ARTICLE AD BOX
ୱାଶିଂଟନ୍: ଆମେରିକା ରାଜନୀତିରେ ସୃଷ୍ଟି ହୋଇଛି ଏକ ନୂତନ ଇତିହାସ। ଆମେରିକା ମିଡଟର୍ମ ନିର୍ବାଚନରେ ମିଚିଗାନ୍ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସିନେଟ୍ ଆସନରୁ ବିଜୟୀ ହୋଇ ଡେମୋକ୍ରାଟିକ୍ ନେତା ଅବଦୁଲ୍ ଏଲ୍-ସାୟେଦ ପ୍ରଥମ ମୁସଲିମ୍ ଆମେରିକୀୟ ଭାବେ ଆମେରିକା ସିନେଟକୁ ନିର୍ବାଚିତ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥିତ ରିପବ୍ଲିକାନ୍ ପ୍ରାର୍ଥୀ ମାଇକ୍ ରୋଜର୍ସଙ୍କୁ କଡ଼ା ମୁକାବିଲାରେ ପରାସ୍ତ କରିଛନ୍ତି। ଅବସର ନେଉଥିବା ଡେମୋକ୍ରାଟିକ୍ ସିନେଟର ଗ୍ୟାରୀ ପିଟର୍ସଙ୍କ ସ୍ଥାନ ସେ ଗ୍ରହଣ କରିବେ।
ଆର୍ଥିକ ଅସମାନତା ଦୂରୀକରଣ
ମିଚିଗାନର ଡେଟ୍ରୋଏଟରେ ଜନ୍ମିତ ଅବଦୁଲ୍ ଏଲ୍-ସାୟେଦ ପେଶାରେ ଜଣେ ଚିକିତ୍ସକ, ଏପିଡେମିଓଲୋଜିଷ୍ଟ (ମହାମାରୀ ବିଶେଷଜ୍ଞ) ଏବଂ ଜନସ୍ୱାସ୍ଥ୍ୟ ପ୍ରଶାସକ। ସେ ଅକ୍ସଫୋର୍ଡ ୟୁନିଭରସିଟିରୁ ପବ୍ଲିକ୍ ହେଲ୍ଥରେ ପିଏଚଡି ଏବଂ କଲମ୍ବିଆ ୟୁନିଭରସିଟିରୁ ଚିକିତ୍ସା ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ସେ ଡେଟ୍ରୋଏଟ୍ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ୱେନ୍ କାଉଣ୍ଟିର ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରମାଣିତ କରିଥିଲେ। ସ୍ୱାସ୍ଥ୍ୟସେବାର ସୁଲଭତା, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ଏବଂ ଆର୍ଥିକ ଅସମାନତା ଦୂରୀକରଣକୁ ସେ ନିଜ ନିର୍ବାଚନୀ ପ୍ରଚାରର ମୁଖ୍ୟ ମୁଦ୍ଦା କରିଥିଲେ।
Elections: ଆମେରିକାବାସୀ ଯୁଦ୍ଧ ବିରୋଧରେ ଭୋଟ୍ ଦେଇଛନ୍ତି: ମହମ୍ମଦ ବାଘେର ଗାଲିବାଫ୍
ଏହି ନିର୍ବାଚନ ପ୍ରଚାର ସମୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର କଟାକ୍ଷ ଏବଂ ମୁସଲିମ୍ ପରିଚୟକୁ ନେଇ କରାଯାଇଥିବା ଆକ୍ରମଣର ସେ ଅତ୍ୟନ୍ତ କଡ଼ା ଜବାବ ଦେଇଥିଲେ। ଟ୍ରମ୍ପଙ୍କ ବାରମ୍ବାର ''ମହମ୍ମଦ'' ନାମ ବ୍ୟବହାର ଉପରେ ସାୟେଦ କହିଥିଲେ, ସେ ମୋ ନାମକୁ କିପରି ଉଚ୍ଚାରଣ କରୁଛନ୍ତି ସେଥିରେ ମୋର କିଛି ଯାଏଆସେ ନାହିଁ, କାରଣ ନଭେମ୍ବର ପରେ ସେ ମୋତେ ''ସିନେଟର'' ବୋଲି ଡାକିବାକୁ ବାଧ୍ୟ ହେବେ। ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଏବଂ କମଲା ହାରିସଙ୍କ ସମର୍ଥନ ଲାଭ କରିଥିବା ସାୟେଦଙ୍କ ଏହି ବିଜୟ ଆମେରିକା କଂଗ୍ରେସରେ ମୁସଲିମ୍ ପ୍ରତିନିଧିତ୍ୱ ପାଇଁ ଏକ ସୁବର୍ଣ୍ଣ ଯୁଗର ଆରମ୍ଭ କରିଛି।

1 hour ago
1

