Narla Assembly Constituency: ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପରିବେଶ ପଞ୍ଚାୟତ; ଭୂତଳ ଜଳ ହ୍ରାସ ପାଇବା ଚିନ୍ତାଜନକ: ମନୋରମା ମହାନ୍ତି

3 weeks ago 10
ARTICLE AD BOX

ଭବାନୀପାଟଣା/ନର୍ଲା: ଗଛ କଟା ଯାଉଥିବାରୁ ଭୂତଳ ଜଳସ୍ତର ହ୍ରାସ ପାଉଛି। ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଉଥିଲେ ମଧ୍ୟ ଏହାର ସୁରକ୍ଷା କରାଯାଉ ନଥିବାରୁ ଅସଲରେ ଗଛ ବଞ୍ଚି ପାରୁନାହିଁ। ବନବିଭାଗ ଏହାର ତର୍ଜମା କରି ପଦକ୍ଷେପ ନେବା ଆବଶ୍ୟକ। ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସଚେତନତା ପାଇଁ ‘ପରିବେଶ ପଞ୍ଚାୟତ’ ଏବଂ ‘ପୁନଶ୍ଚ ପୃଥିବୀ’ ଭଳି କାର୍ଯ୍ୟକ୍ରମ ଆୟୋଜନ କରି ‘ସମ୍ବାଦ’ ଆଗାମୀ ପିଢ଼ି ପାଇଁ ପ୍ରେରଣା ସାଜିଛି ବୋଲି ନର୍ଲା ବିଧାୟିକା ମନୋରମା ମହାନ୍ତି କହିଛନ୍ତି। ଚଳିତବର୍ଷ ନର୍ଲାରୋଡ୍‌ସ୍ଥିତ ଜୟଦୁର୍ଗା ହାଇସ୍କୁଲ ପ୍ରକୃତିବନ୍ଧୁ ପୁରସ୍କାର ପାଇଥିବାରୁ ବିଧାୟିକା ଖୁସି ପ୍ରକଟ କରିବା ସହ ଶ୍ରେଣୀଗୃହ ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ। ଜୟଦୁର୍ଗା ହାଇସ୍କୁଲ ଭଳି ଅନ୍ୟ ସ୍କୁଲମାନେ ମଧ୍ୟ ସବୁଜ ବିପ୍ଳବ ପାଇଁ ପ୍ରେରଣା ନେଇ କଳାହାଣ୍ଡିର ପରିବେଶ ସୁରକ୍ଷା ଦିଗରେ ସହାୟକ ହୁଅନ୍ତୁ ବୋଲି ବିଧାୟିକା ଶ୍ରୀମତୀ ମହାନ୍ତି ଆହ୍ବାନ ଦେଇଛନ୍ତି।

UPSC: ବାପା ଥିଲେ ଆଇଏଏସ୍‌ ଅଧିକାରୀ; ଇତିହାସ ପଢ଼ି ପୁଅ ହେଲେ ଆଇପିଏସ୍‌

ମଙ୍ଗଳବାର ନର୍ଲା‌ ରୋଡ୍‌ସ୍ଥିତ ଜୟଦୁର୍ଗା ହାଇସ୍କୁଲରେ ‘ସମ୍ବାଦ’ ପକ୍ଷରୁ ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀର ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ପ୍ରଧାନଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ସନ୍ତୋଷ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ପୁଲିସ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ଆମର ପୂର୍ବପିଢ଼ି ନଦୀ, ପୋଖରୀର ପାଣି ପିଉଥିବାବେଳେ ଆମ ସମୟରେ କୂଅ ଓ ନଳକୂଅ ପାଣି ପିଉଛୁ। ବର୍ତ୍ତମାନ ସମୟରେ ଲୋକେ ବୋତଲ ପାଣି ପିଉଛନ୍ତି, ଆଗାମୀ ପିଢ଼ି କ୍ୟାପ୍‌ସୁଲ ପାଣି ପିଇବେ ବୋଲି କହି ଉଦ୍‌ବେଗ ପ୍ରକାଶ କରିଥିଲେ। ଶିକ୍ଷାବିତ ଡ. ଅଜୟ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନର୍ଲା ବନାଞ୍ଚଳ ବନପାଳ ଭବାନୀ ନାଏକ ଯୋଗ ଦେଇଥିଲେ।  ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶି ପ୍ରାରମ୍ଭିକ ସୂଚନା ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ନର୍ଲା ‘ସମ୍ବାଦ’ ପ୍ରତିନିଧି ଅଭିରାମ ନନ୍ଦ ଧନ୍ୟବାଦ ଦେଇଥିଲେ। ଶିକ୍ଷକ ଚକ୍ରଧର ସା ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଠାକୁର ବିବେକାନନ୍ଦ ପ୍ରଧାନ, କହ୍ନେଇଚରଣ ଗଉଡ଼, ନାରାୟଣ ପ୍ରଧାନ, ବବି ରଣା, ପ୍ରେମାନନ୍ଦ ନାଏକ, ଟିକୁଲାଲ ନାଏକ ପ୍ରମୁଖ ସହଯୋଗ କରିଥିଲେ।

China: ଚୀନ୍‌ରେ ବର୍ଷାର ତାଣ୍ଡବ: ବନ୍ୟା ଓ ଭୂସ୍ଖଳନରେ ୧୫ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.