NCRTC Recruitment 2026 : ଏନ୍‌ସିଆର୍‌ଟିସିରେ ୬୭ ପଦବି ପାଇଁ ନିଯୁକ୍ତି ସୁଯୋଗ

3 days ago 5
ARTICLE AD BOX

ନୂଆଦିଲ୍ଲୀ: ନ୍ୟାସନାଲ କ୍ୟାପିଟାଲ ରିଜନ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ (ଏନସିଆରଟିସି) ପକ୍ଷରୁ ଅପରେସନ୍ ଓ ମେଣ୍ଟେନାନ୍ସ ଷ୍ଟାଫ୍‌ର ବିଭିନ୍ନ ପଦବିରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି। ସରକାରୀ ଚାକିରି ଖୋଜୁଥିବା ଯୋଗ୍ୟ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୦୨୬ ଅକ୍ଟୋବର ୯ ରହିଛି।

୬୭ ପଦବିରେ ନିଯୁକ୍ତି

ଏହି ନିଯୁକ୍ତି ଅଭିଯାନରେ ସୁପରଭାଇଜର୍ ଓ ଜୁନିୟର୍ ମେଣ୍ଟେନର୍‌ର ବିଭିନ୍ନ ପଦବି ସାମିଲ ରହିଛି। ଏଥିରେ ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ୍, ମେକାନିକାଲ୍, ସିଭିଲ୍, ଫିଟର୍ ଓ ଅପରେସନ୍ ବିଭାଗରେ ନିଯୁକ୍ତି ଦିଆଯିବ।

ଶିକ୍ଷାଗତ ଯୋଗ୍ୟତା

ପଦବି ଅନୁଯାୟୀ ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ଅନୁଷ୍ଠାନରୁ ଫୁଲ୍‌ଟାଇମ୍ ଇଞ୍ଜିନିୟରିଂ ଡିଗ୍ରି, ଡିପ୍ଲୋମା କିମ୍ବା ଆଇଟିଆଇ ସାର୍ଟିଫିକେଟ୍ ଥିବା ଆବଶ୍ୟକ। ୨୦୨୬ ସେପ୍ଟେମ୍ବର ୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୨୮ ବର୍ଷ ହୋଇଥିବା ଦରକାର। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ବୟସ ଛାଡ଼ ମିଳିବ।

ଆବେଦନ ପ୍ରକ୍ରିୟା

ପ୍ରାର୍ଥୀମାନେ ଏନସିଆରଟିସିର ଅଫିସିଆଲ୍ ୱେବସାଇଟ୍ ncrtc.inକୁ ଯାଇ କ୍ୟାରିୟର୍ ବିଭାଗରେ ଥିବା ସମ୍ପୃକ୍ତ ନିଯୁକ୍ତି ଲିଙ୍କରେ କ୍ଲିକ୍ କରି ପାରିବେ। ପ୍ରଥମେ ପଞ୍ଜୀକରଣ କରିବା ପରେ ଆବଶ୍ୟକ ତଥ୍ୟ ଭରି ଆବେଦନପତ୍ର ପୂରଣ କରିବାକୁ ହେବ। ଶେଷରେ ନିର୍ଦ୍ଧାରିତ ଆବେଦନ ଫି’ ଦେଇ ଫର୍ମ ଦାଖଲ କରିବାକୁ ପଡ଼ିବ।

ଆବେଦନ ଫି’

ସାଧାରଣ, ଓବିସି, ଇଡବ୍ଲ୍ୟୁଏସ୍ ଓ ପୂର୍ବତନ ସୈନିକ ବର୍ଗର ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ସହିତ ଜିଏସ୍‌ଟି ଓ ପ୍ରୋସେସିଂ ଚାର୍ଜ ଦେବାକୁ ପଡ଼ିବ। ଏସ୍‌ସି, ଏସ୍‌ଟି ଓ ଦିବ୍ୟାଙ୍ଗ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ନିଃଶୁଳ୍କ ରହିଛି।

ତୀରନ୍ଦାଜି ବିଶ୍ବକପ୍‌: ଧୀରଜଙ୍କ ଐତିହାସିକ ସ୍ୱର୍ଣ୍ଣ

Read Entire Article
LEFT SIDEBAR AD

Hidden in mobile, Best for skyscrapers.