲ୍‌ ହୋଲ୍‌ଡ ଆସିଷ୍ଟ ଆଦି ରହିଛି। ଏଥିରେ ୯ ଇଞ୍ଚର ସ୍ମାର୍ଟପ୍ଲେ ପ୍ରୋ+ ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ୍‌ ମଧ୍ୟ ରହିଛି। ଏହାର ଏମ୍‌ଟି ମଡେଲ୍‌ ଲିଟର ପିଛା ୨୩.୮୦ କିମି ଓ ଏଜିଏସ୍‌ ମଡେଲ୍‌ ୨୪.୭୭ କିମି ମାଇଲେଜ୍‌ ପ୍ରଦାନ କରୁଛି। ବାଲେନୋ ଏସ୍‌-ସିଏନ୍‌ଜିର ମାଇଲେଜ୍‌ କେଜି ପିଛା ୩୩.୬୧ କିମି ରହିଛି।

New launch: ମାରୁତି ସୁଜୁକିର ନୂଆ ବାଲେନୋ

Read Entire Article
LEFT SIDEBAR AD

Hidden in mobile, Best for skyscrapers.