Naga Civilians: ମଣିପୁରରେ ୬ ନାଗା ନାଗରିକ ହତ୍ୟା ମାମଲା: ଏନଆଇଏ ଦ୍ୱାରା ଦୁଇ ଅଭିଯୁକ୍ତ ଗିରଫ

2 months ago 23
ARTICLE AD BOX

ଇମ୍ଫାଲ: ମଣିପୁରର କଙ୍ଗାପୋକପି ଜିଲ୍ଲାରେ ୬ଜଣ ନାଗା ନାଗରିକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ), ମଣିପୁର ପୋଲିସ ଓ ସିଆରପିଏଫର ମିଳିତ ଟିମ୍ ଶୁକ୍ରବାର ସକାଳୁ ଏକ ଗୁପ୍ତ ସୂଚନା ଆଧାରରେ ଜିଲ୍ଲାର ଲୈଲୋନ୍ ଭାଇଫେଇ ଗ୍ରାମରେ ଏକ ସ୍ୱତନ୍ତ୍ର ଅପରେସନ ଚଲାଇ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ରହିଛି। ମହିଳା ଅଭିଯୁକ୍ତଙ୍କ ନାମ ଆୟଙ୍ଗବି ଓ ଆଉ ଜଣେ ପ୍ରଦୀପ ବୋଲି ଚିହ୍ନଟ କରାଯାଇଛି। ଗତ ମେ’ ୧୩ ତାରିଖରେ ହୋଇଥିବା ହତ୍ୟାକାଣ୍ଡରେ ଏହି ଦୁହିଁଙ୍କ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି।

Iran: ଖେମିନିଙ୍କ ଅନ୍ତିମ ସଂସ୍କାର ପରେ ଇରାନରେ ଶୁଣାଗଲା ବିସ୍ଫୋରଣ ଶବ୍ଦ: ଆମେରିକାର ଆକ୍ରମଣକୁ ଖଣ୍ଡନ

ରାଜ୍ୟରେ ତୀବ୍ର ଉତ୍ତେଜନା

ତେବେ ଏହି ହତ୍ୟାକାଣ୍ଡକୁ ନେଇ ସମ୍ପୂର୍ଣ୍ଣ ରାଜ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ନାଗା ଓ ମୈତେଇ ସଂଗଠନଗୁଡ଼ିକ ପକ୍ଷରୁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କାଙ୍ଗପୋକପି ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଗୁଡ଼ିକୁ ଅବରୋଧ କରାଯାଇଥିଲା। ଏହି ଆର୍ଥିକ ଅବରୋଧ କାରଣରୁ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେବା ସହ କଳାବଜାରୀ ଓ ମହଙ୍ଗାମାଡ଼ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ଏହି ଦୁଇ ଜଣଙ୍କ ଗିରଫଦାରୀ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ସହ ଏନଆଇଏ ଘଟଣାର ଅଧିକ ଖୋଳତାଳ କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.