ARTICLE AD BOX
ସିଙ୍ଗାପୁର: ଭାରତ ଓ ଭାରତୀୟଙ୍କୁ ଟାର୍ଗେଟ କରି ଜାତିଭେଦ ଓ ବିଦେଶୀ ଲୋକଙ୍କ ବିରୋଧରେ ଅନଲାଇନରେ ଦିଆଯାଇଥିବା ମନ୍ତବ୍ୟକୁ ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ କେ ଶନମୁଗମ ‘ଲଜ୍ଜାଜନକ, କଦର୍ଯ୍ୟ, ସମ୍ପୂର୍ଣ୍ଣ ଭାବରେ ଅଗ୍ରହଣୀୟ’ ବୋଲି କହି ନିନ୍ଦା କରିଛନ୍ତି। ଚୀନ-ନେପାଳ ବିପର୍ଯ୍ୟୟ ସମ୍ପର୍କରେ ଅନଲାଇନ୍ ପୋଷ୍ଟ ହୋଇଥିବା ମନ୍ତବ୍ୟଗୁଡ଼ିକର ପୁଲିସ ତଦନ୍ତ କରୁଛି ବୋଲି ଶନମୁଗମ ଶନିବାର କହିଛନ୍ତି।
ଆହୁରି ପଢନ୍ତୁ :Two Minor Sisters Drown ପୋଖରୀରେ ବୁଡ଼ି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ
ଶନମୁଗମ କହିଛନ୍ତି, ଗଣମାଧ୍ୟମକୁ ଅନେକ ମନ୍ତବ୍ୟ ହଟାଇବାକୁ ପଡିଲା କାରଣ ସେଗୁଡ଼ିକ ଅତ୍ୟନ୍ତ ଖରାପ ଥିଲା। ସମସ୍ତ ମନ୍ତବ୍ୟ ସିଙ୍ଗାପୁରବାସୀ ଦେଇଛନ୍ତି କି ନାହିଁ ମୁଁ ଜାଣିନାହିଁ, କିନ୍ତୁ ମୁଁ ଏହା କହିବି - ମନ୍ତବ୍ୟଗୁଡ଼ିକ ଲଜ୍ଜାଜନକ, ଖରାପ, ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ। ଶନ୍ମୁଗମ ସିଙ୍ଗାପୁରର ଗୃହ ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ସମନ୍ୱୟ ମନ୍ତ୍ରୀ ଅଛନ୍ତି। ପୁଲିସକୁ ଏହି ମନ୍ତବ୍ୟ ଉପରେ ଦୃଷ୍ଟି ଦେବାକୁ ସେ କହିଛନ୍ତି।
ଆହୁରି ପଢନ୍ତୁ :Dead: ନିଖୋଜ ଯୁବକଙ୍କ ମୃତଦେହ କୁ୍ଆଖାଇରୁ ଉଦ୍ଧାର
ଶନମୁଗମ କହିଛନ୍ତି ଯେ, ଡିଜିଟାଲ ବିକାଶ ଓ ସୂଚନା ମନ୍ତ୍ରଣାଳୟ ସେମାନଙ୍କର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ମନ୍ତବ୍ୟଗୁଡ଼ିକୁ ହଟାଇବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ମଧ୍ୟ ଯୋଗାଯୋଗ କରିବ। ନେପାଳରେ ଘଟିଥିବା ଭୟଙ୍କର ବିପର୍ଯ୍ୟୟ ସମ୍ପର୍କରେ ଆଲୋଚନା ମଧ୍ୟରେ ଏହି ମନ୍ତବ୍ୟଗୁଡ଼ିକ ପ୍ରକାଶ ପାଇଛି।

1 week ago
8


