Mule Bank Account Racket Case ଜାଲ ବ୍ୟାଙ୍କ ଜମାଖାତା ରାକେଟ୍ ମାମଲା: ଖଲିକୋଟର ୫ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

24 minutes ago 1
ARTICLE AD BOX

କଟକ: ଗଞ୍ଜାମ ଜିଲ୍ଲାରେ ମ୍ୟୁଲ୍ (ଜାଲ୍‌) ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଅର୍ଥ କାରବାର ଓ ଠକେଇ ମାମଲାରେ ଖଲ୍ଲିକୋଟ ଜେଏମ୍ଏଫସି ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି -ସୁଶାନ୍ତ ସାହୁ, ସୁଦାମ ପାତ୍ର, ପବିତ୍ର ସାହୁ, ବିମଳ କୁମାର ସାହୁ ଓ ପ୍ରଦୀପ ଦାସ। ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୩୧୮(୨)/୩(୫) ଅନୁଯାୟୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ନାଗପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଜାଲିଆତି ମାମଲା: କଂଗ୍ରେସ ବିଧାୟକଙ୍କ ସମେତ ୫ ଦୋଷୀ ସାବ୍ୟସ୍ତ

ସୂଚନା ଅନୁଯାୟୀ, ବେଗୁନିଆପଡ଼ା ଥାନାରେ  ମ୍ୟୁଲ ଆକାଉଣ୍ଟ ମାଧ୍ୟମରେ ଠକେଇ  ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ଯୁବକମାନଙ୍କୁ ମାଗଣା ଭ୍ରମଣ ସୁଯୋଗ ଓ ଆର୍ଥିକ ଲାଭର ପ୍ରଲୋଭନ ଦେଖାଇ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପ୍ରବର୍ତ୍ତାଉଥିଲେ। ପରେ ସେମାନଙ୍କଠାରୁ ଏଟିଏମ୍ କାର୍ଡ, ପାସବୁକ୍ ଓ ଅନ୍ୟାନ୍ୟ ବ୍ୟକ୍ତିଗତ କାଗଜପତ୍ର ନେଇ ସେହି ଆକାଉଣ୍ଟଗୁଡ଼ିକୁ ମ୍ୟୁଲ୍ ଆକାଉଣ୍ଟ ଭାବେ ବ୍ୟବହାର କରି ଟଙ୍କା କାରବାର ପାଇଁ ବ୍ୟବହାର କରୁଥିଲେ।

ଜାଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଠକେଇ: ୩.୨୮କୋଟି ଠକି ନେଲା ହାଇଦ୍ରାବାଦ ଠିକାସଂସ୍ଥା

ପୁରୁଷୋତ୍ତମପୁର ଏସଡିପିଓ ଏସ୍‌କେ ନାୟକଙ୍କ ତତ୍ତ୍ୱାବଧାନରେ ବେଗୁନିଆପଡ଼ା ପୁଲିସ ଏହି ମାମଲାର ତଦନ୍ତ କରିଥିଲା। ତଦନ୍ତ ସମୟରେ ବିଭିନ୍ନ ବ୍ୟାଙ୍କରୁ ଆକାଉଣ୍ଟ ଓ ଟଙ୍କା କାରବାର ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହାସହ ମୋବାଇଲ୍ ଫୋନ୍, ଲାପଟପ୍, ଏଟିଏମ୍ କାର୍ଡ, ଆଧାର କାର୍ଡ, ପାନ୍ କାର୍ଡ, ଚେକ୍‌ବୁକ୍ ଓ ହୋଟେଲ୍ ବିଲ୍ ଆଦି ଜବତ କରାଯାଇଥିଲା।  

ଏହି ମାମଲାରେ ଅଦାଲତ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି  ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୩୧୮(୨)/୩(୫) ଅନୁଯାୟୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। 

ପିଏମ୍‌ସି ବ୍ୟାଙ୍କ ଜାଲିଆତି ମାମଲା: ଶିବସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ପଚରାଉଚରା ପାଇଁ ସମନ ପଠାଇଲା ଇଡି

ବ୍ୟାଙ୍କ ଆକାଉଣ୍ଟର ଦୁରୁପଯୋଗ, ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଅର୍ଥ କାରବାର ଓ ଆର୍ଥିକ ଠକେଇ ବିରୋଧରେ ଓଡ଼ିଶା ପୁଲିସର ଆଇନଗତ କାର୍ଯ୍ୟାନୁଷ୍ଠାନ ଅବ୍ୟାହତ ରହିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.