Mens Hockey: ପୁରୁଷ ହକି ଦଳ ବି ଜିତିଲେ

19 minutes ago 1
ARTICLE AD BOX

ମହିଳା ଦଳ ଭଳି ପୁରୁଷ ହକି ଦଳ ବି ବିଜୟରୁ ଏସୀୟ କ୍ରୀଡ଼ା ଅଭିଯାନ ଆରମ୍ଭ କରିଛି। ରବିବାର ପ୍ରଥମ ଗ୍ରୁପ୍‌ ମ୍ୟାଚ୍‌ରେ ଭରାତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ପରାସ୍ତ କରିଛି। ଦିଲପ୍ରୀତ ସିଂହ ୪ ଗୋଲ୍‌ କରିଥିଲା ବେଳେ ଶିଳାନନ୍ଦ ଲାକ୍ରା ଓ ସୁଖଜିତ ସିଂହ ଯୁଗଳ ସଫଳତା ପାଇଥିଲେ। ଓଡ଼ିଆ ପୁଅ ଶିଳାନନ୍ଦ (୬ ମିନିଟ୍‌)ଙ୍କ ପେନାଲ୍‌ଟି କର୍ଣ୍ଣର ଗୋଲ୍‌ରୁ ଭାରତ ଅଭିଯାନ ଆରମ୍ଭ କରିଥିଲା। 

ଯୁଗଳ ପାଇଥିଲେ ସଫଳତା

ଏହାପରେ ଅଭିଷେକ (୧୨ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ରେ ଭାରତ ପ୍ରଥମ କ୍ବାର୍ଟରକୁ ୨-୦ରେ ଶେଷ କରିଥିଲା। ଦ୍ବିତୀୟ କ୍ବାର୍ଟରରେ ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଏହି ଦଳ ୫ ଗୋଲ୍‌ ଲଦି ଥିଲା। ଦିଲପ୍ରିତ (୧୮, ୧୯ ମିନିଟ୍‌) ଲଗାତାର ୨ଟି ଏବଂ ରାଜିନ୍ଦର ସିଂହ (୧୯ ମିନିଟ୍‌), ମନଦୀପ ସିଂହ (୨୧ ମିନିଟ୍‌) ଓ ହର୍ମନପ୍ରୀତ (୨୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ତୃତୀୟ କ୍ବାର୍ଟରରେ ଇଣ୍ଡୋନେସିଆ ଅଧିନାୟକ ଅଲ୍‌ ଆର୍‌ଧ ଆଉଲିଆ (୩୩ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ଏହାପରେ ଶିଳାନନ୍ଦ (୩୫ ମିନିଟ୍‌), ଦିଲପ୍ରୀତ (୩୭ ମିନିଟ୍‌) ଓ ସୁଖଜିତ (୩୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ଦଳକୁ ୧୦-୧ରେ ଆଗରେ ରଖିଥିଲେ। ଶେଷ କ୍ବାର୍ଟରରେ ଯୁଗରାଜ ସିଂହ (୪୭ ମିନିଟ୍‌), ସୁଖଜିତ (୪୮ ମିନିଟ୍‌) ଓ ଦିଲପ୍ରୀତ (୪୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଭାରତ ମଙ୍ଗଳବାର ପରବର୍ତ୍ତୀ ପୁଲ-ଏ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବ।

ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ଭାରତୀୟ ମହିଳା

Read Entire Article
LEFT SIDEBAR AD

Hidden in mobile, Best for skyscrapers.