Modi speaks to Balen Sha: ନେପାଳ ବନ୍ୟା: ବାଲେନ ଶାହଙ୍କ ସହିତ କଥା ‌ହେଲେ ମୋଦୀ

3 weeks ago 9
ARTICLE AD BOX

ନୂଆଦିଲ୍ଲୀ: ତିବ୍ଦତ ପାର୍ଶ୍ୱରୁ ରସୁୱା ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିବା ପରେ ବୁଧବାର ନେପାଳରେ ପ୍ରଳୟଙ୍କରୀ ବନ୍ୟା ଆସିଛି। ଭୋଟେ କୋଶି-ତ୍ରିଶୁଳି ନଦୀ ଅବବାହିକାରେ ଭୟଙ୍କର ବନ୍ୟା ଯୋଗୁ ୧୬ ଜଣଙ୍କର ମୃତ୍ୟୁ ହୋଇଛି ଓ ୩୬ ଜଣ ଆହତ ହୋଇଛନ୍ତି। ନେପାଳର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଭୂମିକମ୍ପ ଯୋଗୁଁ ଏକ ହିମସ୍ଖଳନ ହୋଇଥିଲା ଯାହା ଭୟଙ୍କର ବନ୍ୟାର କାରଣ ହୋଇପାରେ, ଯଦିଓ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଘଟଣାର ସଠିକ୍ କ୍ରମ ତଦନ୍ତ କରୁଛନ୍ତି। ନେପାଳ ବିପର୍ଯ୍ୟୟ ଯୋଗୁଁ ଭାରତରେ ମଧ୍ୟ ସତର୍କତା ଜାରି ହୋଇଛି। ବିହାର ସମ୍ଭାବ୍ୟ ବନ୍ୟା ବିପଦର ସମୀକ୍ଷା କରୁଛି। ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ପ୍ରଶାସନ ଗଣ୍ଡକ-ନାରାୟଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟରେ ସତର୍କତା ଜାରି କରିଛି। ନେପାଳରେ ରସୁୱା, ନୁୱାକୋଟ, ଧାଡିଂ, ଚିତୱାନ୍ ଓ ଗୋରଖାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ହେଲିକପ୍ଟର ଏବଂ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ କଥା ହୋଇ ପଡ଼ୋଶୀ ଦେଶରେ ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁ ପାଇଁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସମର୍ଥନର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଓ ନେପାଳକୁ ସମସ୍ତ ପ୍ରକାରର ମାନବୀୟ ଓ ରିଲିଫ୍ ସହାୟତା ପ୍ରଦାନ କରିବ ବୋଲି ଆଶ୍ବାସନା ଦେଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ବନ୍ୟାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଥିବାରୁ ନୂଆଦିଲ୍ଲୀ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଓ କାଠମାଣ୍ଡୁ ସହିତ ଯୋଗାଯୋଗରେ ରହିଛି। ନେପାଳ ସ୍ଥିତ ଭାରତୀୟ ଦୂତାବାସ ନେପାଳ କର୍ତ୍ତୃପକ୍ଷଙ୍କ ସମ୍ପର୍କରେ ରହିଥିବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

୧୦୫ ଭାରତୀୟ ପର୍ଯ୍ୟଟକ ନିଖୋଜ

ଦୂତାବାସ କହିଛି ଯେ, ନେପାଳ ସରକାରଙ୍କ ସହ ସମନ୍ୱୟରେ ଉଦ୍ଧାର ଓ ରିଲିଫ ପ୍ରୟାସକୁ ମଜବୁତ କରାଯାଉଛି। ଭାରତ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଭାରତୀୟ ନାଗରିକମାନଙ୍କୁ ସହାୟତା କରିବା ପାଇଁ ନେପାଳୀ କର୍ତ୍ତୃପକ୍ଷଙ୍କ ସହ କାମ କରୁଛି। ଭାରତ ନେପାଳକୁ ରିଲିଫ ସହାୟତା ପଠାଇବ।

ନେପାଳର ରସୁୱା ଜିଲ୍ଲାର ଭୋଟେ କୋଶି ନଦୀରେ ହଠାତ୍ ବନ୍ୟା ଆସିବା ପରେ ନିଖୋଜ ହୋଇଥିବା ୩୮୪ ଜଣ ପର୍ଯ୍ୟଟକଙ୍କ ମଧ୍ୟରେ ଅତି କମରେ ୧୦୫ ଜଣ ଭାରତୀୟ ପର୍ଯ୍ୟଟକ ଅଛନ୍ତି। ବିରୋଧୀ ଦଳ କଂଗ୍ରେସ ନେପାଳରେ ହୋଇଥିବା ଭୟଙ୍କର ବନ୍ୟା ଓ ୧୦୦ ରୁ ଅଧିକ ଭାରତୀୟ ନିଖୋଜ ଥିବା ରିପୋର୍ଟ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛି। କଂଗ୍ରେସ ଭାରତ ସରକାରଙ୍କୁ ନିଖୋଜ ଭାରତୀୟଙ୍କୁ ଖୋଜିବା, ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛି।

ତରକାରୀ ଲୁଣିଆ ହୋଇଯାଇଛି କି? କେମିତି ଠିକ କରିବେ ଜାଣନ୍ତୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.