Medical Controversy: ଚିକିତ୍ସା ନକରି ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର ଅଭିଯୋଗ ଆଣିଲେ ପରିବାର ଲୋକ

3 weeks ago 11
ARTICLE AD BOX

କାମାକ୍ଷାନଗର:କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଅଭାବନୀୟ ଘଟଣା l  ଜୀବିତ ରୋଗୀଙ୍କୁ ଚିକିତ୍ସା ନକରି ମୃତ ଘୋଷଣା କଲେ ଡାକ୍ତର l ଅଭିଯୋଗ ଆଣିଛନ୍ତି ପରିବାର ଲୋକ l ଅଭିଯୋଗ ପରେ ରୋଗୀଙ୍କୁ ଢେଙ୍କାନାଳଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କଲେ ପରିବାର ଲୋକ, ସେଠାରେ ମୃତ ଘୋଷଣା କଲେ ଡାକ୍ତର l ପରଜଙ୍ଗ ଥାନା ବସୁଲେଈ ଗ୍ରାମର ଚୈତନ୍ୟ କୁମାର ପରିଡା ଜାମୁକୋଳି ଗଛରେ ଚଢି କୋଳି ତୋଳୁଥିବା ବେଳେ ଅସାବଧାନତା କାରଣରୁ ଗଛରୁ ଖସି ପଡ଼ିଥିଲେ l ସେ ଗୁରୁତର ଅବସ୍ଥାରେ ଗଛ ତଳେ ପଡ଼ିଥିବା ଦେଖି କିଛି ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ଖବର ଦେବାସହ ପ୍ରାଥମିକ ଚିକିତ୍ସା ନିମନ୍ତେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ l

ରୋଗୀଙ୍କ ପଲସ ଚାଲୁଥିବା ଅଭିଯୋଗ

ମାତ୍ର ସେଠାରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କାମାକ୍ଷାନଗର ମେଡିକାଲକୁ ସ୍ଥାନାନ୍ତର କରିଥିଲେ l ପରିବାର ଲୋକ ଚୈତନ୍ୟଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡିୟୁଟିରେ ଥିବା ଡାକ୍ତର ରୋଗୀଙ୍କୁ ଚିକିତ୍ସା ନକରି ହଠାତ ମୃତ ଘୋଷଣା କରିଥିଲେ l ରୋଗୀଙ୍କ ପଲସ ଚାଲୁଥିବା ବେଳେ ଚିକିତ୍ସା ନକରି ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିବା ନେଇ ରୋଗୀଙ୍କ ପରିବାର ତରଫରୁ ଅଭିଯୋଗ କରାଯାଇଥିଲା l ପରେ ଡାକ୍ତର ଜଣକ ରୋଗୀଙ୍କୁ ଚିକିତ୍ସା କରିବା ସହିତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଇଥିଲେ l

+2 Admission: ଯୁକ୍ତ ଦୁଇ ନାମଲେଖା ଆରମ୍ଭ: ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମ୍ୟୁନିସିପାଲ ପ୍ରଥମ ପସନ୍ଦ

ତେବେ ଘଟଣାକୁ ନେଇ ଡିୟୁଟିରେ ଥିବା ଡାକ୍ତର ସୁବାସ ଚନ୍ଦ୍ର ମଣ୍ଡଳଙ୍କୁ ପଚାରିବାରୁ ସେ ରୋଗୀଙ୍କୁ ତିନି, ଚାରି ଥର ଦେଖିଥିବା କହିଥିବା ବେଳେ ସେ ମୃତ ଘୋଷଣା କରିନଥିବା କହିଛନ୍ତି l ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ତଦନ୍ତ କରାଯିବା ନେଇ କାମାକ୍ଷାନଗର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧାରୀ ଡାକ୍ତର ଦିଗମ୍ବର ସାହୁ ସୂଚନା ଦେଇଛନ୍ତି l

Read Entire Article
LEFT SIDEBAR AD

Hidden in mobile, Best for skyscrapers.