Meerut BJP Leader's Son Dies : ପାରିବାରିକ ବିବାଦରୁ ବିଷ ପିଇ ଆତ୍ମହତ୍ୟା କଲେ ବିଜେପି ନେତାଙ୍କ ପୁଅ

46 minutes ago 1
ARTICLE AD BOX

ମେରଠ: ଉତ୍ତରପ୍ରଦେଶର ମେରଠରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ବିଜେପି ନେତାଙ୍କ ପୁଅ ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା କରିଛନ୍ତି। ପୁଅର ମୃତ୍ୟୁ ଖବର ଶୁଣି ବାପା ରାଜୀବ ଗୁପ୍ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡ଼ି ଯାଇଥିଲା। ତାଙ୍କୁ  ସଙ୍ଗେସଙ୍ଗେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜୀବ ଗୁପ୍ତା ବିଜେପିର କଙ୍କରଖେଡ଼ା ମଣ୍ଡଳ ଉପାଧ୍ୟକ୍ଷ ଅଛନ୍ତି।ମୃତ ଯୁବକଙ୍କ ନାମ ପ୍ରବଳ କୁମାର ଗୁପ୍ତା।

ସୂଚନା ଅନୁଯାୟୀ, ଗତବର୍ଷ ନଭେମ୍ବର ୨, ୨୦୨୫ରେ ପ୍ରବଳଙ୍କ ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ଯାଇଥିଲା। ବିବାଦ ବଢ଼ିବାରୁ ଉଭୟ ପକ୍ଷଙ୍କୁ ପୁଲିସ ଲାଇନ୍‌କୁ କାଉନସେଲିଂ ପାଇଁ ଡକାଯାଇଥିଲା। ଶନିବାର ମହିଳା ଥାନାରେ ସେମାନଙ୍କ କାଉନସେଲିଂ ହୋଇଥିଲା।

ପୁଲିସ କର୍ମଚାରୀଙ୍କ ଉପରେ ଅଭଦ୍ର ବ୍ୟବହାରର ଅଭିଯୋଗ

କାଉନସେଲିଂ ସମୟରେ ଜଣେ ପୁଲିସ କର୍ମଚାରୀ ଓ ଜଣେ କନଷ୍ଟେବଳ ପ୍ରବଳ ଏବଂ ତାଙ୍କ ପରିବାର ସହ ଅଭଦ୍ର ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପୁଲିସ ମୁକେଶ କୁମାର ପ୍ରବଳ ଓ ତାଙ୍କ ପରିବାରକୁ ଧମକ ଦେବା ସହ ଚାପ ପକାଇଥିଲେ। ଏହି ଘଟଣାରେ ମାନସିକ ଭାବେ ଆଘାତ ପାଇ ପ୍ରବଳ ରବିବାର ସକାଳେ ବିଷାକ୍ତ ପଦାର୍ଥ ଖାଇ ଦେଇଥିଲେ। ବିଷ ଖାଇବା ପୂର୍ବରୁ ପ୍ରବଳ ପ୍ରାୟ ୮ ମିନିଟ୍ ୬ ସେକେଣ୍ଡର ଏକ ଭିଡିଓ ରେକର୍ଡ କରିଥିଲେ। ଏଥିରେ ସେ ନିଜ ପତ୍ନୀ ସ୍ନେହା ଗୁପ୍ତା, ଶ୍ୱଶୁର ରାଜନ ଗୁପ୍ତା, ଶାଳକ ସାର୍ଥକ ଗୁପ୍ତା, ବଡ଼ଭଉଣୀ ରୀନା ଗୁପ୍ତା ଏବଂ ଅନ୍ୟ ସମ୍ପର୍କୀୟଙ୍କୁ ନିଜର ଏହି ଅବସ୍ଥା ପାଇଁ ଦାୟୀ କରିଛନ୍ତି। ଭିଡିଓରେ ସେ ନିଜ ସହ ଘଟିଥିବା ଘଟଣା ବିଷୟରେ ମଧ୍ୟ କହିଛନ୍ତି।

ଆତ୍ମହତ୍ୟା ପୂର୍ବରୁ ଭିଡିଓରେ ଲଗାଇଲେ ଗମ୍ଭୀର ଅଭିଯୋଗ

ଭିଡିଓରେ ପ୍ରବଳ କହିଛନ୍ତି, “ମୋର ସୁପ୍ରିମକୋର୍ଟ ଏବଂ ସରକାରଙ୍କୁ ଅନୁରୋଧ ଯେ, ମୋ ପତ୍ନୀ ସ୍ନେହା ଗୁପ୍ତା, ତାଙ୍କ ବାପା ରାଜନ ଗୁପ୍ତା, ଭାଇ ସାର୍ଥକ ଗୁପ୍ତା ଏବଂ ତାଙ୍କ ତାଇ ରୀନା ଗୁପ୍ତାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୋ ଝିଅ ରାଘବୀ ଗୁପ୍ତାର ହେପାଜତ ମୋ ବାପା-ମାଆଙ୍କୁ ଦିଆଯାଉ।”

ପ୍ରବଳ ଭିଡିଓରେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଲଗାତାର ପରିବାରଠାରୁ ଅଲଗା ରହିବାକୁ ଚାପ ପକାଯାଉଥିଲା। ସମ୍ପର୍କ ବଞ୍ଚାଇବା ପାଇଁ ସେ ୬ ମାସ ପର୍ଯ୍ୟନ୍ତ ନିଜ ଘରଠାରୁ ଅଲଗା ମଧ୍ୟ ରହିଥିଲେ। ତଥାପି ବିବାଦର ସମାଧାନ ହୋଇ ନଥିଲା। ତାଙ୍କ ପତ୍ନୀ ତାଙ୍କ ମାଆଙ୍କ ସହ ଦୁର୍ବ୍ୟବହାର କରିବା ସହ ତାଙ୍କୁ ମାରପିଟ୍ କରିଥିବା ମଧ୍ୟ ପ୍ରବଳ ଅଭିଯୋଗ କରିଛନ୍ତି।

ଏହାପରେ ପ୍ରବଳ ସଦର ଥାନା ଅଞ୍ଚଳରେ ଅଚେତ ଅବସ୍ଥାରେ ମିଳିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ କଙ୍କରଖେଡ଼ାସ୍ଥିତ କୈଳାଶୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ସୁଭାରତୀ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ରବିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରବଳଙ୍କ ମୃତ୍ୟୁ ହୋଇଥିଲା।

ପୁଅର ମୃତ୍ୟୁ ପରେ ବାପାଙ୍କୁ ହୃଦଘାତ

ପ୍ରବଳଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ବାପା ରାଜୀବ ଗୁପ୍ତାଙ୍କୁ ହୃଦଘାତ ହୋଇଥିଲା। ବର୍ତ୍ତମାନ ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏହି ଘଟଣା ପୁଲିସ କାଉନସେଲିଂ ପ୍ରକ୍ରିୟା ଏବଂ ସେଥିରେ ପୁଲିସ କର୍ମଚାରୀଙ୍କ କଥିତ ବ୍ୟବହାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।

ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି, ତିନି ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

Read Entire Article
LEFT SIDEBAR AD

Hidden in mobile, Best for skyscrapers.