ARTICLE AD BOX
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ଡାକ୍ତରୀ ଛାତ୍ର ଦୁଇ ଦିନ ହେଲା ନିଖୋଜ ଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଛାତ୍ର ସାଗର ସାହୁ ବୋଲି ଜଣାପଡ଼ିଛି।
Family Dispute Turns Fatal: Wife Dies, Husband Critical After Burn Injuries Photograph: (sambad.in)ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏମ୍କେସିଜି)ର ଜଣେ ଡାକ୍ତରୀ ଛାତ୍ର ଦୁଇ ଦିନ ହେଲା ନିଖୋଜ ଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଛାତ୍ର ସାଗର ସାହୁ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ ସାଗର ସାହୁ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର। ସେ ଗତମାସ ୩୧ ତାରିଖ ଠାରୁ ନିଖୋଜ ଅଛନ୍ତି। ତାଙ୍କର ମୋବାଇଲ ଫୋନ୍ ବ୍ରହ୍ମପୁର ରେଲୱେ ଷ୍ଟେସନ ନିକଟରୁ ମିଳିଛି। ଏମ୍କେସିଜି ୨୦୨୫-୨୬ ଛାତ୍ର ସଂଗଠନ ସୂଚନା ଜାରି କରିଛି। ତେବେ କେଉଁ ପରିସ୍ଥିତିରେ ସାଗର ସାହୁ ନିଖୋଜ ହେଲେ ସେନେଇ ବିସ୍ତୃତ ବିବରଣୀକୁ ଅପେକ୍ଷା କରାଯାଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
6


