Neglect: ୧୦ ଦିନରେ ୩ ମୃତ୍ୟୁ, ବର୍ଷକରେ ୨୫ ମୃତ

2 weeks ago 10
ARTICLE AD BOX

କାଳିଆପାଣି (ରବି ନାରାୟଣ କର): କାଳିଆପାଣି ଖଣିଅଞ୍ଚଳରେ ଥମୁନି କିଡ୍‌ନି ରୋଗ ଜନିତ ମୃତ୍ୟୁର ବିଭୀଷିକା। ଏହିମାସ ୧୦ ଦିନ ମଧ୍ୟରେ ୩ ଜଣ କିଡ୍‌ନି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ କାଳିଆପାଣି ବିର୍ସାନଗର ବସ୍ତିର ସ୍ବଚ୍ଛସାଥୀ କର୍ମୁ କାରୁଆ(୬୪) ଓ ଅଙ୍ଗନବାଡ଼ି ସହାୟିକା ଯମୁନା ମହାରଣା(୪୩) ଏବଂ ଓଏମ୍‌ସି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିର ଅବସରପ୍ରାପ୍ତ କର୍ମଚାରୀ ସୁରେନ୍ଦ୍ର କୁମାର ଦ‌ାସ(୬୧)। କର୍ମୁ ୩ ତାରିଖରେ, ସୁରେନ୍ଦ୍ର ୮ ତାରିଖରେ ଓ ଯମୁନା ୧୨ ତାରିଖରେ କିଡ୍‌ନି ରୋଗର ଶିକାର ହୋଇଥିଲେ। ଅଭାବଗ୍ରସ୍ତ କର୍ମୁ ମାସାଧିକ ନିଜ ଘରେ ରୋଗଶଯ୍ୟାରେ ପଡ଼ି ରହିଥିଲେ। ବିଧବା ଯମୁନା ମୃତ୍ୟୁର ୨ ଦିନ ପୂର୍ବରୁ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁର ୪ ଦିନ ପୂର୍ବରୁ ସୁରେନ୍ଦ୍ରଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସେହିପରି ଗତ ମେ ମାସ ୨୬ ତାରିଖରେ ବାଲେଶ୍ବର ଆଲଏଜ୍ କ୍ରୋମାଇଟ୍‌ ଖଣିର ଠିକା ଡ୍ରାଇଭର କାଳିଆପାଣି ଗାଁର ମନମୋହନ ପିଙ୍ଗୁଆ ଓରଫ୍‌ ମୁନା(୪୨)ଙ୍କର କିଡ୍‌ନି ରୋଗରୁ ମୃତ୍ୟୁ ହୋଇଥିଲା। ଏପ୍ରିଲ ୨୦ ତାରିଖରେ ପୁରୁଣା କିଡ୍‌ନି ରୋଗୀ ଅବସରପ୍ରାପ୍ତ ଓଏମ୍‌ସି ଠିକା ଶ୍ରମିକ ଗରାମିଆଁ(ପୁରୁଣାପାଣି) ବିସ୍ଥାପିତ କଲୋନିର ନାମ୍‌ସୀ ହେମ୍ବ୍ରମ(୬୬)ଙ୍କର ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୬ ତାରିଖରେ କାଳିଆପାଣି ଥାନା ପାଖ ବସ୍ତିର ଓକିଲ କାରୁଆ(୬୬) ଓ ୫ ତାରିଖରେ ଓଏମ୍‌ସି ଠିକା ଛଟେଇ ଶ୍ରମିକ ତଥା ଗତ ୮ ତାରିଖର କିଡ୍‌ନି ଆକ୍ରାନ୍ତ ମୃତକ ସୁରେନ୍ଦ୍ରଙ୍କ ସାନଭାଇ ରବୀନ୍ଦ୍ର ଦାସ ଓରଫ୍ ବାବୁଲି(୫୩)ଙ୍କର ମୃତ୍ୟୁ ହୋଇଥିଲା। ମାର୍ଚ୍ଚମାସ ୧ ତାରିଖରେ ପିଇଓ ଚିଙ୍ଗୁଡ଼ିପାଳ ଧ’ବାହାଳି ଗାଁର ଉଦ୍ଧବ ମହାନ୍ତ(୫୦) କିଡ୍‌ନି ରୋଗରୁ ମୃତ୍ୟୁର ଶିକାର ହୋଇଥିଲେ। ଜାନୁଆରି ୨୮ ତାରିଖ‌ରେ କିଡ୍‌ନି ରୋଗାକ୍ରାନ୍ତ ଓଏମ୍‌ସି ଚିରିଗୁଣିଆ ପ୍ରସ୍ପେକ୍ଟିଂ କ୍ୟାମ୍ପ୍ କର୍ମଚାରୀ ସୁରେନ୍ଦ୍ର କୁମାର ଜେନା(୫୮), ୫ ତାରିଖରେ କାଳିଆପାଣି ଗାଁର ଯୁବକ ବାଲେଶ୍ବର ଆଲଏଜ୍ ଖଣି କର୍ମଚାରୀ ସରୋଜ କୁମାର ମହାନ୍ତ(୩୮) ଓ ଡିସେମ୍ବର ୩୦ ତାରିଖରେ ନାତୋର ସରକାରୀ ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷକ ଧନେଶ୍ବର ସୋରେନ(୪୬)ଙ୍କର ଏହି ରୋଗ ଜନିତ ମୃତ୍ୟୁ ହୋଇଥିଲା।

ନଭେମ୍ବର ମାସରେ ୪ ଜଣ କିଡ୍‌ନି ରୋଗର ଶିକାର ହୋଇଥିଲେ। ସେମାନେ ହେଲେ ଓଏମ୍‌ସି ଠିକା ଖଣି ଶ୍ରମିକ କାଳିଆପାଣି ଟାଉନସିପ ହଟିଂର ସୁଶୀଳା ମହାନ୍ତ(୫୫), କାଟେଣି ଗାଁର ତୋଫାନ ପ୍ରଧାନ(୨୩), ଚିଙ୍ଗୁଡ଼ିପାଳ ବେଣାଗାଡ଼ିଆ ନାଏକସାହିର ତପି ନାଏକ(୬୧) ଓ ରୁଗୁଡ଼ିସାହିର ରୁକ୍ମଣୀ ମହାନ୍ତ(୫୦)। ଅକ୍ଟୋବର ମାସରେ ୪ ଜଣ ଓଏମ୍‌ସି କାଳିଆପାଣି ଟାଉନସିପ କଲୋନିର ବିଦୁଲତା ସେଠୀ(୫୮), କୁସୁମୁଣ୍ଡିଆ‌ରେ ରହୁଥିବା ସୁକିନ୍ଦାଗଡ଼ର ମହମ୍ମଦ ଶାବିର(୬୩), ଓଏମ୍‌ସିର ଅବସରପ୍ରାପ୍ତ ଏଏଜିଏମ୍‌ ଇଂ ଲକ୍ଷ୍ମୀ ନାରାୟଣ ଘଣା(୬୬) ଓ ଅବସରପ୍ରାପ୍ତ କର୍ମଚାରୀ ଗୋପବନ୍ଧୁ ମହାନ୍ତି(୬୦)ଙ୍କର କିଡ୍‌ନି ରୋଗରୁ ମୃତ୍ୟୁ ହୋଇଥିଲା। ଜୁଲାଇ ମାସରେ ରାଁସୋଳ ଗାଁର ହୃଦାନନ୍ଦ ସାମଲ(୫୬) ଓ ଜୁନମାସ ୫ ଜଣ ତଳଙ୍ଗି ଗାଁର ଟିନୁ ମହାନ୍ତ(୪୦), ବରଗଜୀ ଗାଁର ଆଶାକର୍ମୀ ଲକ୍ଷ୍ମୀ ସର୍ଦ୍ଦାରଙ୍କ ଝିଅ ଦୀପିକା(୧୫), ପୁରିଆଝର ଗାଁର ସନ୍ତୋଷ ବେହେରା(୪୧), ବାଲିପଡ଼ା ଗାଁର ଠାକୁରା ହେମ୍ବ୍ରମ(୩୭) ଓ ଚିରିଗୁଣିଆ ଗାଁର ସଞ୍ଜୀବ କାରୁଆ(୨୬)ଙ୍କର କିଡ୍‌ନି ରୋଗରୁ ମୃତ୍ୟୁ ହୋଇଥିଲା।

Kidney disease: ପଞ୍ଚାୟତରେ କିଡ୍‌ନି ରୋଗ ଆତଙ୍କ: ଗତବର୍ଷ ମରିଥିଲେ ୭ ଜଣ, ବର୍ତ୍ତମାନ ୯୭ ଚିକିତ୍ସାଧୀନ

ବର୍ଷକରେ କାଳିଆପାଣି ଇଲାକାରେ କିଡ୍‌ନି ରୋଗ ଦାଉରୁ ୨୫ ଜଣଙ୍କ ମୃତ୍ୟୁକୁ ନେଇ ସରପଞ୍ଚ ବିକାଶ କୁମାର ପାତ୍ର ଉଦବେଗ ପ୍ରକାଶ କରିଛନ୍ତି। ଏ ସଂପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ପ୍ରସଙ୍ଗ ଆଧାରରେ ଦାନଗଦି ଓ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାଇସିଲିସ୍ ସେଣ୍ଟର ପ୍ରତିଷ୍ଠା ଉଦ୍ୟମ ଜାରିରହିଥିବା କହନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.