Murder: ଆମେରିକାରେ ପତ୍ନୀକୁ ହତ୍ୟା କଲା ସଫ୍ଟୱେର୍‌ ଇଞ୍ଜିନିୟର

3 weeks ago 13
ARTICLE AD BOX

ୱାସିଂଟନ: ଆମେରିକାରେ କାର୍ଯ୍ୟରତ ଜଣେ ୩୦ ବର୍ଷୀୟ ଭାରତୀୟ ସଫ୍ଟୱେର୍‌ ଇଞ୍ଜିନିୟର ବିବାହର ମାତ୍ର ଛଅ ମାସ ଭିତରେ ପତ୍ନୀଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ କରିଛି ଯେ ଇଞ୍ଜିନିୟର ଜଣକ ପତ୍ନୀକୁ ହତ୍ୟା କରିବା ପରେ ଅପରାଧ ଲୁଚାଇବା ପାଇଁ ପତ୍ନୀଙ୍କୁ କେହି ହତ୍ୟା କରିଥିବା ପରି ଅଭିନୟ କରିଥିଲା। ଭାରତରେ ଅନ୍ୟ ଜଣେ ମହିଳାଙ୍କ ସହିତ ଅଭିଯୁକ୍ତର ଗୁପ୍ତ ପ୍ରେମ ସମ୍ପର୍କ ରହିଥିଲା ଓ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ବ୍ୟାପକ ତଦନ୍ତ ପରେ ପୁଲିସ କହିଛି। ପୁଲିସ ଅଭିଯୁକ୍ତ ତେଲେଙ୍ଗାନାର ସଫ୍ଟୱେର୍ ଡେଭଲପମେଣ୍ଟ ଇଞ୍ଜିନିୟର ଅବିନାଶ ନାର୍ନେଙ୍କୁ ଗିରଫ କରି ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛି। ଅଭିଯୁକ୍ତଙ୍କୁ ୫ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୪୮ କୋଟି ଟଙ୍କା) ଜାମିନରେ ଅଟକ ରଖାଯାଇଛି। ଦୋଷୀ ସାବ୍ୟସ୍ତ ହେଲେ ଆମେରିକାରେ ତାଙ୍କୁ ଆଇନ ଅନୁଯାୟୀ ଆଜୀବନ କାରାଦଣ୍ଡାଦେଶ ହୋଇପାରେ।

PM Modi: ‘କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦର ସମାଧାନ ହୋଇପାରିବ’

ସୂଚନାଯୋଗ୍ୟ, ଅକ୍ଟୋବର ୨୦୨୫ରେ ଅବିନାଶଙ୍କ ପତ୍ନୀ ରଜିତା ସବ୍ବିନେନି (୨୭) ମୃତ ଅବସ୍ଥାରେ ମିଳିଥିଲେ। ଅବିନାଶ ସ୍ଥାନୀୟ ବେଲେଭ୍ୟୁ ପୁଲିସକୁ ଏକ ଫୋନ୍‌ କଲ କରି କହିଥିଲେ ତାଙ୍କ ପତ୍ନୀ ଶୌଚାଳୟ ଭିତରେ ବନ୍ଦ ହୋଇଯାଇଥିବାବେଳେ ଜବାବ ଦେଉନାହାନ୍ତି। ପୁଲିସ ଆସିବା ପରେ ଗାଧୁଆ ଘରୁ ସବ୍ବିନେନିଙ୍କୁ ଅଚେତ ଅବସ୍ଥାରେ ପାଇଥିଲା। ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତେବେ ପରେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଲା ଯେ, ଶ୍ୱାସରୁଦ୍ଧ ହେବା ଯୋଗୁଁ ସବ୍ବିନେନିଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏହାକୁ ହତ୍ୟା ମାମଲା ଭାବେ ଗ୍ରହଣ କରି ତଦନ୍ତ କରିଥିଲା। ତଦନ୍ତ ଅଗ୍ରସର ହେବା ସହିତ ସ୍ୱାମୀ ଅବିନାଶ ଉପରେ ପୁଲିସର ସନ୍ଦେହ ବଢ଼ିବାରେ ଲାଗିଲା।

ଡିଜିଟାଲ୍ ପ୍ରମାଣ ତାଙ୍କ କାହାଣୀକୁ ମିଥ୍ୟା ପ୍ରମାଣିତ କରିଛି

ଅବିନାଶ ପୁଲିସକୁ କହିଥିଲା ଯେ, ଘଟଣା ଦିନ ସେ କିଛି ଜିନିଷ ଆଣିବାକୁ ବାହାରକୁ ଯାଇଥିଲେ ଓ ପ୍ରାୟ ୪୦ ମିନିଟ୍ ପରେ ଫେରି ଆସିଥିଲେ। ଫେରିବା ପରେ ସେ ପତ୍ନୀଙ୍କୁ ବାଥରୁମ୍ ଭିତରେ ବନ୍ଦ ଥିବା ଦେଖିଥିଲେ। ଅନେକ ଚେଷ୍ଟା ପରେ ମଧ୍ୟ କୌଣସି ଉତ୍ତର ନପାଇବାରୁ ସେ ପୁଲିସକୁ ଫୋନ୍ କରିଥିଲେ, କିନ୍ତୁ ତଦନ୍ତକାରୀ ପୁଲିସ କହିଛି ଯେ, ଡିଜିଟାଲ୍ ପ୍ରମାଣ ତାଙ୍କ କାହାଣୀକୁ ମିଥ୍ୟା ପ୍ରମାଣିତ କରିଛି। ତଦନ୍ତ ସମୟରେ ଯେତେବେଳେ ପୁଲିସ ଅବିନାଶଙ୍କ ଫୋନ୍ ରେକର୍ଡ, ମେସେଜ୍ ଓ ବ୍ୟକ୍ତିଗତ ସମ୍ପର୍କ ଯାଞ୍ଚ କରିଥିଲା ବିବାହ ପୂର୍ବରୁ ଅବିନାଶର ଭାରତରେ ଅନ୍ୟ ଜଣେ ମହିଳାଙ୍କ ସହିତ ଗୁପ୍ତ ସମ୍ପର୍କ ରହିଥିବା ଜାଣିବାକୁ ପାଇଥିଲା। ପୁଲିସ ଦାବି କରିଛି ଯେ, ବିବାହ ପରେ ଏହି ସମ୍ପର୍କ ଜାରି ରହିଥିଲା ଓ ମହିଳା ଜଣକ ଦମ୍ପତିଙ୍କ ବିବାହ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ। ପୁଲିସ ଏହା ମଧ୍ୟ ଅଭିଯୋଗ କରିଛି ଯେ, ଅବିନାଶ ତାଙ୍କ ପତ୍ନୀଙ୍କ ମୃତ୍ୟୁର ପରଦିନ ମୃତଦେହର ଏକ ଫଟୋ ସେହି ମହିଳାଙ୍କ ନିକଟକୁ ପଠାଇଥିଲା। ପଚରାଉଚରା ସମୟରେ ସେ ଏକଥା ସ୍ୱୀକାର ମଧ୍ୟ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.