Murder: ଗ୍ରାହାମ୍‌ ଷ୍ଟେନ୍‌ସ ହତ୍ୟାକାଣ୍ଡ: ଜେଲ୍‌ରୁ ମୁକୁଳିବେ ଦାରା, ଅଗଷ୍ଟ ୧୫ ସୁଦ୍ଧା ମୁକ୍ତି ପାଇଁ ନିର୍ଦ୍ଦେଶ

2 weeks ago 7
ARTICLE AD BOX

ନୂଆଦିଲ୍ଲୀ/କେନ୍ଦୁଝର: ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିସ୍‌ନାରି ଗ୍ରାହାମ୍‌ ଷ୍ଟେନ୍‌ସ ଓ ତାଙ୍କର ଦୁଇ ଶିଶୁପୁତ୍ର ଫିଲିପ୍‌ ଏବଂ ତିମୋଥିଙ୍କୁ ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ ଓରଫ୍‌ ରବୀନ୍ଦ୍ର କୁମାର ପାଲ ଜେଲ୍‌ରୁ ମୁକୁଳିବେ। ଦାରାସେନା ପକ୍ଷରୁ ଆଗତ ମାମଲାର ବିଚାର କରି ସୁପ୍ରିମକୋର୍ଟର ବିଚାରପତି ମନୋଜ ମିଶ୍ର ଓ ବିଜୟ ବିଷ୍ଣୋୟୀଙ୍କ ଖଣ୍ଡପୀଠ ଆଜି ଦାରାଙ୍କ ମୁକ୍ତି ପାଇଁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୯ ତାରିଖରେ ହେବ ବୋଲି ଦାରାସେନା ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଏ.ପି.ସିଂହ ସୂଚନା ଦେଇଛନ୍ତି। 

Plantation: ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଅଗଷ୍ଟ ୧୫ ସୁଦ୍ଧା ମୁକ୍ତି ପାଇଁ ନିର୍ଦ୍ଦେଶ
୨୬ ବର୍ଷ ହେଲା ଭୋଗୁଛନ୍ତି କାରାଦଣ୍ଡ

୨୦୦୩ରେ ଦାରାଙ୍କୁ ଓଡ଼ିଶା ହାଇକୋର୍ଟ ପ୍ରଥମେ ମୃତ୍ୟୁଦଣ୍ଡ ଦେଇଥିଲେ। ପରେ ୨୦୦୫ରେ ଏହାକୁ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତନ କରାଯାଇଥିଲା। ୨୦୧୧ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ କାଏମ ରଖିଥିଲେ। ମେ ୧୩ରେ ସୁପ୍ରିମକୋର୍ଟରେ ଏହି ମାମଲା ଉଠିଥିଲା। ବିଚାରପତି ମନୋଜ ମିଶ୍ର ଓ ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠରେ ରିଟ୍‌ ପିଟିସନ୍‌ ୩୦୧/୨୦୨୪ ଉପରେ ଶୁଣାଣି ହୋଇଥିଲା। ପରବର୍ତ୍ତୀ ଶୁଣାଣି ଜୁଲାଇ ୧୪କୁ ସ୍ଥିର ହୋଇଥିଲା। ସୁପ୍ରିମକୋର୍ଟରେ ରାଜ୍ୟ ସରକାର ରଖିଥିବା ପକ୍ଷ ଅନୁସାରେ ଦାରା ସିଂହଙ୍କୁ ଜେଲ୍‌ରୁ ମୁକ୍ତ କରିବା ପାଇଁ ଓଡ଼ିଶା ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ସୁପାରିସ କରିଛି। ଜେଲ୍‌ରେ ତାଙ୍କର ଭଲ ବ୍ୟବହାରକୁ ଆଧାର କରି ଏହି ସୁପାରିସ ହୋଇଛି। ବର୍ତ୍ତମାନ ଦାରା କେନ୍ଦୁଝର ଜିଲ୍ଲା କାରାଗାରରେ ବନ୍ଦୀ ଅଛନ୍ତି। ୧୯୯୯ର ଘଟଣା ପରେ ସେ ବିଭିନ୍ନ କାରାଗାରରେ ୨୬ ବର୍ଷରୁ ଅଧିକ ସମୟ ସଜା କାଟି ସାରିଛନ୍ତି।

Trade: ଭାରତ-ବ୍ରିଟେନ ସିଇଟିଏ ଆଜିଠୁ; ମୋଦୀଙ୍କ ଅମଳରେ ଷଷ୍ଠ ଏଫ୍‌ଟିଏ

କେନ୍ଦୁଝର ଜେଲ୍‌ ପ୍ରଶାସନର ସୁପାରିସ ଆଧାରରେ ଜେଲ୍‌ ମହାନିର୍ଦ୍ଦେଶକ ତାଙ୍କ ମୁକ୍ତିପାଇଁ ପ୍ରସ୍ତାବ ପଠାଇଥିଲେ। ଜୁଲାଇ ୬ରେ ଅନୁଷ୍ଠିତ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ବୈଠକରେ ଯୋଗ୍ୟ ଆଜୀବନ କାରାଦଣ୍ଡପ୍ରାପ୍ତ ବନ୍ଦୀମାନଙ୍କ ମାମଲା ସହ ଦାରା ସିଂହଙ୍କ ମାମଲା ମଧ୍ୟ ବିଚାର କରାଯାଇଥିଲା। ଅଗଷ୍ଟ ୧୫ ତାରିଖ ମଧ୍ୟରେ ସମସ୍ତ ଯାଞ୍ଚ (ଭେରିଫିକେସନ୍‌) ପ୍ରକ୍ରିୟା ଶେଷ ‌ହେଲେ ଦାରା ମୁକ୍ତ ହେବେ ବୋଲି ବରିଷ୍ଠ ଆଇନଜୀବୀ ଏ.ପି.ସିଂହ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୨୫ ଏପ୍ରିଲ ୧୫ରେ ଦାରାଙ୍କ ସହିତ ଜେଲ୍‌ ଦଣ୍ଡ ଭୋଗୁଥିବା ମହେନ୍ଦ୍ର ହେମ୍ବ୍ରମ୍‌ଙ୍କୁ ମୁକ୍ତ କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.