Mohan Bhagwat: ଜେନ୍‌ ଜି ଦେଶବିରୋଧୀ ନୁହନ୍ତି : ମୋହନ ଭାଗବତ

1 hour ago 2
ARTICLE AD BOX

ମୁମ୍ବାଇ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଆଜି ମୁମ୍ବାଇ‌ରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ସମୟରେ ଜନ୍ତର ମନ୍ତର ଆନ୍ଦୋଳନ ଏବଂ ଜେନ୍‌ ଜି ମାନଙ୍କ ବିଷୟରେ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଯଦି ଜେନ୍‌ ଜି ଆନ୍ଦୋଳନ କରୁଛନ୍ତି ତେବେ ସେମାନଙ୍କୁ ଦେଶବିରୋଧୀ ବୋଲି କହିବା ଠିକ୍ ନୁହେଁ। ଭାଗବତ କହିଛନ୍ତି, ଏହି ପିଢ଼ି ପୂର୍ବ ପିଢ଼ିଠାରୁ ଭିନ୍ନ ଏବଂ ଏମାନେ ପ୍ରତ୍ୟେକ କଥାର ଯୁକ୍ତିସଙ୍ଗତ ଉତ୍ତର ଚାହାନ୍ତି। 

ଜେନ୍‌ ଜିଙ୍କ ଉପରେ ବିଶ୍ବାସ ପ୍ରକଟ କରି ଭାଗବତ କହିଛନ୍ତି, ଆମେ ଜେନ୍‌ ଜି ବୟସରେ ଥିବାବେଳେ ବଡ଼ମାନଙ୍କ କଥା ବିନା ପ୍ରଶ୍ନରେ ମାନୁଥିଲୁ। କିନ୍ତୁ ଆଜିର ଜେନ୍‌ ଜି ପ୍ରତ୍ୟେକ କଥାର ଯୁକ୍ତିସଙ୍ଗତ ଉତ୍ତର ଚାହୁଛନ୍ତି। ଏହାର ପ୍ରତିବାତ କରିବାର ମାନେ ନୁହେଁ ଯେ ସେମାନେ ଦେଶ ବିରୋଧୀ। ସେମାନେ ଆମର ନିଜ ଲୋକ, ଆମର ପରବର୍ତ୍ତୀ ପିଢ଼ି। ବର୍ତ୍ତମାନ ପିଢ଼ିଠାରୁ ଜେନ୍‌ ଜି ଏବଂ ଜେନ୍‌ ଆଲଫାମାନେ ଅଧିକ ସଚ୍ଚୋଟ। ମୁଁ ସେମାନଙ୍କୁ ଅନ୍ଧ ଭାବେ ବିଶ୍ବାସ କରୁଛନ୍ତି ବୋଲି ଭାଗବତ କହିଛନ୍ତି। ଦେଶପ୍ରେମ ଓ ସମାଜସେବାର ସତ୍ୟନିଷ୍ଠ ବାର୍ତ୍ତା ସେମାନଙ୍କୁ ପ୍ରଭାବିତ କରିପାରେ ବୋଲି ଭାଗବତ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଜନ୍ତର ମନ୍ତର ଆନ୍ଦୋଳନ ଏବଂ ଦିଲ୍ଲୀରେ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଏବଂ ପେଲେଟ୍ ଗନ୍ ବ୍ୟବହାର ସଂକ୍ରାନ୍ତରେ ଭାଗବତ କହିଛନ୍ତି, ଲାଠିଚାର୍ଜ କାହିଁକି ହେଲା ଏବଂ ପେଲେଟ୍ ଗନ୍ କାହିଁକି ବ୍ୟବହାର କରାଗଲା, ଏହାର କାରଣ ଅଧ୍ୟୟନ କରିବା ଆବଶ୍ୟକ।

ଭାଗବତ କହିଛନ୍ତି, ଶିକ୍ଷା ବ୍ୟବସ୍ଥାରେ କେବଳ ଗୋଟିଏ କିମ୍ବା ଦୁଇଟି ପରିବର୍ତ୍ତନ ପର୍ଯ୍ୟାପ୍ତ ନୁହେଁ। ଏଥିରେ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଛି। ଶିକ୍ଷାକୁ ବ୍ୟବସାୟରେ ପରିଣତ କରାଯିବା ଉଚିତ ନୁହେଁ। ସମସ୍ତଙ୍କୁ ସୁଲଭ ଶିକ୍ଷା ମିଳିବା ଦରକାର। ଭାରତର ବଜେଟରେ ଶିକ୍ଷା ପାଇଁ ବ୍ୟୟ ୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବା ଉଚିତ। ବିଦ୍ୟାଳୟ ବିକାଶରୁ ଆରମ୍ଭ କରି ଗୁଣାତ୍ମକ ଶିକ୍ଷା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଜନସାଧାରଣଙ୍କ ଅଂଶଗ୍ରହଣ ଆବଶ୍ୟକ। 

ଭାରତ ଆଗକୁ ବଢ଼ିଯିବ ଭାବି ଶୁଳ୍କ ଲଗାଯାଉଛି: ମୋହନ ଭାଗବତ

ଶିକ୍ଷକମାନଙ୍କ ପ୍ରଶିକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର। ସୋସିଆଲ ମିଡିଆର ବ୍ୟବହାର ସମ୍ପର୍କରେ ସେ କହିଛନ୍ତି, ସୋସିଆଲ ମିଡିଆ ପ୍ରତି ଆମର ଦୃଷ୍ଟିଭଙ୍ଗୀ ବଦଳାଇବା ଆବଶ୍ୟକ। ଆତ୍ମଶୃଙ୍ଖଳା ଜରୁରୀ। ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ନାହିଁ। ସେହିପରି ପାକିସ୍ତାନ ଓ ଚୀନ୍‌ ପ୍ରସଙ୍ଗରେ ଭାଗବତ କହିଛନ୍ତି, ସଂଘର୍ଷ ସମୟରେ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି, ତାହାକୁ ସମର୍ଥନ କରିବା ଉଚିତ। ଆମେ ଉଭୟ ରାଷ୍ଟ୍ର ସହ କଥାବାର୍ତ୍ତା ଜାରି ରଖିବା ଉଚିତ। ସ୍ଥାୟୀ ଘୃଣା କୌଣସି ସମାଧାନ ନୁହେଁ। ମାନବିକତାକୁ ସର୍ବଦା ପ୍ରାଥମିକତା ଦେବା ଉଚିତ ବୋଲି ସେ କହିଛନ୍ତି। ଏନଏମଏସିସି ( ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର)ରେ ଆୟୋଜିତ ଆଇଆଇଏମୟୁଏନ୍‌ର ବାର୍ଷିକ ଚାମ୍ପିଅନସିନ୍‌ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ଭାଗବତ ଏହି ଟିପ୍ପଣୀ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.