ARTICLE AD BOX
ମୈଦଲପୁର: ମଶାଣିକୁ ଯିବା ପାଇଁ ରାସ୍ତା ନାହିଁ। ଜମି ହିଡ଼ ଦେଇ ମୃତଦେହକୁ ଶ୍ମଶାନକୁ ନେବାକୁ ପଡୁଛି। ବର୍ଷାଋତୁରେ କେତେ ଯେ କଷ୍ଟ ସେମାନେ ହିଁ ଜାଣି ପାରୁଥିବେ। ଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରଜିଲ୍ଲା ପାପଡାହାଣ୍ଡି ବ୍ଲକ ସାନବାର୍ଲି ଗ୍ରାମରେ। ଗ୍ରାମର ପଦ୍ମନ ହରିଜନଙ୍କର ମୃତ୍ୟୁ ଘଟିଥିଲା। ଶବକୁ କୋକେଇରେ ବୋହି ପରିବାର ଓ ଗ୍ରାମବାସୀ ଦାହ ଲାଗି ପ୍ରାୟ ଏକ କିଲୋମିଟର ଦୂର ଶ୍ମଶାନକୁ ନେବା ସମୟରେ ଚାଷ ଜମିହିଡ଼ ଓ ନାଳ ପାରି ହୋଇଥିଲେ।
ଗ୍ରାମବାସୀଙ୍କ କହିବା ଅନୁସାରେ, ଶ୍ମଶାନକୁ ଯିବା ଲାଗି ଏହି ଜମି ହିଡ଼ ରାସ୍ତା ହିଁ ଏକମାତ୍ର ଭରସା। ପ୍ରାୟ ଦେଢ଼ କିଲୋମିଟର ଦୂର ହେବ। ସେଥିଲାଗି ଆମେ ଜମି ମାଲିକଙ୍କ ସହ ଆଲୋଚନା କରି ତାଙ୍କର ଅନୁମତି ନେଇ ଧାନଚାଷ ସମୟରେ ତାଙ୍କର ଚାଷଜମି ଦେଇ ଏକ ନାଳ ପାର ହୋଇ ଶବ ସତ୍କାର କରିବାକୁ ଯାଉଛୁ ବୋଲି କହିଥିଲେ।
Dead Body Found: ରାସ୍ତାକଡ଼ରୁ ଡ୍ରାଇଭରଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହରେ ପୁଲିସ ତଦନ୍ତ ଜାରି
ଏହି ସମସ୍ୟାକୁ ନେଇ ଅନେକ ଥର ଅଭିଯୋଗ କରିଥିଲେ ସୁଦ୍ଧା କେହି ବି ଶୁଣୁନଥ୍ବା କହିଛନ୍ତି। ଏଣୁ ଜିଲ୍ଲା ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗାଁର ଶ୍ମଶାନ ଲାଗି ରାସ୍ତା ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

2 months ago
27


