ARTICLE AD BOX
ଛତ୍ରପୁର: ଗଞ୍ଜାମ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ତଥା ଯୁବ ଆଇଏଏସ୍ ଅଫିସର ସମୀର ଜେନାଙ୍କୁ ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ବହୁତ ଆଗକୁ ଯାଇଛି। ଆଜି ପୂରା ଘଟଣାର ମୂକସାକ୍ଷୀ ଆସିକା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ରଙ୍କୁ ବଦଳି କରାଯାଇଛି। ତାଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଫେରାଇ ନିଆଯାଇଥିବା ସହ ତୁରନ୍ତ ଆସିକା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ICICI Life Insurance: ଆଇସିଆଇସିଆଇ ଲାଇଫ୍ ଇନ୍ସ୍ୟୁରାନ୍ସର ନୂଆ ପେନ୍ସନ୍ ପ୍ଲାନ୍
ଗତକାଲି ସନ୍ଧ୍ୟାରେ ଶ୍ରୀ ମହାପାତ୍ରଙ୍କ ସରକାରୀ ଚାମ୍ବରରେ ସିଡିଓ ଶ୍ରୀ ଜେନା ବସିଥିଲେ। ହଠାତ୍ ବିଧାୟକ ସରୋଜ ପାଢ଼ୀ ସେହି ଚାମ୍ବରରେ ପଶିଥିଲେ। ପୌର ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଆଇଏଏସ୍ ଶ୍ରୀ ଜେନାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଧମକଚମକ ଦେଇଥିବା କୁହାଯାଉଛି। ହେଲେ ଶ୍ରୀ ମହାପାତ୍ର ଏସବୁ ଦେଖୁଥିଲେ ବି ପ୍ରତିବାଦ କରି ନଥିଲେ। ନିଜ ଚାମ୍ବରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ବିଧାୟକ ଦୁର୍ବ୍ୟବହାର କରିବା ନେଇ ସେ ଥାନାରେ ବି ଜଣାଇଲେନି। ଶ୍ରୀ ଜେନା ଅପମାନିତ ହୋଇ ଆସିକା ଛାଡ଼ି ଛତ୍ରପୁର ମୁଖ୍ୟାଳୟ ଫେରି ଆସିଥିଲେ।
ପୌର ନିର୍ବାହୀ ଅଧିକାରୀଙ୍କୁ ଆସିକା ଛାଡ଼ିବାକୁ ନିର୍ଦ୍ଦେଶ
ଅନ୍ୟପଟେ, ଗତକାଲି ବିଳମ୍ବିତ ରାତି ଯାଏଁ ଜିଲ୍ଲାର ୨ ଆଇଏଏସ୍ ଓ ଉପଜିଲ୍ଲାପାଳ ସିଡିଓ ଶ୍ରୀ ଜେନାଙ୍କ ଘରେ ଏକାଠି ହୋଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିଲା। ଏଥିସହ କିଛି ଓଏଏସ୍ ଅଧିକାରୀ ତଥା ବିଡିଓ ଏକାଠି ହୋଇଥିଲେ। ଶାସକ ଦଳ ବିଧାୟକଙ୍କ ବ୍ୟବହାରରେ ଅତିଷ୍ଠ ହେଉଥିବା ନେଇ ଆଲୋଚନା ହୋଇଥିଲା। ସିଡିଓଙ୍କୁ ଦୁର୍ବ୍ୟବହାର ହୋଇଥିବାରୁ ଜିଲ୍ଲା ସାରା କାର୍ଯ୍ୟ ବନ୍ଦ ଲାଗି ବି ପ୍ରସ୍ତାବ ଆସିଥିଲା। ତେବେ ବିପର୍ଯ୍ୟୟ ମୁକାବିଲା ବେଳେ ଏପରି ନିଷ୍ପତ୍ତି ଉଚିତ ହେବନାହିଁ ବୋଲି ବରିଷ୍ଠ ଅଧିକାରୀମାନେ ମତ ଦେଇଥିଲେ। ତଥାପି ଏନେଇ ଆଇଏଏସ୍, ଓଏଏସ୍ ସଂଘକୁ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି। ଆଜି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ରଙ୍କ ବିରୋଧରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହାପରେ ଆସିକାର ଆଉ ଜଣେ ଅଧିକାରୀଙ୍କ ପାଳି ପଡ଼ିବା ନେଇ ଚର୍ଚ୍ଚା ହେଉଛି।
Horoscope 2026 November 05: ଜାଣନ୍ତୁ ଆଜିର ରାଶିଫଳ...
ଅନ୍ୟପକ୍ଷରେ, ପୌର ନିର୍ବାହୀ ଅଧିକାରୀ ପଦବି ଖାଲି ନ ରଖିବା ପାଇଁ ଜିଲ୍ଲାର ଅନ୍ୟ ଜଣେ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

8 minutes ago
1


