ARTICLE AD BOX
ବ୍ରହ୍ମପୁର: ଗଞ୍ଜାମଜିଲ୍ଲାକବିସୂର୍ଯ୍ୟନଗର ସହରର ଘାଟ ପାଇକ ସାହିରେ ଜଣେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ହେଲେ ପ୍ରତିମା ଜେନା। ସୁନା ଅଳଙ୍କାର ଲୁଟ୍ ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ କବିସୂର୍ଯ୍ୟନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ
କବିସୂର୍ଯ୍ୟନଗର ସହରର ଘାଟ ପାଇକ ସାହିରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ଘର ଭିତରୁ ବୃଦ୍ଧା ପ୍ରତିମା ଜେନାଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ସୁନା ଅଳଙ୍କାର ଲୁଟ୍ ପରେ ଦୁର୍ବୃତ୍ତମାନେ ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସୂଚନା ପାଇ କବିସୂର୍ଯ୍ୟନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ୍ ସହାୟତାରେ ପ୍ରମାଣ ସଂଗ୍ରହ କରାଯାଉଥିବା ବେଳେ, ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।
Jagannath Temple: ବନକଲାଗି ବେଳେ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, କମାଣ୍ଡରଙ୍କୁ ଆକ୍ରମଣ କଲେ ଦତ୍ତ ମହାପାତ୍ର ସେବକ

2 weeks ago
9


