ARTICLE AD BOX
ଭୁବନେଶ୍ବର: କଥାରେ ଅଛି, ମା’ ନଥିଲେ ମାଉସୀ ଅଛି। ମାତ୍ର ମାଉସୀ ଯେ ଝିଆରୀକୁ ଖୋଦ ନିଜ ସ୍ବାମୀ ଦ୍ବାରା ଯୌନ ଶୋଷଣର ଶିକାର କରିବ ଏବଂ ରାଜ୍ୟ ବାହାରେ ବିକିଦେବାକୁ ମସୁଧା କରିବ, ଏଭଳି ଭୟଙ୍କର କଥା କେହି କ’ଣ ଚିନ୍ତା କରିପାରିବ! କିନ୍ତୁ ଏଭଳି ଘଟଣାକୁ ନେଇ ପୁଲିସରେ ଅଭିଯୋଗ ହୋଇଛି ଏବଂ ଆଜି ନୂଆପଲ୍ଲୀ ଥାନା ଏହି ସଂଗିନ ମାମଲାର ଅଭିଯୁକ୍ତ ମାଉସୀ ଓ ମଉସା ଦମ୍ପତିଙ୍କୁ ବାନ୍ଧି ଜେଲ୍କୁ ପଠାଇଛି। ଅଭିଯୁକ୍ତ ଦମ୍ପତି ହେଲେ ନୂଆପଲ୍ଲୀ ଅଞ୍ଚଳରେ ରହୁଥିବା କନ୍ଧମାଳ ରାଇକିଆ ଅଞ୍ଚଳର ଜୟକୃଷ୍ଣ ବେହେରା ଓ ତାଙ୍କ ପତ୍ନୀ ଫୁଲନନ୍ଦିନୀ ନାୟକ। ବଡ଼ କଥା ହେଉଛି ଏହି ଦମ୍ପତି ସରକାରୀ ଚାକିରିଆ। ଜୟକୃଷ୍ଣ ଜଳସମ୍ପଦ ବିଭାଗ ଓ ଫୁଲନନ୍ଦିନୀ ସ୍ବାସ୍ଥ୍ୟ ବିଭାଗରେ ଚାକିରି କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୀଡ଼ିତାଙ୍କୁ କିଣିବା ପାଇଁ କଦର୍ଯ୍ୟ ଦମ୍ପତିଙ୍କୁ ଟଙ୍କା ଦେଇଥିବା ରାଜସ୍ଥାନୀ ଯୁବକ ମହେନ୍ଦ୍ର କୁମାର ଫେରାର ହୋଇଯାଇଛି। ତାକୁ ଗିରଫ କରିବାକୁ ପୁଲିସ ଟିମ୍ ଅପରେସନ୍ ଚଳାଇଛି। ଘଟଣାଟି ଆଜି ରାଜଧାନୀରେ ଗଭୀର ଆଲୋଡନ ସୃଷ୍ଟି କରିଛି।
Annual Day: ଶ୍ରୀ ଧୁତପାପେଶ୍ବରର ପ୍ରତିଷ୍ଠା ଦିବସ
ଘଟଣାଟି ଥିଲା ଏମିତି। ଗରିବ ଭଉଣୀର ନାବାଳିକା ଝିଅକୁ କଲେଜରେ ପାଠ ପଢ଼ାଇବା ବାହାନାରେ ଆଣି ଏହି ଦମ୍ପତି ଭୁବନେଶ୍ବରରେ ନିଜ ପାଖରେ ରଖିଥିଲେ। ମାଉସୀ ଘରେ ରାଜଧାନୀରେ ରହି କଲେଜରେ ପଢ଼ିବ ଓ ମଣିଷ ହେବାର ସ୍ବପ୍ନ ନେଇ ନାବାଳିକାଟି ବହୁ ଖୁସିରେ ଘର ଛାଡ଼ିଥିଲେ। କିନ୍ତୁ ମଉସା ମାଉସୀଙ୍କ ଭିତରେ ଛପି ରହିଥିବା କୁତ୍ସିତ ମନ୍ଦ ଉଦ୍ଦେଶ୍ୟ ଥିଲା ବୋଲି ବିଚାରୀ ବୁଝିପାରିନଥିଲେ। ମଉସା ମାଉସୀ କଲେଜ ପଢ଼ା ଖର୍ଚ୍ଚ ସବୁ ବହନ କରୁଥିବାରୁ ନାବାଳିକାଟି ସେମାନଙ୍କ ପ୍ରତି ବେଶ୍ କୃତଜ୍ଞ ଥିଲେ। ଏହି ମଉକାର ଫାଇଦା ନେଇଥିଲେ ଯୌନପିପାସୁ ମଉସା ଜୟକୃଷ୍ଣ। ବିଭିନ୍ନ ବାହାନାରେ ସେ ନାବାଳିକାଙ୍କ ନିକଟତର ହେଉଥିଲେ ଏବଂ ସୁଯୋଗ ଉଣ୍ଡି ଦୁଷ୍କର୍ମ କଲେ। ପୀଡ଼ିତା ଏନେଇ ମାଉସୀଙ୍କୁ ଜଣାଇବା ପରେ ସେ ତାଙ୍କୁ ଚୁପ୍ ରହିବାକୁ କହିଥିଲା। କେବଳ ସେତିକି ନୁହେଁ, ମଉସାଙ୍କ ମନ ବୁଝିବାକୁ ପାଲଟା ପ୍ରବର୍ତ୍ତାଉଥିଲେ ଏବଂ ପୀଡ଼ିତାଙ୍କୁ ତାଙ୍କ ସ୍ବାମୀ ସହ ମିଶିବାକୁ ସୁଯୋଗ ସୃଷ୍ଟି କରୁଥିଲେ। ଏହା ଭିତରେ ଜୟକୃଷ୍ଣ, ପୀଡ଼ିତାଙ୍କ ଅଶ୍ଳୀଳ ଭିଡିଓ କରିସାରିଥିଲେ ଏବଂ ଘଟଣା ପ୍ରଘଟ କଲେ, ଭିଡିଓ ଭାଇରାଲ୍ କରିବେ ବୋଲି ଧମକ ଦେଉଥିଲେ। ଅସହ୍ୟ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିବା ନାବାଳିକାଙ୍କ କଷ୍ଟ ବେଶି ବଢ଼ିଗଲା ଯେତେବେଳେ ମଉସା ମାଉସୀ ତାଙ୍କୁ ରାଜସ୍ଥାନରେ ବିକିଦେବାକୁ ଯୋଜନା କଲେ। ସେମାନେ ଫେରାର ଅଭିଯୁକ୍ତ ମହେନ୍ଦ୍ର କୁମାରକୁ ଘରକୁ ଡାକି ନାବାଳିକାଙ୍କ ସହ ମିଶିବାକୁ ବାଧ୍ୟକଲେ। ଅତିଷ୍ଠ ହୋଇ ନାବାଳିକା ଏକଦା ଲୁଚିକି ଭୁବନେଶ୍ବରରୁ ଘରକୁ ପଳାଇଗଲେ। ପୀଡ଼ିତାଙ୍କୁ ବିକିବା ମସୁଧା ଫେଲ୍ ମାରିବା ପରେ ମଉସା ମାଉସୀ ତାଙ୍କୁ ବ୍ଲାକ୍ମେଲିଂ କରିବା ଆରମ୍ଭ କରିଦେଲେ। ତଥାପି ସଫଳ ନ ହେବାରୁ ରାଗରେ ନାବାଳିକାଙ୍କ ଭିଡିଓ ଭାଇରାଲ୍ କରିଦେଲେ। ଏନେଇ ପୀଡ଼ିତା ଗତକାଲି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।
Special Project: ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ

3 weeks ago
11


