Matabele Ants: ଜନ୍ଦା ଶରୀରରୁ ଆଣ୍ଟିବାୟୋଟିକ୍‌!

1 week ago 6
ARTICLE AD BOX

ମଟାବିଲି ଶ୍ରେଣୀୟ ଜନ୍ଦାଙ୍କ ଜୀବନଯାତ୍ରା ଖୁବ୍‌ ବିପଜ୍ଜନକ। ଆଫ୍ରିକାର ସାହାରା ମରୁଭୂମି ଅଞ୍ଚଳରେ ଦେଖାଯାଉଥିବା ଏହି ଜନ୍ଦାର ଆହାର ହେଉଛି କେବଳ ଉଈ। ଖାଦ୍ୟ ସଂଗ୍ରହ ପାଇଁ ସେମାନଙ୍କୁ ଉଈହୁଙ୍କା ଭିତରେ ପଶିବାକୁ ପଡ଼େ। କିନ୍ତୁ, ସେଠାରୁ ବାହାରିଲା ବେଳକୁ ପ୍ରାୟ ୨୦ ପ୍ରତିଶତ ମଟାବିଲି ଜନ୍ଦାଙ୍କ ଗୋଡ଼ ଉଈଙ୍କ ଆକ୍ରମଣ ଯୋଗୁଁ କ୍ଷତାକ୍ତ ହୋଇଯାଇଥାଏ।

ଆହୁରି ପଢ଼ନ୍ତୁ: ବନ୍ୟା ବିଧ୍ବସ୍ତ ନେପାଳକୁ ଭାରତ ୮ ମ ଥର ରିଲିଫ୍‌ ସହାୟତା ପଠାଇଲା

ସେମାନଙ୍କ ଗୋଡ଼ରେ ‌ହୋଇଥିବା ଏ କ୍ଷତ ଯଦି ସଂକ୍ରମିତ ହୁଏ, ତେବେ ଜନ୍ଦାର ମୃତ୍ୟୁ ଅବଶ୍ୟମ୍ଭାବୀ। କିନ୍ତୁ, ଏହି ଆହତ ଜନ୍ଦାମାନଙ୍କୁ କିଭଳି ସୁସ୍ଥ କରାଯାଇପାରିବ ସେ ବିଦ୍ୟା ଅନ୍ୟ ଜନ୍ଦାମାନଙ୍କୁ ବେଶ୍‌ ଜଣା। କାରଣ, ସଂକ୍ରମଣ ପ୍ରତିରୋଧ କରିବା ଲାଗି ସେମାନେ ନିଜ ଦେହରୁ ‘ଆଣ୍ଟିମାଇକ୍ରୋବାୟାଲ୍‌’ କ୍ଷରଣ କରନ୍ତି। 
୨୦୨୩ ଡିସେମ୍ବର ସଂଖ୍ୟା ‘ନେଚର୍‌ କମ୍ୟୁନିକେସନ୍‌’ରେ ପ୍ରକାଶିତ ଆଲେଖ୍ୟରେ ଗବେଷକମାନେ ପ୍ରକାଶ କରିଛନ୍ତି ଯେ, ମ‌ଟାବିଲି ଜନ୍ଦାମାନେ ସଂକ୍ରମିତ ଓ ଅଣସଂକ୍ରମିତ କ୍ଷତ ମଧ୍ୟରେ ଫରକ ବାରିପାରନ୍ତି। ସମ୍ଭବତଃ ସେମାନେ ସେମାନଙ୍କ ଖୋଳପାରେ ଥିବା ‘ହାଇଡ୍ରୋକାର୍ବନ୍‌’ ଅସାମଞ୍ଜସ୍ୟତାରୁ ଏକଥା ଜାଣିପାରନ୍ତି। ତେଣୁ, ସଂକ୍ରମିତ ଜନ୍ଦାଙ୍କ ଉପଚାର ନିମନ୍ତେ ସେମାନେ ନିଜ ଦେହରୁ ‘ଆଣ୍ଟିମାଇକ୍ରୋବିୟାଲ୍‌’ ଓ ଅନ୍ୟାନ୍ୟ ଆରୋଗ୍ୟକାରୀ କ୍ଷମତାଯୁକ୍ତ ୫୦ରୁ ଅଧିକ ଉପାଦାନ ଭରା ଗୋଟାଏ ପ୍ରକାର ତରଳ ପଦାର୍ଥ କ୍ଷରଣ କରନ୍ତି।

ଆହୁରି ପଢ଼ନ୍ତୁ: କମ୍ପାନିକୁ ସମର୍ଥନ କରିଲେ ବୋଲି...ସୁରକ୍ଷା ପାଇଁ ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମହିଳା

ଗବେଷକମାନେ ପରୀକ୍ଷା କରିବାକୁ ଯାଇ ଆହତ ଜନ୍ଦାଗୁଡ଼ିକୁ ସେମାନଙ୍କ ଦଳରୁ ପୃଥକ୍‌ କରିଥିଲେ ଅଥବା ଅନ୍ୟ ଜନ୍ଦାଙ୍କୁ ସେମାନଙ୍କର କ୍ଷତ ଆରୋଗ୍ୟ କରିବାକୁ ଛାଡ଼ିଥିଲେ। ଗବେଷକମାନେ ଦେଖିଲେ ଯେ, ସହବାସୀଙ୍କଠାରୁ ପୃଥକ୍‌ କରି ରଖାଯାଇଥିବା ଶତକଡ଼ା ୯୦ ଭାଗ ଜନ୍ଦା ଆହତ ହେବାର ୩୬ ଘଣ୍ଟା ମଧ୍ୟରେ ମୃତ୍ୟୁମୁଖରେ ପଡୁଛନ୍ତି। କିନ୍ତୁ, ସହବାସୀଙ୍କ ମେଳରେ ଥିବା ଆହତ ଜନ୍ଦାଙ୍କର ମୃତ୍ୟୁହାର ମାତ୍ର ୨୨ ଭାଗ।
ଏ ଅଧ୍ୟୟନର ସହ-ଲେଖକ ଜର୍ମାନିର ୟୁର୍ଜ‌୍ବୁର୍ଗ ବିଶ୍ବବିଦ୍ୟାଳୟର ଆନିମଲ୍‌ ଇକୋଲଜିଷ୍ଟ୍‌ ଏରିକ୍‌ ଫ୍ରାଙ୍କ୍‌ ଦେଇଥିବା ବିବୃତିରେ କହିଛନ୍ତି- ମଣିଷକୁ ବାଦ୍‌ ଦେଲେ ଅନ୍ୟ କୌଣସି ଜୀବ କ୍ଷତ ପାଇଁ ଏଭଳି ଉନ୍ନତ ଡାକ୍ତରୀ ଚିକିତ୍ସା କରୁଥିବା ମୁଁ ଜାଣିନାହିଁ। 
ଜନ୍ଦାମାନଙ୍କର ଏଭଳି ଚମତ୍କାର ଡାକ୍ତରୀ ଦକ୍ଷତା ଆଗରେ ମଣିଷ କିନ୍ତୁ ତୁଚ୍ଛ। ଦୃଷ୍ଟାନ୍ତ ସ୍ବରୂପ ମଣିଷଙ୍କୁ ‘ସେଡୋମୋନସ୍‌ ଏରେଜିନୋସା’ (ଜଳ ଓ ସ୍ଥଳରେ ଦେଖାଯାଉଥିବା ଏକ ଜାତୀୟ ବ୍ୟାକ୍ଟେରିଆ ବା ଅଣୁଜୀବଗୋଷ୍ଠୀ) ସଂକ୍ରମିତ କରନ୍ତି। ଏହି ବ୍ୟାକ୍ଟେରିଆଙ୍କର ଆଣ୍ଟିବ୍ୟାକ୍ଟେରିଆଲ୍‌ ଚିକିତ୍ସା ପ୍ରତିରୋଧୀ ଶକ୍ତି ବି କିଛି କମ୍‌ ନୁହେଁ। ମଣିଷଙ୍କୁ ଆକ୍ରାନ୍ତ କରୁଥିବା ଏହି ବ୍ୟାକ୍ଟେରିଆ ହିଁ ମଟାବିଲି ଜନ୍ଦାଙ୍କୁ ସଂକ୍ରମିତ କରନ୍ତି। ଗବେଷକମାନେ ଆଶା କରୁଛନ୍ତି କି, ଜନ୍ଦା ଶରୀରରୁ କ୍ଷରିତ ଏ ପ୍ରକାର ପଦାର୍ଥ ମଣିଷ ଶରୀର କ୍ଷତରେ ଥିବା ବ୍ୟାକ୍ଟେରିଆ ନିପାତ କରିବାରେ ସହାୟକ ହୋଇପାରେ।

ଆହୁରି ପଢ଼ନ୍ତୁ: ବନ୍ୟା ବିଧ୍ବସ୍ତ ନେପାଳକୁ ଭାରତ ୮ ମ ଥର ରିଲିଫ୍‌ ସହାୟତା ପଠାଇଲା

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.