Mobile phones: ଶସ୍ତା ହୋଇପାରେ ମୋବାଇଲ ଫୋନ୍‌

1 day ago 1
ARTICLE AD BOX

ନୂଆଦିଲ୍ଲୀ: ବଜାରରେ କିଛିମାସ ହେଲା ମୋବାଇଲ ଫୋନ୍‌ ଦାମ୍‌ ବଢ଼ିଯାଇଛି। ଏହା ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇଛି। ଏହି ପରିପ୍ରେକ୍ଷୀରେ ସ୍ମାର୍ଟଫୋନ କମ୍ପାନି ସଂଘ ଇଣ୍ଡିଆ ସେଲ୍ୟୁଲାର ଆଣ୍ଡ୍‌ ଇଲେକ୍ଟ୍ରୋନିକ୍ସ ଆସୋସିଏସନ (ଆଇସିଇଏ) ମୋବାଇଲ ଫୋନ ଉପରେ ଲଗାଯାଉଥିବା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)କୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ପାଇଁ ଦାବି କରିଛି। ସଂଘ ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖାଯାଇ ଜିଏସ୍‌ଟି ପରିଷଦର ଆଗାମୀ ବୈଠକରେ ଏହା ଉପରେ ଆଲୋଚନା ପାଇଁ କୁହାଯାଇଛି। 

Sex Racket Busted: ଲାଗିଥିଲା ଅବସରପ୍ରାପ୍ତ ପୁଲିସ ଇନ୍‌ସପେକ୍ଟର ନାମଫଳକ, ଚାଲିଥିଲା ଦେହ ବ୍ୟବସାୟ

ସ୍ମାର୍ଟଫୋନ୍‌ ମୂଲ୍ୟ ବୃଦ୍ଧିର ଏକ ବଡ଼ କାରଣ ଭାବେ ମେମୋରି ଚିପ୍‌ରେ ହୋଇଥିବା ଅତ୍ୟଧିକ ବୃଦ୍ଧିକୁ ଦାୟୀ କରାଯାଉଛି। ଆଇସିଇଏ ମୁତାବକ ୨୦୨୫ ସେପ୍ଟେମ୍ବର ପରେ ମୋବାଇଲ ଫୋନ୍‌ରେ ବ୍ୟବହାର ହେଉଥିବା ଡିଆର୍‌ଏଏମ୍‌ ଏବଂ ଏନ୍‌ଏଏନ୍‌ଡି ଫ୍ଲାସ ମେମୋରିର ମୂଲ୍ୟ ପାଖାପାଖି ୪ ଗୁଣା ବଢ଼ିଯାଇଛି। ବିଶ୍ବରେ ଏଆଇ ଡାଟା ସେଣ୍ଟର ପାଇଁ ମେମୋରି ଚିପ୍‌ର ଚାହିଦା ବଢ଼ିଛି। ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଆଇସିଇଏର କହିବାନୁଯାୟୀ, ଗତ ବର୍ଷକ ମଧ୍ୟରେ ଏଣ୍ଟ୍ରି ଲେଭେଲ୍‌ ସ୍ମାର୍ଟଫୋନର ମୂଲ୍ୟ ପ୍ରାୟ ୩୫ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। ଆଇସିଇଏର କହିବା କଥା କମ୍ପାନିଗୁଡ଼ିକ ମେମୋରିର ବର୍ଦ୍ଧିତ ମୂଲ୍ୟ ବାବଦ ପୂରା ବୋଝ ନିଜେ ଉଠାଇ ପାରିବେ ନାହିଁ। ତେଣୁ କିଛି ବୋଝ ଗ୍ରାହକଙ୍କ ଉପରେ ମଧ୍ୟ ପକାଯାଉଛି। ଯଦି ସ୍ମାର୍ଟଫୋନ ଉପରେ ଜିଏସ୍‌ଟି ୧୮ରୁ ୫ ପ୍ରତିଶତକୁ ହ୍ରାସ କରାଯାଏ ତାହେଲେ ଏହା ଶସ୍ତା ହେବ ଏବଂ ଗ୍ରାହକମାନେ ନୂଆ ସ୍ମାର୍ଟଫୋନ ସୁଲଭ ମୂଲ୍ୟରେ କିଣିପାରିବେ। ୨୦୧୭ରେ ଜିଏସ୍‌ଟି ଲାଗୁ ହେବା ସମୟରେ ମୋବାଇଲ ଫୋନ୍‌ ଉପରେ ୧୨ ପ୍ରତିଶତ ଜିଏସ୍‌ଟି ଲଗାଯାଇଥିଲା। କିନ୍ତୁ ୨୦୨୦ ଏପ୍ରିଲରେ ଏହାକୁ ୧୮ ପ୍ରତିଶତକୁ ବଢ଼ାଯାଇଥିଲା। ଏହାକୁ ୫ ପ୍ରତିଶତକୁ ହ୍ରାସ କରିବା ଲାଗି ଆଇସିଇଏ ଦାବି କରୁଛି।

AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍‌ ଗେଟ୍ସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.