Naveen Patnaik Writes on Kotia କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

1 week ago 4
ARTICLE AD BOX

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗ ରେ  ବିରୋଧୀଦଳ ନେତା ନବୀନ ପଟ୍ଟନାୟକ  ଆଜି (ବୁଧବାର) ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ପତ୍ର ଲେଖି ଉଦ୍‌ବେଗ ପ୍ରକାଶ କରିଛନ୍ତି।  

Kotia: ଓଡିଶା ଓ ଆନ୍ଧ୍ର ପୁଲିସ ମଧ୍ୟରେ ପୁଲିସ ମୁହାଁମୁହିଁ, ବ୍ୟାରିକେଡ୍ ଭାଙ୍ଗିଲା
ଶ୍ରୀ ପଟ୍ଟନାୟକ ଚିଠି‌ରେ ଲେଖିଛନ୍ତି, ଓଡ଼ିଶାବାସୀଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ଆସନ୍ତାକାଲି (ଗୁରୁବାର) କୋଟିଆରେ ନିର୍ବାଚନ କରାଇବାକୁ ଅଗ୍ରସର ହେଉଥିବା  ନିଶ୍ଚିତ ଭାବରେ ଚିନ୍ତାର ବିଷୟ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟ ଏନ୍‌ଡିଏର ଅଂଶୀଦାର ଦଳମାନଙ୍କ ଦ୍ୱାରା ଶାସିତ ହେଉଛି। ବିଜେପି ନେତୃତ୍ୱରେ ଓଡ଼ିଶାର ଭୌଗୋଳିକ ଅଖଣ୍ଡତାର ସୁରକ୍ଷା ପାଇଁ  ୨୦୨୪ନିର୍ବାଚନ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ  ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି । 

Kotia: କୋଟିଆରେ ଖଣ୍ଡଯୁଦ୍ଧ: ଉଭୟ ରାଜ୍ୟ ପୁଲିସ ଓ ସମର୍ଥକ ଧସ୍ତାଧସ୍ତି, ମାରପିଟ୍‌

ଏହାପୂର୍ବରୁ କୋଟିଆ ସମ୍ପର୍କରେ ନବୀନ ପଟ୍ଟନାୟକ ଅକ୍ଟୋବର ୧୯ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଲେଖିଥିବା ଚିଠିର ଉତ୍ତର ଅକ୍ଟୋବର ୨୭ ତାରିଖରେ ପାଇଥିଲେ ।  ନୂତନ ଚିଠିରେ, ନବୀନ ପଟ୍ଟନାୟକ କହିଛନ୍ତି, କୋଟିଆରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଅଧିକାରୀମାନଙ୍କ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଓ ମୁହାଁମୁହିଁ ଅବସ୍ଥା  ତୃଣମୂଳସ୍ତରରେ ସ୍ଥିତିକୁ ଅଧିକ ଜଟିଳ  କରିଦେଉଛି । ଏଣୁ ସ୍ଥିତିକୁ ଦୃଷ୍ଟିରେ ରଖି, ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସର୍ବୋଚ୍ଚସ୍ତରରେ  ମୁଖ୍ୟମନ୍ତ୍ରୀ ଆଲୋଚନା କରନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.