Maruti Suzuki: ମାରୁତି କାର୍‌ ଦାମ୍‌ ୨୦ ହଜାର ଟଙ୍କା ବଢ଼ିବ

1 week ago 5
ARTICLE AD BOX

ମାରୁତି ସୁଜୁକି ଆସନ୍ତା ସେପ୍ଟେମ୍ବରରୁ ଏହାର ବିଭିନ୍ନ ମଡେଲ୍‌ ଦାମ୍‌ରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ। ଗାଡ଼ି ତିଆରି ଖର୍ଚ୍ଚରେ ହୋଇଥିବା ବୃଦ୍ଧିକୁ ନଜରରେ ରଖି କମ୍ପାନି କାର୍‌ ଦାମ୍‌ ବଢ଼ାଇବ।

 (sambad.in) maruti-suzuki-car-price-hike-up-to-20000-from-september Photograph: (sambad.in)

ନୂଆଦିଲ୍ଲୀ: ମାରୁତି ସୁଜୁକି ଆସନ୍ତା ସେପ୍ଟେମ୍ବରରୁ ଏହାର ବିଭିନ୍ନ ମଡେଲ୍‌ ଦାମ୍‌ରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ। ଗାଡ଼ି ତିଆରି ଖର୍ଚ୍ଚରେ ହୋଇଥିବା ବୃଦ୍ଧିକୁ ନଜରରେ ରଖି କମ୍ପାନି କାର୍‌ ଦାମ୍‌ ବଢ଼ାଇବ। ଚଳିତ ବର୍ଷ ମେ ମାସ ପରଠାରୁ ତୃତୀୟ ଥର ପାଇଁ କମ୍ପାନି କାର୍‌ ଦାମ୍‌ ବଢ଼ାଇବାକୁ ଯାଉଛି। ପୂର୍ବ ଦୁଇ ଥରରେ ହୋଇଥିବା ଦରବୃଦ୍ଧି ସମ୍ପୂର୍ଣ୍ଣ ମଡେଲ୍‌ ବର୍ଗ ଉପରେ ଲାଗୁ ହୋଇଥିଲା। ଏଥର କିନ୍ତୁ କମ୍ପାନି କିଛି ନିର୍ଦ୍ଦିଷ୍ଟ ମଡେଲ୍‌ର ଦର ବଢ଼ାଇବ। ଗାଡ଼ି ତିଆରି ଖର୍ଚ୍ଚରେ ହୋଇଥିବା ବୃଦ୍ଧିକୁ ସମ୍ଭାଳିବା ପାଇଁ କମ୍ପାନି ନିରନ୍ତର ଉଦ୍ୟମ କରିଥିଲା। 

କିଛି ନିର୍ଦ୍ଦିଷ୍ଟ ମଡେଲ୍‌ର ଦରବୃଦ୍ଧି

କିନ୍ତୁ ତାହା ସମ୍ପୂର୍ଣ୍ଣ ଭରଣା ନ ହେବାରୁ କମ୍ପାନି ଶେଷରେ କିଛି ମଡେଲ୍‌ ଦାମ୍‌ ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ତେବେ ଦରବୃଦ୍ଧିର ଚାପ ଯେଭଳି ଗ୍ରାହକଙ୍କ ଉପରେ ସର୍ବନିମ୍ନ ରହିବ ତାହାକୁ ନେଇ ଆମେ ସଚେତନ ଅଛୁ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ମାରୁତି ଭଳି ଟାଟା ମୋଟର୍ସ ମଧ୍ୟ ଏହାର ଗାଡ଼ି ମୂଲ୍ୟରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ। ଟାଟା ଉଭୟ ପେଟ୍ରୋଲ ଓ ଇଭି ମଡେଲ୍‌ ମୂଲ୍ୟରେ ବୃଦ୍ଧି ଘୋଷଣା କରିଛି ଯାହା ସେପ୍ଟେମ୍ବରରୁ ଲାଗୁ ହେବ। ଟାଟା ମଧ୍ୟ ଚଳିତ ବ‌ର୍ଷ ତୃତୀୟ ଥର ପାଇଁ ଦରବୃଦ୍ଧି କରିବାକୁ ଯାଉଛି।

ଭାରତୀୟ ପରିବାର ସଞ୍ଚୟ ଗଣିତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.