Murder: ହତ୍ୟା ପରେ ଅଭିଯୁକ୍ତର ଥାନାରେ ଆତ୍ମ ସମର୍ପଣ

2 weeks ago 9
ARTICLE AD BOX

ମାଧପୁର(ଚିତ୍ତରଞ୍ଜନ ମିଶ୍ର): ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ କିଆକଟା ଥାନା ଅଧୀନସ୍ଥ ରାଉତପଡ଼ା ଗ୍ରାମ ନିକଟସ୍ଥ ଆଠମଲ୍ଲିକ ବୌଦ୍ଧ ସଂଯୋଜିତ ୬୨ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଚଉଳିଆ ଫାର୍ମ ନିକଟରେ ଏକ କ୍ଷତାକ୍ତ ଶବ ପଡିଥିବାର ଦେଖିବାକୁ ମିଳିଥିଲା। ହତ୍ୟାର ଶିକାର ହୋଇଥିବା ଯୁବକ କନ୍ଧପଡ଼ା ଗ୍ରାମର ପ୍ରସାଦି ସାହୁଙ୍କର ପୁଅ ବୀରକିଶୋର (୩୭) ବୋଲି ଜଣା ପଡିଥିଲା। 

ପୂର୍ବ ଶତ୍ରୁତାକୁ ନେଇ ହତ୍ୟା

ହତ୍ୟାକାରୀ କନ୍ଧପଡା ଗ୍ରାମର ପ୍ରଦୀପ ସାହୁ ବୋଲି ଜଣାପଡିଛି। ଗତକାଲି ରାତି ୮ ଟା ବେଳେ ପୂର୍ବ ଶତ୍ରୁତାକୁ ନେଇ ପ୍ରଦୀପ ବୀରକିଶୋରକୁ କୌଣସି ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ପରେ ନିଜେ ହତ୍ୟାକାରୀ ପ୍ରଦୀପ ଆଠମଲ୍ଲିକ ଥାନାରେ ଆତ୍ମସମର୍ପଣ କରିଥିଲା ଯେହେତୁ ଘଟଣା ଘଟିଥିବା ସ୍ଥାନଟି କିଆକଟା ଥାନା ଅଧୀନରେ ଯାଉଛି, ତେଣୁ ଆଠମଲ୍ଲିକ ଥାନା ତରଫରୁ କିଆକଟା ଥାନାକୁ ଖବର ଦିଆଯାଇଥିଲା। ଖବର ପାଇ କିଆକଟା ଥାନାଧିକାରୀ ଘଟଣସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବାର ଜଣାପଡିଛି। ଅନୁଗୁଳ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ହତ୍ୟାର କାରଣ ତଥା ଘଟଣା ସମ୍ପର୍କିତ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ। ହତ୍ୟାର ଶିକାର ହୋଇଥିବା ଯୁବକଟିର ବାମ ପାଖ ପ୍ୟାଣ୍ଟ୍ ପକେଟରେ ତାର ମୋବାଇଲ୍ ଥିବାବେଳେ ମୁଣ୍ଡର ଖପୁରୀ ସମ୍ପୂର୍ଣ୍ଣ ଖଣ୍ଡଖଣ୍ଡ ହୋଇଯାଇଅଛି। 

Woman Death: ଟ୍ରକ ଧକ୍କାରେ ମହିଳା ଶ୍ରମିକ ମୃତ, ଘରୁ ପଡ଼ୋଶୀଙ୍କ ସହ ଡ୍ୟୁଟି ଯାଉଥିଲେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.