Ministers and MLAs: ମନ୍ତ୍ରୀ, ବିଧାୟକଙ୍କୁ ଗାଁ ଗାଁରେ ବିରୋଧ: ପୂର୍ଣ୍ଣଙ୍କୁ ଗାମୁଛା ପକେଇ ଘୋଷାରି ନେଲେ

1 day ago 2
ARTICLE AD BOX

ବ୍ରହ୍ମପୁର/ପୁରୁଷୋତ୍ତମପୁର: ସରକାରକୁ ଅଢ଼େଇ ବର୍ଷ। ହେଲେ ମନ୍ତ୍ରୀ, ବିଧାୟକଙ୍କୁ ଗାଁ ଗାଁରେ ବିରୋଧ। ଗଞ୍ଜାମଜିଲ୍ଲା ବନ୍ୟା ଘେରରେ ଥିଲା ବେଳେ ନେତାଙ୍କୁ ଶୁଣିବାକୁ ପଡ଼ୁଛି ହାଏ ହାଏ। ଗତକାଲିଠାରୁ ଆଜି ଭିତରେ ୨ ମନ୍ତ୍ରୀ ଓ ୩ ବିଧାୟକ ବିରୋଧର ସାମନା କଲେଣି। ସ୍ଥିତି ଏମିତି ଯେ ଖଲ୍ଲିକୋଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ସଭାପତି ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଲୋକେ ଗାମୁଛା ପକାଇ ଘୋଷାରି ନେଇଛନ୍ତି। ସେ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଥାନାରେ ଏତଲା ଦେଇଛନ୍ତି।

Advance Tax : ଓଡ଼ିଶାକୁ ମିଳିଲା ୪,୮୧୯ କୋଟି ଟଙ୍କା, ରାଜ୍ୟଗୁଡ଼ିକୁ ଆଗୁଆ ଟିକସ ଅର୍ଥ ଦେଲେ କେନ୍ଦ୍ର

ଗତକାଲିଠାରୁ ଏହି ବିରୋଧ ଧାରା ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ବିଜେପି କାର୍ଯ୍ୟାଳୟ ସାମନାରେ ମନ୍ତ୍ରୀ ବିଭୂତି ଜେନାଙ୍କୁ ବିରୋଧ ହେଲା। ଲୋକେ ରାସ୍ତା ମରାମତି, ନେଟ୍‌ୱର୍କ ସମସ୍ୟା ନେଇ ମନ୍ତ୍ରୀଙ୍କୁ ଘେରିଥିଲେ। 
ମନ୍ତ୍ରୀ ଶ୍ରୀ ଜେନାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ସେଠାରେ ଉତ୍ତେଜନା ତେଜିଥିଲା। ବିରୋଧ ପରେ ଜିଲ୍ଲାପାଳଙ୍କୁ ଫୋନ୍‌ କରିଥିଲେ। ଲୋକଙ୍କୁ ଶାନ୍ତ କରିବାରେ ବିଫଳ ହେବାରୁ ବିଭୂତି ସେ ଜାଗା ଛାଡ଼ିଥିଲେ। ଆଜି ଅପରାହ୍‌ଣରେ ଖଲ୍ଲିକୋଟ ବିଧାୟକ ଶ୍ରୀ ସେଠୀ ପୁରୁଷୋତ୍ତମପୁର ଗସ୍ତରେ ଥିଲେ। କୁମାରୀ ଗ୍ରାମରେ ସେ ଗାଡ଼ିରୁ ଓହ୍ଲାଇବା ପରେ ଲୋକେ ଘେରି ଯାଇଥିଲେ। ରିଲିଫ୍‌ ଓ ଅନ୍ୟ ସହାୟତା ପହଞ୍ଚୁନଥିବା ସେମାନେ ଅଭିଯୋଗ କରିଥିଲେ। ଏପରିକି ବିଦ୍ୟୁତ୍‌ ସେବା ଠପ୍‌ ଓ ପିଇବା ପାଣି ମିଳୁ ନଥିବାରୁ ହୋହଲ୍ଲା କରିବା ସହ ବିଧାୟକଙ୍କୁ ପ୍ରଶ୍ନବାଣରେ ପୋତି ପକାଇଥିଲେ। ହଠାତ୍‌ ଭିଡ଼ ଭିତରୁ ଜଣେ ବାହାରି ବିଧାୟକଙ୍କ ବେକରେ ଗାମୁଛା ପକାଇ ଘୋଷାରି ନେଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ବି ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ସୂଚନାଥାଉକି, ଗତକାଲି କୁମାରୀ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ରିଲିଫ୍ ସାମଗ୍ରୀ ପାଇବା ଆଶା ନେଇ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଆଜି ସକାଳେ ଗ୍ରାମର ଶତାଧିକ ବିପନ୍ନ ପୁରୁଷୋତ୍ତମପୁର-ହୁମ୍ମା ରାଜରାସ୍ତାକୁ ଅବରୋଧ କରି ଅନଶନରେ ବସିଥିଲେ। ପୁରୁଷୋତ୍ତମପୁର ଥାନାଧିକାରୀ କୁଳମଣି ସେଠୀ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। 

ପୂର୍ଣ୍ଣଙ୍କୁ ଗାମୁଛା ପକେଇ ଘୋଷାରି ନେଲେ
ଅପଦସ୍ଥ ହେଲେ ମନ୍ତ୍ରୀ ବିଭୂତି, ଗୋକୁଳାନନ୍ଦ
ଆସିକା ବିଧାୟକଙ୍କୁ ଅଧାରୁ ଫେରାଇଦେଲେ

ସେପଟେ ସୋରଡ଼ା ବ୍ଲକ୍‌ ନୂଆଗଡ଼ ଗ୍ରାମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ‌ଗୋକୁଳାନନ୍ଦ ମଲ୍ଲିକଙ୍କୁ ବିରୋଧର ସାମନା କରିବାକୁ ପଡ଼ିଛି। ବିପନ୍ନଙ୍କୁ ରିଲିଫ୍‌ ଓ ସରକାରୀ ସହାୟତା ମିଳିନଥିବା ଅଭିଯୋଗ ହୋଇଥିଲା। ସ୍ଥିତି ଦେଖି ତୁରନ୍ତ ବିଡିଓଙ୍କୁ ଡକାଇ ରନ୍ଧାଖାଦ୍ୟ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତଥାପି ଲୋକେ ଶାନ୍ତ ପଡ଼ିନଥିଲେ। ଓଲଟା ଗାଳିଗୁଲଜ କରିଥିଲେ। ଫଳରେ ଅପଦସ୍ଥ ହୋଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ସେଠାରୁ ଫେରି ଯାଇଥିଲେ। ସେହିପରି ଆସିକା ବିଧାୟକ ସରୋଜ ପାଢ଼ୀଙ୍କୁ ଭୀଷଣ ବିରୋଧ ପରେ ସେ ଗାଡ଼ି ବୁଲାଇ ପଳାଇଥିଲେ। 

Tata Group developments: ଟାଟା ସନ୍ସର ସମସ୍ତ ଘଟଣା ଉପରେ ନଜର ରଖିଛି ସେବି

ଅନ୍ୟପଟେ ଗଞ୍ଜାମ ଗସ୍ତରେ ଥିବା ବିଜେଡି ପ୍ରତିନିଧିଦଳ ଆଜି ପୁଣି ସରକାରଙ୍କ ଉପରେ ବର୍ଷିଛନ୍ତି। ସରକାର ବନ୍ୟା ପରିଚାଳନାରେ ବିଫଳ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍‌ ଚିକିଟି, ପାତ୍ରପୁର, ସାନଖେମୁଣ୍ଡି, ହିଞ୍ଜିଳିକାଟୁ, ଶେରଗଡ଼, ଆସିକା, ପୁରୁଷୋତ୍ତମପୁର ଆଦି ବ୍ଲକ୍‌ ଗସ୍ତ କରିଥିଲେ। ପରେ ଜିଲ୍ଲାପାଳଙ୍କୁ ଭେଟି ବନ୍ୟା ପରିଚାଳନା, ରିଲିଫ୍‌ ଯୋଗାଣ ଓ ଅନ୍ୟ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। କ୍ଷୟକ୍ଷତି ଆକଳନ କିମ୍ବା ରିଲିଫ୍‌ ସହାୟତାରେ ପକ୍ଷପାତିତା ନ କରିବାକୁ ପରାମର୍ଶ ଦେବା ସହିତ ଲୋକଙ୍କ ସହ ରହିବାକୁ କହିଥିଲେ। ଏହି ଟିମ୍‌‌ରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଟୁକୁନି ସାହୁ, ଚନ୍ଦ୍ରଶେଖର ସାହୁ, ଭୃଗୁ ବକ୍ସିପାତ୍ର, ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡା, ଚିନ୍ମୟ ସାହୁ ପ୍ରମୁଖ ସାମିଲ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.