ARTICLE AD BOX
ସୁନ୍ଦରଗଡ଼: ଲେଫ୍ରିପଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ବିକ୍ରି ଉଦ୍ଦେଶ୍ଯରେ ଉତ୍ତର ପ୍ରଦେଶର ମଥୁରା ଚାଲାଣ କରାଯାଇଥିଲା। ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ ଅଦାଲତ ଆଜି ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ମାମଲାର ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ୨୦ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ୩ ବର୍ଷ କାରାଦଣ୍ଡ ଏବଂ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।
Rape Alligation: ସମ୍ପର୍କରେ କଳଙ୍କ: ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ!
ସମସ୍ତ ସାକ୍ଷ୍ଯ ପ୍ରମାଣ ଓ ପୁଲିସ ରିପୋର୍ଟ ଆଧାରରେ ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଅଦାଲତ ଦଣ୍ଡାଦେଶ ଶୁଣାଇଛନ୍ତି। ସେଥିମଧ୍ଯରୁ ସଦରଥାନା ଅଞ୍ଚଳର ମଧୁକର ତାଣ୍ଡିଆ ଓରଫ୍ ମିଟୁ ଓ ହେମନ୍ତ ମାଝୀ ଓରଫ ଖଇରୁକୁ ୨୦ ବର୍ଷ କାରାଦଣ୍ଡ ଓ ୨୦ ହଜାର ଟଙ୍କା.ଲେଖାଏଁ ଜରିମାନା କରିଥିବାବେଳେ ଅନ୍ଯ ୨ ଅଭିଯୁକ୍ତ ଶୁଭମ ଧରୁଆ ଓ ସନାତନ କିସାନ ଓରଫ ମନକୁ ୩ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି।
୨୦୨୩ ମସିହାରେ ଏମାନେ ଜଣେ ୧୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ନିଯୁକ୍ତି ଲୋଭ ଦେଇ ମଥୁରାକୁ ଚାଲାଣ କରିଥିଲେ। ପରବର୍ତ୍ତୀ ସମୟରେ ନାବାଳିକା ଉଦ୍ଧାର ହୋଇଥିଲେ। ପରିବାରର ଏତଲାକ୍ରମେ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।
ମାମଲାକୁ ସରକାରୀ ଓକିଲ ପ୍ରଭାତ କୁମାର ନନ୍ଦ ପରିଚାଳନା କରିଥିଲେ।

2 weeks ago
10


