ARTICLE AD BOX
ବାରିପଦା: ଗ୍ରାମବାସୀଙ୍କର ଦୁଃଖ କେହି ଶୁଣିଲେ ନାହିଁ। ଶେଷରେ ଶ୍ରମଦାନ କରି ରାସ୍ତା ମରାମତି କଲେ ଗ୍ରାମବାସୀ। ମୟୂରଭଂଜ ଜିଲ୍ଲା ସଦର ମହକୁମାର ବାରିପଦା ପୌରପାଳିକା ଅନ୍ତର୍ଗତ ଭୁଗୁଡ଼ାକଟା ନୂଆସାହି-ଅମୃତ ପାର୍କ ସଂଯୋଗକାରୀ ମାତ୍ର ୫୦ ମିଟର ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରି ଆସୁଛନ୍ତି।
ଦୀର୍ଘ ବର୍ଷ ହେଲା ଲୋକମାନେ ବର୍ଷା ଦିନେ ବହୁ ହଇରାଣ ହୋଇ ଆସୁଛନ୍ତି। ଯାନବାହନ ଚଳାଚଳ କରି ପାରୁନାହିଁ। ପ୍ରଶାସନ ନ ଶୁଣିବାରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀ ନିଜେ ଇଟା-ଗୋଡ଼ି ପକାଇ ରାସ୍ତା ମରାମତି କରିଛନ୍ତି। ଯଦି ସେହି ରାସ୍ତାକୁ ପ୍ରଶାସନ ପକ୍ଷରୁ ପକ୍କା କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ରାକ୍ଷୀ ନାୟକ ଓ କାଦମ୍ବିନୀ ମଞ୍ଜରୀ ଦେଓ ଚେତାବନୀ ଦେଇଛନ୍ତି। ଉକ୍ତ ରାସ୍ତା କାମ ନିର୍ମାଣ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ନଗରପାଳ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି।

1 hour ago
1


