ARTICLE AD BOX
ମ. ରାମପୁର (ନିରଞ୍ଜନ ମହାରଣା): ମଦନପୁର ରାମପୁର ଅଞ୍ଚଳରେ ପୁଣି ଏକ ଲଜ୍ଜାକର ଘଟଣା ମାନବିକତାକୁ କ୍ଷତବିକ୍ଷତ କରି ଦେଇଛି। ନିଜର ନାବାଳିକା ଝିଆରିଙ୍କୁ ଗର୍ଭବତୀ କରି କକା ଗିରଫ ହୋଇଛନ୍ତି।
POCSO Court ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ମାମଲାରୁ ପ୍ରକାଶ, ମ.ରାମପୁରର ପୀଡ଼ିତା ଜଣକ ୬ ମାସ ପୂର୍ବେ, ଗ୍ରୀଷ୍ମଋତୁରେ ଉତ୍ତେଇ ନଦୀକୂଳରେ ଥବା ନିଜ ଆମ୍ବବଗିଚାକୁ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଜଗିବାକୁ ଯାଆନ୍ତି। ସମୟ ସମୟରେ ନିଜର କକାମାନଙ୍କ ସହ ମଧ୍ୟ ଯାଇଥାନ୍ତି। ଏକଦା, ନିଜର କକା ତହସିଲ ରଣା (୫୭)ଙ୍କ ସହ ସେ ଯାଇଥିଲେ। ଆମ୍ବ ବଗିଚାରେ ନିଜ ଝିଆରିଙ୍କୁ ଏକୁଟିଆ ପାଇ ତହସିଲଙ୍କ ପାଶବିକତା ଜାଗ୍ରତ ହୋଇଥିଲା। ବଳପୂର୍ବକ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ପରେ ଡରାଇ ଓ ପ୍ରଲୋଭନ ଦେଖାଇ ପରେ ପରେ ତିନିତିନି ଥର ଶାରୀରିକ ସମ୍ପର୍କ ରଖିଥିଲେ। ବର୍ତ୍ତମାନ ଉକ୍ତ ନାବାଳିକା ଜଣକ ଗର୍ଭବତୀ ହୋଇଛନ୍ତି।
Minor sexual abuse: ନାବାଳିକାଙ୍କୁ ବର୍ଷ ବର୍ଷ ଧରି ଯୌନ ନିର୍ଯାତନା: ୭ ଅଭିଯୁକ୍ତଙ୍କ ମଧ୍ୟରେ ବାପା
ଏ ଖବର ଜଣ ପଡ଼ିବାପରେ ବାପା ମା’ ପୀଡ଼ିତାଙ୍କୁ ଏହାର ସତ୍ୟତା ଉପରେ ପଚାରିବାରୁ ନାବାଳିକା ସବୁ କଥା କହିଥିଲା। ତେଣୁ ତାଙ୍କ ବାପା ଗତ ଦୁଇଦିନ ପୂର୍ବେ ଆସି ମ.ରାମପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ବିଏନ୍ଏସ୍ ଓ ପୋକ୍ସୋ ଆଇନରେ ଦଫାରେ ନଂ ୧୯୬/୨୦୨୬ରେ ଏକ ମାମଲା ରୁଜୁ କରି ତହସିଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ସଂଯୁକ୍ତା ପ୍ରଧାନ ସୂଚନା ଦେଇଛନ୍ତି।

1 hour ago
2


