ARTICLE AD BOX
ନୂଆଦିଲ୍ଲୀ: ବର୍ତ୍ତମାନର ଅସ୍ଥିର ବୈଶ୍ୱିକ ଭୂ-ରାଜନୈତିକ ପରିସ୍ଥିତିରେ ଆତ୍ମନିର୍ଭରତା କୌଣସି ବିକଳ୍ପ ନୁହେଁ, ବରଂ ଏହା ଏକ ରଣନୈତିକ ଆବଶ୍ୟକତା ବୋଲି ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ନୂଆଦିଲ୍ଲୀ ଠାରେ ଏକ ଥିଙ୍କ-ଟ୍ୟାଙ୍କ ଦ୍ୱାରା ଆୟୋଜିତ ''ଦିଲ୍ଲୀ ଡିଫେନ୍ସ ଡାଏଲଗ୍''ରେ ଉଦବୋଧନ ଦେଇ ସେ କହିଛନ୍ତି ଯେ, ବାହ୍ୟ ଦେଶ କିମ୍ବା ସଂସ୍ଥା ଉପରେ ନିର୍ଭର ନକରି ନିଜ ବଳରେ ଯୁଦ୍ଧ ଲଢ଼ିବା, ଅପରେସନ୍ ଜାରି ରଖିବା ଏବଂ ନିଜକୁ ପରିସ୍ଥିତି ସହ ଖାପଖୁଆଇ ପାରୁଥିବା ଏକ ଶକ୍ତିଶାଳୀ ନୌସେନା ଗଠନ କରିବା ଭାରତ ପାଇଁ ଅତ୍ୟନ୍ତ ଜରୁରୀ।
ଆତ୍ମନିର୍ଭରତାର ଅର୍ଥ ବିଶ୍ୱରୁ ଅଲଗା ହୋଇ ରହିବା ନୁହେଁ
ଆଡମିରାଲ ସ୍ୱାମୀନାଥନ ସ୍ପଷ୍ଟ କରିଛନ୍ତି ଯେ, ଆତ୍ମନିର୍ଭରତାର ଅର୍ଥ ବିଶ୍ୱରୁ ଅଲଗା ହୋଇ ରହିବା ନୁହେଁ। ଏହା ଭାରତକୁ ବନ୍ଧୁରାଷ୍ଟ୍ରଗୁଡ଼ିକ ସହ ଦୁର୍ବଳତା ନୁହେଁ, ବରଂ ଶକ୍ତିଶାଳୀ ସ୍ଥିତିରେ ଥାଇ ସହଯୋଗ କରିବାକୁ ସମର୍ଥ କରିଥାଏ। ରୁଷ-ୟୁକ୍ରେନ୍ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟ ସଂଘର୍ଷର ଉଦାହରଣ ଦେଇ ସେ ଦର୍ଶାଇଥିଲେ ଯେ, ଯୁଦ୍ଧ ସମୟରେ ବୈଶ୍ୱିକ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୁଏ। ତେଣୁ ଏକବିଂଶ ଶତାବ୍ଦୀର ନୌସେନା ପାଇଁ ସ୍ୱଦେଶୀ ଜ୍ଞାନକୌଶଳ ଓ ସାମରିକ ସାମର୍ଥ୍ୟ ହିଁ ଅପରେସନାଲ୍ ପ୍ରସ୍ତୁତିକୁ ସୁନିଶ୍ଚିତ କରିପାରିବ। ଏହାବ୍ୟତୀତ ନୌସେନା ମୁଖ୍ୟ ବୈଶ୍ୱିକ ସୁରକ୍ଷା ପ୍ରତି ଅସଂଗଠିତ ଗୋଷ୍ଠୀ କିମ୍ବା ବେସରକାରୀ ସଂସ୍ଥାଙ୍କ ବୃଦ୍ଧିପାଉଥିବା ପ୍ରଭାବ ନେଇ ଚିନ୍ତା ପ୍ରକାଶ କରିଥିଲେ। ପ୍ରଯୁକ୍ତିବିଦ୍ୟାର ସହଜ ଉପଲବ୍ଧତା ଯୋଗୁଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବେ ଭଲ ଲୋକ ଏବଂ ଖରାପ ଲୋକ ଉଭୟଙ୍କ ହାତରେ ପହଞ୍ଚିପାରୁଛି ବୋଲି ସେ କହିଥିଲେ। ଏହି ଆହ୍ୱାନର ମୁକାବିଲା ପାଇଁ ଗବେଷଣା ଓ ବିକାଶ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରିବା, ପ୍ରତିରକ୍ଷା ସାମର୍ଥ୍ୟର ଅଭାବକୁ ପୂରଣ କରିବା ଏବଂ ନୂତନ ଜ୍ଞାନକୌଶଳକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେନାର ଅପରେସନାଲ୍ କ୍ଷମତାରେ ପରିଣତ କରିବା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।
କ୍ଷତିପୂରଣ ରାଶି ମଞ୍ଜୁର କରିବା ବଦଳରେ ୫.୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ

54 minutes ago
1


