Minor Rape and Trafficking Case ନାବାଳିକାଙ୍କୁ ଦୁଷ୍କର୍ମ ଓ ମଥୁରା ଚାଲାଣ ମାମଲା: ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ

2 weeks ago 9
ARTICLE AD BOX

ସୁନ୍ଦରଗଡ଼:  ଲେଫ୍ରିପଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ବିକ୍ରି ଉଦ୍ଦେଶ୍ଯରେ ଉତ୍‌ତର ପ୍ରଦେଶର ମଥୁରା ଚାଲାଣ କରାଯାଇଥିଲା। ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ ଅଦାଲତ  ଆଜି ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ମାମଲାର ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ୨୦ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ୩ ବର୍ଷ କାରାଦଣ୍ଡ ଏବଂ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। 

Rape Alligation: ସମ୍ପର୍କରେ କଳଙ୍କ: ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ!

ସମସ୍ତ ସାକ୍ଷ୍ଯ ପ୍ରମାଣ ଓ ପୁଲିସ ରିପୋର୍ଟ ଆଧାରରେ ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଅଦାଲତ ଦଣ୍ଡାଦେଶ ଶୁଣାଇଛନ୍ତି। ସେଥିମଧ୍ଯରୁ ସଦରଥାନା ଅଞ୍ଚଳର ମଧୁକର ତାଣ୍ଡିଆ ଓରଫ୍ ମିଟୁ ଓ ହେମନ୍ତ ମାଝୀ ଓରଫ ଖଇରୁକୁ ୨୦ ବର୍ଷ କାରାଦଣ୍ଡ ଓ ୨୦ ହଜାର ଟଙ୍କା.ଲେଖାଏଁ ଜରିମାନା କରିଥିବାବେଳେ ଅନ୍ଯ ୨ ଅଭିଯୁକ୍ତ ଶୁଭମ ଧରୁଆ ଓ ସନାତନ କିସାନ ଓରଫ ମନକୁ ୩ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି। 

Jharkhand crime: ତିନି ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ପଞ୍ଚାୟତର ଲଜ୍ଜାଜନକ ଫଇସଲା: ଅଭିଯୁକ୍ତଙ୍କୁ ୧ ଲକ୍ଷ ଜରିମାନା,୨୦ ହଜାର ଟଙ୍କାରେ ଚିକେନ-ମଦ ପାର୍ଟି

୨୦୨୩ ମସିହାରେ ଏମାନେ ଜଣେ ୧୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ନିଯୁକ୍ତି ଲୋଭ ଦେଇ ମଥୁରାକୁ ଚାଲାଣ କରିଥିଲେ। ପରବର୍ତ୍ତୀ ସମୟରେ ନାବାଳିକା ଉଦ୍ଧାର ହୋଇଥିଲେ। ପରିବାରର ଏତଲାକ୍ରମେ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। 
ମାମଲାକୁ ସରକାରୀ ଓକିଲ ପ୍ରଭାତ କୁମାର ନନ୍ଦ ପରିଚାଳନା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.