Nature's silent: ପ୍ରକୃତିର ନିରବ ଯନ୍ତ୍ରୀ ବିଭର

20 hours ago 3
ARTICLE AD BOX

ଗୋଟିଏ ପିଢ଼ି ପରେ ଆଉ ଗୋଟିଏ ପିଢ଼ି ବଦଳିଗଲେ ମଧ୍ୟ ପ୍ରାକୃତିକ ବନ୍ଧ ନିର୍ମାଣ ଶେଷ ନହେବା ଯାଏ କାମ ବନ୍ଦ ହୁଏନାହିଁ। ପ୍ରକୃତିରେ ଏହି ଅସାଧାରଣ ଜ୍ଞାନର ଯନ୍ତ୍ରୀ ହେଉଛି ବିଭର ନାମକ ଏକ ସ୍ତନ୍ୟପାୟୀ ପ୍ରାଣୀ। ବିଭରମାନେ ଉଭୟ ଜଳ ଓ ସ୍ଥଳରେ ବାସ କରନ୍ତି। ପ୍ରାକୃତିକ ଜଳାଶୟରେ ଗଛର ଡାଳ, କାଠି ଓ କାଦୁଅରେ ବନ୍ଧ ନିର୍ମାଣ କରି ସେମାନେ ଆର୍ଦ୍ରଭୂମି ସୃଷ୍ଟି କରନ୍ତି। ସେମାନଙ୍କ କାର୍ଯ୍ୟ ଦେଖିବାକୁ ଯେତିକି ଆକର୍ଷଣୀୟ ‌େସତିକି ମଧ୍ୟ ଆଶ୍ଚର୍ଯ୍ୟଜନକ। 
କାନାଡାର ଉତ୍ତର ଆଲ୍‌ବର୍ଟାର ଦୁର୍ଗମ ଜଙ୍ଗଲ ଭିତରେ ବିଭରମାନେ ଏହି ଅସାଧାରଣ କୃତିସ୍ବରୂପ ଏକ ବନ୍ଧ ସୃଷ୍ଟି କରିଛନ୍ତି। ଉଡ୍ ବଫାଲୋ ନ୍ୟାସ୍‌ନାଲ୍‌ ପାର୍କର ନିର୍ଜନ ଅଞ୍ଚଳରେ ଥିବା ଏହି ବିଶାଳ ବିଭର ବନ୍ଧର ଲମ୍ବ ପ୍ରାୟ ୮୫୦ ମିଟର। ଏହା ବିଶ୍ୱର ସବୁଠାରୁ ବଡ଼ ବିଭର-ନିର୍ମିତ ବନ୍ଧ ମଧ୍ୟରୁ ଅନ୍ୟତମ। ଏହା ୨୦୦୭ ମସିହାରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। କାନାଡାର ପରିବେଶବିଜ୍ଞାନୀ ଜିନ୍ ଥିଏ ସାଟେଲାଇଟ୍ ଚିତ୍ର ପରୀକ୍ଷା କରୁଥିବା ବେଳେ ଏହାକୁ ଚିହ୍ନଟ କରିଥିଲେ। ଏହି ବନ୍ଧ ଅନେକ ଦଶନ୍ଧି ଧରି ଧୀରେ ଧୀରେ ବିକଶିତ ହୋଇଥିବା ବିଶ୍ୱାସ କରାଯାଏ। ପିଢ଼ି ପରେ ପିଢ଼ି ବିଭରମାନେ ଡାଳ, କାଠି, କାଦୁଅ ଓ ଉଦ୍ଭିଦଜାତ ସାମଗ୍ରୀ ଯୋଡ଼ି ଏହାକୁ ବିସ୍ତାରିତ କରି ଚାଲିଛନ୍ତି। କିଛି ବିଭରଙ୍କ ଏହି ଛୋଟ ପ୍ରୟାସ ଆଖପାଖର ଜଳାଭୂମିର ରୂପରେଖ ବଦଳାଇ ଦେଇଛି। 

Supremecourt: ହିନ୍ଦୀରେ ‘ଜନ ସୂଚନା ସେବା’ ଆରମ୍ଭ କରିବେ ସୁପ୍ରିମ୍‌କୋର୍ଟ

ବିଭରମାନେ ପରିସଂସ୍ଥାନକୁ ବଦଳାଇବାରେ ବଡ଼ ଭୂମିକା ନିଅନ୍ତି। ସେମାନେ ବନ୍ଧ ତିଆରି କରି ଜଳର ପ୍ରବାହ ଓ ସଞ୍ଚୟକୁ ବଦଳାନ୍ତି ଏବଂ ପରିବେଶକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରନ୍ତି। ଝରଣା ଓ ଛୋଟ ନଦୀ ଉପରେ ବନ୍ଧ ତିଆରି କରି ସେମାନେ ଜଳର ଗତିକୁ ଧିମା କରନ୍ତି ଏବଂ ଜଳାଶୟ ଓ ଆର୍ଦ୍ରଭୂମି ସୃଷ୍ଟି କରନ୍ତି। ଏହାଦ୍ୱାରା ଭୂତଳ ଜଳ ଓ ମୃତ୍ତିକା ସଂରକ୍ଷଣ ହୋଇଥାଏ। ଏହି ପରିବର୍ତ୍ତନ ମାଛ, ଉଭୟଚର ପ୍ରାଣୀ, ପକ୍ଷୀ, କୀଟପତଙ୍ଗ ଓ ଅନେକ ପ୍ରଜାତିର ଜୀବଜନ୍ତୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆବାସସ୍ଥଳୀ ଓ ଖାଦ୍ୟ ସୁରକ୍ଷା ଶୃଙ୍ଖଳା ସୃଷ୍ଟି କରିଥାଏ।

Man Dies of Electric Shock ଷଣ୍ଢ ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

ବିଭରମାନଙ୍କର ଆଗ ଦାନ୍ତଗୁଡ଼ିକ ଜୀବନବ୍ୟାପୀ କ୍ରମାଗତ ଭାବେ ବଢ଼ିଥାଏ। ସେଗୁଡ଼ିକୁ କାଟି ଛୋଟ କରିବା ପାଇଁ ଏମାନେ ଗଛର ଡାଳ ଓ କାଠକୁ କାଟିଥା’ନ୍ତି। ନଦୀ, ନାଳ ବା ହ୍ରଦରେ ବନ୍ଧ ବା ‘ବିଭର ଡ୍ୟାମ୍’ ତିଆରି କରି ଏମାନେ ପାଣିକୁ ଅଟକାଇଥା’ନ୍ତି, ଯାହାଦ୍ୱାରା ଜଳ ସଂରକ୍ଷଣ ହୋଇଥାଏ। ଏମାନେ ସାଧାରଣତଃ ଶାକାହାରୀ ଅଟନ୍ତି ଏବଂ ଗଛର ପତ୍ର, ଡାଳ ତଥା ସର୍ଡଷ୍ଟ ଖାଇ ଜୀବନ ବିତାଇଥା’ନ୍ତି। ଏମାନଙ୍କ ଆଗ ଗୋଡ଼ ଗୁଣ୍ଡୁଚି ଭଳି, ଯାହା ସାହାଯ୍ୟରେ ସେମାନେ ଖାଦ୍ୟକୁ ଧରି ଖାଇପାରନ୍ତି ଏବଂ ପଛଗୋଡ଼ ବତକ ଭଳି। ଏହି ପଛଗୋଡ଼ ସାହାଯ୍ୟରେ ସେମାନେ ପାଣିରେ ପହଁରିପାରନ୍ତି। ଏମାନେ କେବଳ ମଧୁର ଜଳରେ ହିଁ ବଞ୍ଚିଥା’ନ୍ତି। ଏମାନଙ୍କର ଆୟୁଷ ସର୍ବାଧିକ ୧୦ ବର୍ଷ। ବିଭରମାନେ ଏକପତ୍ନୀକ ଜୀବନ ଅତିବାହିତ କରନ୍ତି। 
-ପ୍ରଜ୍ଞା ନିବେଦିତା ନାୟକ

‘‘କାଷ୍ଟର ବା ବିଭର ହେଉଛି ମୂଷା ଜାତୀୟ ପ୍ରାଣୀମାନଙ୍କ ମଧ୍ୟରେ ଦ୍ୱିତୀୟ ବୃହତ୍ତମ ରୋଡେଣ୍ଟ। ଏମାନେ ମୁଖ୍ୟତଃ ଅର୍ଦ୍ଧ-ଜଳଚର ପ୍ରାଣୀ ଏବଂ ଉତ୍ତର ଗୋଲାର୍ଦ୍ଧ ଓ ଥଣ୍ଡା ଅଞ୍ଚଳରେ ବସବାସ କରନ୍ତି। ଏମାନଙ୍କର ମୁଖ୍ୟତଃ ଦୁଇଟି ପ୍ରଜାତି ରହିଛି- କାନାଡିଆଡେନ୍ସିସ୍ ଓ ଫାଇବର କାଷ୍ଟର। କାନାଡିଆଡେନ୍ସିସ୍ ମେକ୍ସିକୋ, ଉତ୍ତର ଆମେରିକା ତଥା ୟୁରୋପରେ ମୁଖ୍ୟତଃ ଦେଖାଯା’ନ୍ତି। ଇକୋସିଷ୍ଟମ୍‌ ପାଇଁ ଏମାନଙ୍କ ଅବଦାନ ଉଲ୍ଲେଖନୀୟ। ଓଡ଼ିଶାର ଜଳବାୟୁରେ ଏହି ପ୍ରାଣୀମାନେ ସାଧାରଣତଃ ଦୃଶ୍ୟମାନ ହୁଅନ୍ତି ନାହିଁ, କାରଣ ଏମାନେ କେବଳ ପ୍ରାକୃତିକ ଥଣ୍ଡା ଜଙ୍ଗଲୀ ପରିବେଶ ଓ ସତେଜ ଜଳର ବ୍ୟବସ୍ଥା ଥିବା ସ୍ଥାନରେ ହିଁ ବଞ୍ଚିରହିପାରନ୍ତି।’’
-ଡ. ଅଜିତ୍‌ ନାୟକ, ସହକାରୀ ପ୍ରାଧ୍ୟାପକ, ପଶୁ ଚିକିତ୍ସା ମହାବିଦ୍ୟାଳୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.