ARTICLE AD BOX
ଆଜିକାଲି ବଦଳୁଥିବା ଜୀବନଶୈଳୀ ଓ ବଢ଼ୁଥିବା ହୃଦ୍ରୋଗକୁ ଦେଖି ଲୋକମାନେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ହେଲେଣି। ଆମ ଖାଦ୍ୟପେୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଅପରିହାର୍ଯ୍ୟ ଉପାଦାନ ହେଉଛି ରନ୍ଧନ ତେଲ। ତେଣୁ ଆମେ ଖାଉଥିବା କେଉଁ ତେଲ ଆମ ଶରୀର ପାଇଁ ଭଲ, ସେ ବିଷୟରେ ଜାଣିବା ଜରୁରି। ଭାରତୀୟ ରୋଷେଇ ଘରେ ପାରମ୍ପରିକ ଭାବେ ବ୍ୟବହାର ହେଉଥିବା ସୋରିଷ ତେଲ ଓ ବିଭିନ୍ନ ଉପାଦାନରୁ ପ୍ରସ୍ତୁତ ରିଫାଇନ୍ଡ ତେଲ ମଧ୍ୟରୁ ସ୍ବାସ୍ଥ୍ୟ ପାଇଁ କେଉଁଟି ଅଧିକ ଲାଭଦାୟକ, ତାକୁ ନେଇ ପ୍ରାୟତଃ ଦ୍ବନ୍ଦ୍ବ ଦେଖାଯାଇଥାଏ। କେଉଁଟି ଆମ ପାଇଁ ସ୍ବାସ୍ଥ୍ୟକର, ଆସନ୍ତୁ ଜାଣିବା।
Health: ୪୦୦୦ରୁ ଊର୍ଦ୍ଧ୍ବ ଶିଶୁଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କଲା ବେଦାନ୍ତ ଆଲୁମିନିୟମ
ସୋରିଷ ତେଲ
ସୋରିଷ ମଞ୍ଜିରୁ ପ୍ରସ୍ତୁତ ଏହି ତେଲ ଗାଢ଼ ହଳଦିଆ ରଙ୍ଗର ଓ ଏହାର ଗନ୍ଧ ଟିକେ ତୀବ୍ର ହୋଇଥାଏ। ସୋରିଷ ତେଲରେ ଥିବା ଭଲ ଚର୍ବି ରକ୍ତନଳୀେର ଜମା ହୁଏ ନାହିଁ। ଏହା ଓମେଗା-୩ ଓ ଓମେଗା-୬ ଫ୍ୟାଟି ଏସିଡ୍ରେ ଭରପୂର, ଯାହା କୋଲେଷ୍ଟ୍ରଲ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏଥିରେ ଥିବା ଗ୍ଲୁକୋସିନୋଲେଟ୍ ନାମକ ଆଣ୍ଟି ମାଇକ୍ରୋବାୟଲ୍ ଉପାଦାନ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ନକାରାତ୍ମକ ଦିଗ- ସୋରିଷ ତେଲରେ ଅଧିକ ପରିମାଣର ଇରୁସିକ୍ ଏସିଡ୍ ଥାଏ। ଏହାକୁ ଅତ୍ୟଧିକ ସେବନ କଲେ ଝାଡ଼ା, ରକ୍ତହୀନତା, ଚର୍ମରେ କୁଣ୍ଡେଇ ହେବା କିମ୍ବା ଆଲର୍ଜି ଭଳି ସମସ୍ୟା ଦେଖାଦେଇପାରେ। ତେଣୁ ଏହାକୁ ସୀମିତ ପରିମାଣରେ ବ୍ୟବହାର କରିବା ଉଚିତ।
Blind Belief: ୫ ବର୍ଷରେ ଗୁଣିଗାରେଡ଼ି ସନ୍ଦେହରୁ ଗଡ଼ିଲାଣି ୭ ମୁଣ୍ଡ
ରିଫାଇନ୍ଡ ତେଲ
ପ୍ରାକୃତିକ ତେଲରୁ ଅଶୁଦ୍ଧି, ଦୁର୍ଗନ୍ଧ ଓ ବାହ୍ୟ ଉପାଦାନକୁ ଦୂର କରିବା ପାଇଁ ଏହାକୁ ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଏ। ଗ୍ରାହକଙ୍କ ପସନ୍ଦ ଅନୁସାରେ, ଏହାକୁ ସ୍ବଚ୍ଛ ଓ ଗନ୍ଧହୀନ କରାଯାଇଥାଏ। ବଜାରରେ ହୃଦ୍ରୋଗୀଙ୍କ ପାଇଁ ଏହା ଉପଯୋଗୀ ବୋଲି ପ୍ରଚାର କରାଗଲେ ମଧ୍ୟ ଏହାର କୌଣସି ବିଶେଷ ସ୍ବାସ୍ଥ୍ୟଗତ ସୁଫଳ ନାହିଁ। ରିଫାଇନ୍ଡ ତେଲ ତୁଳନାରେ ଫିଲ୍ଟର୍ଡ ତେଲ ଭଲ, କାରଣ ଏଥିରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର ନକରି କେବଳ ଅଶୁଦ୍ଧିକୁ ଛାଣି ଅଲଗା କରାଯାଇଥାଏ। ନକାରାତ୍ମକ ଦିଗ- ରିଫାଇନ୍ ପ୍ରକ୍ରିୟାରେ ସାଧାରଣତଃ ନିକେଲ୍ ବ୍ୟବହାର କରାଯାଇଥାଏ। ଏହା ଆମର ଚର୍ମ, ଶ୍ବାସତନ୍ତ୍ର ଓ ଲିଭର୍ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହାଛଡ଼ା ଏଥିରେ ମିଶୁଥିବା ପ୍ରିଜର୍ଭେଟିଭ୍ ଓ ସୋଡିୟମ୍ ହାଇଡ୍ରକ୍ସାଇଡ୍ ହଜମ ପ୍ରକ୍ରିୟାକୁ ଦୁର୍ବଳ କରିଥାଏ। ଉଭୟ ସୋରିଷ ତେଲ ଓ ରିଫାଇନ୍ଡ ତେଲର କିଛି ଭଲ ଓ ମନ୍ଦ ଦିଗ ରହିଛି, ତଥାପି ସ୍ୱାସ୍ଥ୍ୟ ଦୃଷ୍ଟିରୁ ପ୍ରାକୃତିକ ସୋରିଷ ତେଲ, ରିଫାଇନ୍ଡ ତେଲ ତୁଳନାରେ ବହୁତ ଗୁଣରେ ଭଲ। କାରଣ ଏହା ଆମ ଶରୀରର ଗୁରୁତ୍ବପୂର୍ଣ୍ଣ ହୃଦୟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

3 weeks ago
13


