ARTICLE AD BOX
କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଆ ମାଧ୍ୟମ ଦଶମ ଶ୍ରେଣୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ)- ୨୦୨୭ ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା (ଓପନ୍ ସ୍କୁଲ) ଓ ମଧ୍ୟମା ପରୀକ୍ଷା ମାର୍ଚ୍ଚ ୧୨ ତାରିଖରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ଆଜି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
Migrant worker: ଦୁଃଖରେ ଭାଙ୍ଗିପଡ଼ିଥିଲେ ପରିବାର; ବିଧାୟକ ଦେଲେ ଆର୍ଥିକ ସହାୟତା
ସୂଚନା ଅନୁଯାୟୀ ଚଳିତବର୍ଷ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀ ସମାନ ପ୍ରଶ୍ନପତ୍ର ଓ ସମାନ ସମୟରେ ପରୀକ୍ଷା ଦେବେ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ଗଣିତ ବିଷୟ ପାଇଁ ଅଧିକ ୧୫ ମିନିଟ ସମୟ ମିଳିବ। ମାର୍ଚ୍ଚ ୧୨ ତାରିଖରେ ପ୍ରଥମ ଭାଷା (ମାତୃଭାଷା) ପରୀକ୍ଷା ରହିଥିବା ବେଳେ ମାର୍ଚ୍ଚ ୧୫ରେ ସାଧାରଣ ବିଜ୍ଞାନ, ମାର୍ଚ୍ଚ ୧୭ରେ ଗଣିତ, ମାର୍ଚ୍ଚ ୧୯ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨୪ରେ ଦ୍ବିତୀୟ ଭାଷା (ଇଂରାଜୀ/ହିନ୍ଦୀ), ମାର୍ଚ୍ଚ ୨୫ରେ ତୃତୀୟ ଭାଷା (ହିନ୍ଦୀ) ଓ ମାର୍ଚ୍ଚ ୨୭ରେ ତୃତୀୟ ଭାଷା (ସଂସ୍କୃତ/ଓଡ଼ିଆ/ପାର୍ସି) ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବଭଳି ପ୍ରତି ବିଷୟରେ ପୂର୍ଣ୍ଣ ସଂଖ୍ୟା ୧୦୦ ରହିଥିବା ବେଳେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ୫୦ ନମ୍ବର ଓ ସଂକ୍ଷିପ୍ତ ଉତ୍ତରମୂଳକ (ଏମ୍ସିକ୍ୟୁ) ପ୍ରଶ୍ନ ୫୦ ନମ୍ବର ରହିବ। ଏମ୍ସିକ୍ୟୁର ଉତ୍ତର ଓଏମ୍ଆର ସିଟ୍ରେ ଦେବାକୁ ହେବ।
Health: ୬ମାସରେ ଉଚ୍ଚରକ୍ତଚାପରେ ୮୧,୪୨୩, ମଧୁମେହରେ ୪୩,୭୮୪ରୋଗୀ ଚିକିତ୍ସାଧୀନ
ସେହିପରି ମାର୍ଚ୍ଚ ୧୨ ତାରିଖରେ ଓପନ୍ ସ୍କୁଲ (ପ୍ରଥମ)ର ପ୍ରଥମ ଭାଷା ପରୀକ୍ଷା ଥିବା ବେଳେ ମାର୍ଚ୍ଚ ୧୩ରେ ଇଣ୍ଡିଆନ କଲ୍ଚର ଓ ହେରିଟେଜ୍, ମାର୍ଚ୍ଚ ୧୫ରେ ସାଧାରଣ ବିଜ୍ଞାନ, ମାର୍ଚ୍ଚ ୧୭ରେ ଗଣିତ, ମାର୍ଚ୍ଚ ୧୯ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨୪ରେ ଇଂରାଜୀ, ମାର୍ଚ୍ଚ ୨୫ରେ ଗୃହବିଜ୍ଞାନ ଥିଓରି ଓ ମାର୍ଚ୍ଚ ୨୭ରେ ପେଣ୍ଟିଂ ଥିଓରି ପରୀକ୍ଷା ରହିଛି। ମଧ୍ୟମା ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଚ୍ଚ ୧୨ ତାରିଖରେ ମାତୃଭାଷା ପରୀକ୍ଷା ରହିଥିବା ବେଳେ ମାର୍ଚ୍ଚ ୧୫ରେ ବିଜ୍ଞାନ, ମାର୍ଚ୍ଚ ୧୬ରେ ପ୍ରୟୋଗାତ୍ମକ ସଂସ୍କୃତ, ମାର୍ଚ୍ଚ ୧୭ରେ ଗଣିତ, ମାର୍ଚ୍ଚ ୧୯ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨୦ରେ ସଂସ୍କୃତ ବ୍ୟାକରଣ ଓ ଦର୍ଶନ, ମାର୍ଚ୍ଚ ୨୪ରେ ଇଂରାଜୀ, ମାର୍ଚ୍ଚ ୨୫ରେ ସଂସ୍କୃତ ସାହିତ୍ୟମ୍ ପରୀକ୍ଷା ଅନୁଷ୍ଠିତ ହେବ।

1 hour ago
2

