Mukesh Ambani: ଦିନକରେ ମୁକେଶଙ୍କ ସମ୍ପତ୍ତି ୮୦,୭୦୦ କୋଟି ବଢ଼ିଲା

59 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପାଇଁ ଖୁସି ଖବର। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟରେ ବଡ଼ଧରଣର ବୃଦ୍ଧି ଯୋଗୁଁ ଗୋଟିଏ ଦିନରେ ତାଙ୍କ ସମ୍ପତ୍ତି ପ୍ରାୟ ୮.୫ ବିଲିଅନ ଡଲାର (୮୦,୭୦୦ କୋଟି ଟଙ୍କା) ବଢ଼ିଛି। ଫୋର୍ବସ୍‌ର ରିଅଲ୍‌ ଟାଇମ୍‌ ବିଲିୟନେୟାର ତାଲିକା ଅନୁଯାୟୀ, ଏହି ବୃଦ୍ଧି ପରେ ମୁକେଶଙ୍କ ମୋଟ ସମ୍ପତ୍ତି ୮୮.୮ ବିଲିୟନ ଡଲାର (୮.୪୩ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି। ଏଥିସହ ସେ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ୨୩ତମ ସ୍ଥାନକୁ ଉଠିଛନ୍ତି। 

ଗୋଟିଏ ଦିନର ସବୁଠାରୁ ବଡ଼ ବୃଦ୍ଧି
ଗୋଟିଏ ଦିନରେ ତାଙ୍କ ସମ୍ପତ୍ତିରେ ୧୦.୬% ବୃଦ୍ଧି ହୋଇଛି। ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟରେ ୭.୫%ରୁ ଅଧିକ ବୃଦ୍ଧି ହୋଇଥିଲା। ଏହା ଗତ ୬ ବର୍ଷରୁ ଅଧିକ ସମୟ ମଧ୍ୟରେ ଗୋଟିଏ ଦିନର ସବୁଠାରୁ ବଡ଼ ବୃଦ୍ଧି। କମ୍ପାନିର ଭଲ ତ୍ରୈମାସିକ ଆର୍ଥିକ ଫଳାଫଳ ଯୋଗୁଁ ନିବେଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିଲା। ଏହାର ପ୍ରଭାବରେ କମ୍ପାନିର ବଜାର ପୁଞ୍ଜି ମୂଲ୍ୟ ମଧ୍ୟ ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କା ବଢ଼ିଥିଲା।

Airport: ଏହି ନୂଆ ବିମାନବନ୍ଦରରେ ଲଗାତାର କମିବାରେ ଲାଗିଛି ଯାତ୍ରୀଙ୍କ ସଂଖ୍ୟା

ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ରିଲାଏନ୍ସର ନିଟ୍‌ ଲାଭ ୪୧% ବଢ଼ି ୨୫,୫୪୮ କୋଟି ଟଙ୍କା ହୋଇଛି। ସେହିପରି କମ୍ପାନିର ରାଜସ୍ୱ ୨୯% ବୃଦ୍ଧି ପାଇ ୩.୩୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ତୈଳ ବିଶୋଧନ, ପେଟ୍ରୋରସାୟନ ଓ ଟେଲିକମ୍‌ ବ୍ୟବସାୟର ଭଲ ପ୍ରଦର୍ଶନ କମ୍ପାନିର ଲାଭ ବୃଦ୍ଧିରେ ସହାୟକ ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.