Neredi Barrage Dispute ନେରେଡ଼ି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ଗୁଣୁପୁରରେ ନିରବ ସତ୍ୟାଗ୍ରହ

3 days ago 3
ARTICLE AD BOX

ଓଡ଼ିଶାର ୧୦୬ ଏକର ସରକାରୀ ଜମି ହସ୍ତାନ୍ତରକୁ ବିରୋଧ — ଜମି ହସ୍ତାନ୍ତର ବନ୍ଦ, ସ୍ୱାଧୀନ ବୈଷୟିକ ଅନୁଧ୍ୟାନ ଓ ଜଳ ଅଧିକାର ସୁରକ୍ଷା ଦାବି

ଗୁଣୁପୁର(ଦେବୀ ପ୍ରସାଦ ମିଶ୍ର): ବଂଶଧାରା ନଦୀ ଉପରେ ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ନୀରବ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ଦାବିଗୁଡ଼ିକର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ମହାମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

Andhra's 'Neredi' project: ଆନ୍ଧ୍ରର ‘ନେରେଡ଼ି’ ପ୍ରକଳ୍ପ ପାଇଁ ଜମି ଦେବ ଓଡ଼ିଶା: ଗଜପତିର ୧୦୬ ଏକର ଜମି ଅଧିଗ୍ରହଣ ହେବ

ମହାମଞ୍ଚ ପକ୍ଷରୁ ଜମି ହସ୍ତାନ୍ତର ପ୍ରକ୍ରିୟା ତୁରନ୍ତ ସ୍ଥଗିତ ରଖି ଓଡ଼ିଶାର ସ୍ୱାର୍ଥ ସୁରକ୍ଷା ପାଇଁ ଦାବି କରାଯାଇଛି। ନେରେଡ଼ି ବ୍ୟାରେଜ ଯୋଗୁଁ ବଂଶଧାରା ଅବବାହିକାରେ ପଛୁଆ ଜଳପ୍ରବାହ, ଜଳବନ୍ଦୀ ଓ ବନ୍ୟା ଆଶଙ୍କା ବଢ଼ିବା ସହ ଚାଷ ଓ ଜନଜୀବନ ପ୍ରଭାବିତ ହେବା ନେଇ ମହାମଞ୍ଚ ଉଦ୍‌ବେଗ ପ୍ରକାଶ କରିଛି। ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ସତ୍ୟାଗ୍ରହରେ ଯୋଗଦେଇ ଗୁଡ଼ାରୀ ଉପରମୁଣ୍ଡର ପାଣିଡଙ୍ଗର ପ୍ରସ୍ତାବିତ ମେଗା ଜଳପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ରଖିଛନ୍ତି ।

ମହାମଞ୍ଚର ସଭାପତି ଗୌରଚନ୍ଦ୍ର ତ୍ରିପାଠୀ କହିଛନ୍ତି, ଅବିଭକ୍ତ କୋରାପୁଟଗଜପତିଜିଲ୍ଲା ପ୍ରତି ଅବିଚାର ଆଉ ସହ୍ୟ କରାଯିବ ନାହିଁ। ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ। ଆବଶ୍ୟକ ପଡ଼ିଲେ ଆଇନର ସହାୟତା ନିଆଯିବ।

Neredi Barrage Project: ନେରେଡି ବ୍ୟାରେଜ୍‌କୁ ସୁପ୍ରିମ୍‌କୋର୍ଟଙ୍କ ଗ୍ରିନ୍ ସିଗ୍‌ନାଲ୍, ଗଜପତିରେ ଅସନ୍ତୋଷ

ବରିଷ୍ଠ ସଦସ୍ୟ ମନୋଜ ପାତ୍ର ଜଳ ଅଧିକାର ସୁରକ୍ଷାରେ ବିଳମ୍ବ ଭବିଷ୍ୟତ ପିଢ଼ି ପାଇଁ ଗୁରୁତର ସମସ୍ୟା ଆଣିପାରେ ବୋଲି କହିଥିଲେ। ସେ କହିଛନ୍ତି, ଆଜି ଯଦି ଆମେ ନିରବ ରହିବା, ଆସନ୍ତାକାଲି ଭବିଷ୍ୟତ ପିଢ଼ି ପ୍ରଶ୍ନ କରିବ—‘ଯେତେବେଳେ ଜମି ଗଲା, ଜଳ ଗଲା, ଜୀବିକା ଗଲା, ତମେ କ’ଣ କରୁଥିଲ?’

ବରିଷ୍ଠ ଅଧିବକ୍ତା ବ୍ରହ୍ମାନନ୍ଦ ପଟ୍ଟନାୟକ, ଜିଆଇଇଟିର ଡ. ଚନ୍ଦ୍ରଧ୍ୱଜ ପଣ୍ଡା, ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ,  ବିଧାୟକ ସତ୍ୟଜିତ ଗମାଙ୍ଗ, ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା, ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଶିବନାରାୟଣ ପଣ୍ଡା, ବୁଡ଼ି ଅଞ୍ଚଳର ସାରା ବାଡ଼ିଙ୍ଗା, ବଂଶଧାରା ସୁରକ୍ଷା ମଞ୍ଚ, ପାଲସିଂର ଆବାହକ ବ୍ରଜମୋହନ ନାୟକଙ୍କ ସମେତ ଗୁଣୁପୁର ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ସତ୍ୟାଗ୍ରହରେ ଯୋଗଦେଇ ନେରେଡ଼ି ପ୍ରକଳ୍ପର ସମ୍ଭାବ୍ୟ ପ୍ରଭାବ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଓଡ଼ିଶା ପକ୍ଷରୁ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆପତ୍ତି ଉଠାଯାଇଥିବା ଏବଂ ସମ୍ପୃକ୍ତ ସ୍ପେଶାଲ ଲିଭ୍ ପିଟିସନ୍ ବିଚାରାଧୀନ ଥିବା ଦର୍ଶାଇ, ମାମଲାର ଆଇନଗତ ସ୍ଥିତି ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ଜମି ହସ୍ତାନ୍ତର ନକରିବାକୁ ମହାମଞ୍ଚ ଦାବି କରିଛି। ଏଥିସହ ପ୍ରକଳ୍ପର ସମ୍ପୂର୍ଣ୍ଣ ନକ୍ସା ସାର୍ବଜନୀନ କରିବା, ସ୍ୱାଧୀନ ବୈଷୟିକ ଅନୁଧ୍ୟାନ, ଜଳବନ୍ଦୀର ସମ୍ଭାବନା ମୂଲ୍ୟାୟନ ଏବଂ ଚାଷୀଙ୍କ ଜଳ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ।

Neredi Barrage Project: ନେରେଡି ବ୍ୟାରେଜ୍‌ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ: ସାରାରେ ଗ୍ରାମବାସୀଙ୍କ ପ୍ରତିବାଦ ସଭା, ଯୁଗ୍ମ ଯାଞ୍ଚ କମିଟିର ଗସ୍ତ ବାତିଲ

ଅନୁଷ୍ଠିତ ପ୍ରତିବାଦ ସଭାରେ, ସାହାରା ପରିବାର ସଚିବ ପ୍ରମୋଦ ସାହୁ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।  ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ, ୨୦୦୫ ମସିହାରେ ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ରବି ନନ୍ଦଙ୍କ ଦ୍ୱାରା ଏହି ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲେ ମଧ୍ୟ ଏଯାବତ୍‌ ଏହା କାର୍ଯ୍ୟକ୍ଷମ ହୋଇନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.